ଦେଶ ବିଦେଶ

ମାଲେସିଆ: ସେନାର ଦୁଇ ହେଲିକପ୍ଟର ପରସ୍ପର ମଧ୍ୟରେ କ୍ରାସ୍‌, ୧୦ ଜଣଙ୍କ ମୃତ୍ୟୁ

ମାଲେସିଆରେ ସେନାର ଦୁଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ମୁତାବକ, ରୟାଲ୍‌ ମାଲେସିଆନ୍‌ ନ୍ୟାଭିର ବାର୍ଷିକ ଅଭ୍ୟାସ କାର୍ଯ୍ୟକ୍ରମ ବେଳେ ସେନାର ଦୁଇ ହେଲିକପ୍ଟର ପରସ୍ପର ମଧ୍ୟରେ କ୍ରାସ୍‌ ହୋଇଥିଲା । ଲୁମୁଟର ରୟାଲ୍‌ ମାଲେସିଆନ୍‌ ନ୍ୟାଭି ଷ୍ଟାଡିୟମ୍‌ରେ ଆଜି ନ୍ୟାଭିର ରିହର୍ସାଲ ଚାଲିଥିଲା ।

ଏହି ଦୁର୍ଘଟଣା ବେଳର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଥିରେ ଏକ ହେଲିକପ୍ଟର ଅନ୍ୟ ହେଲିକପ୍ଟର ସହ ଧକ୍କା ହେଉଥିବା ଦେଖିବାକୁ ମିଳୁଛି । ଏହି ଦୁଇଟି ହେଲିକପ୍ଟର ହେଉଛି ଫେନେକ୍‌ ଏମ୍‌502-6 ଏବଂ ଏଚ୍‌ଓଏମ୍‌ ଏମ୍‌503-3 । ପ୍ରଥମ ହେଲିକପ୍ଟର କ୍ରାସ୍‌ ହୋଇ ଷ୍ଟାଡିୟମ୍‌ର ସିଡ଼ି ଉପରେ ଖସି ପଡ଼ିଥିବାବେଳେ ଅନ୍ୟ ହେଲିକପ୍ଟରଟି ସ୍ୱିମିଂ ପୁଲ୍‌ରେ ପଡ଼ିଥିଲା ।

ମାଲେସିଆ ନୌସେନା ଏହି ଘଟଣା ଉପରେ ବୟାନ ଜାରି କରି କହିଛି ଯେ ସେନାର ୯୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ମେ’ ୩ରୁ ୫ ମଧ୍ୟରେ ହେବାକୁ ଥିବା ସୈନ୍ୟ ପରେଡ୍‌ର ଅଭ୍ୟାସ ଚାଲିଥିଲା । ଏଥିରେ ହେଲିକପ୍ଟରଗୁଡ଼ିକ ସାମିଲ ହୋଇଥିଲେ । ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ ସମସ୍ତ ବ୍ୟକ୍ତି ହେଲିକପ୍ଟରର କ୍ରୁ ମେମ୍ବର ଥିଲେ । ମୃତଦେହଗୁଡ଼ିକୁ ଚିହ୍ନଟ ପାଇଁ ଲୁମୁଟ ଏୟାରବେସ୍‌ ହସ୍ପିଟାଲ ପଠାଯାଇଛି । ସ୍ଥାନୀୟ ସମୟାନୁସାରେ, ମଙ୍ଗଳବାର ସକାଳ ୯ଟା ୩୨ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା ।

ପ୍ରଶାସନ ଘଟଣାର ତଦନ୍ତ ପାଇଁ ଏକ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଛି । କହି ରଖୁଛୁ, ଏହି ଘଟଣା ପରେ ଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଥିବା ହେଲିକପ୍ଟର କ୍ରାସ୍‌ ଘଟଣାକୁ ନେଇ ଆହୁରି ଚିନ୍ତା ବଢ଼ିଯାଇଛି । ଗତ ମାସରେ ହିଁ ରେସ୍‌କ୍ୟୁ ଡ୍ରିଲ୍‌ ସମୟରେ ସେଲାଙ୍ଗୋରର ପୁଲାଉ ଆଙ୍ଗସା ନିକଟରେ ଏକ ହେଲିକପ୍ଟର କ୍ରାସ୍‌ ହୋଇଥିଲା । ହେଲିକପ୍ଟରଟି ମାଲେସିଆନ୍‌ ମେରିଟାଇମ୍‌ ଇନ୍‌ଫୋର୍ସମେଣ୍ଟ ଏଜେନ୍ସି (ଏମ୍‌ଏମ୍‌ଇଏ)ର ଥିଲା । ମାର୍ଚ୍ଚ ୫ରେ ଘଟିଥିବା ଏହି ଦୁର୍ଘଟଣାରେ ପାଇଲଟ୍‌ଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଗତବର୍ଷ ମଧ୍ୟ ଏଠାରେ ଜରୁରୀ ଅବତରଣ ବେଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ଏଥିରେ ହେଲିକପ୍ଟରରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago