ଆମେରିକାରେ ବିଲ୍‌ ଗେଟସଙ୍କ ସହ ନଜର ଆସିଲେ ମଲ୍ଲିକା ସେରାବତ୍‌, ଫଟୋ ହେଲା ଭାଇରାଲ୍‌

ମର୍ଡର ଏବଂ ଭଲପାଇବା ପକ୍ଷରେ ପ୍ରତିକ୍ରିୟା ଭଳି ଫିଲ୍ମରେ କାମ କରୁଥିବା ଅଭିନେତ୍ରୀ ମଲ୍ଲିକା ସେରାବତ୍‌ଙ୍କୁ ବିଲ ଗେଟସଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଛି। ମାଇକ୍ରୋସଫ୍ଟ କର୍ପୋରେସନର କୋ-ଫାଉଣ୍ଡର ଏବଂ ଦୁନିଆର ସବୁଠାରୁ ଧନୀ ସେଲିବ୍ରେଟିମାନଙ୍କ ମଧ୍ୟରେ ଗଣିତ ବିଲ ଗେଟସଙ୍କ ସହ ସାକ୍ଷାତ କରି ମଲ୍ଲିକା ଖୁବ୍‌ ଖୁସି ଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ମଲ୍ଲିକା ଏହି ଫୋଟକୁ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ପାର୍ଟିକୁ ଏମେଜାନଙ୍କ ସିଇଓ ଏବଂ ଫାଉଣ୍ଡର ଜେକ ବେଜୋସ ଆୟୋଜନ କରିଥିଲେ। ସୂଚନା ମୁତାବକ ଏହି ପାର୍ଟି ଆମେରିକାର ଓ୍ଵାସିଂଟନ ଡିସିରେ ହୋଇଥିଲା।

ମଲ୍ଲିକାର ବିଲ୍‌ ଗେଟସଙ୍କ ଫଟୋ ସେୟାର କରି ଲେଖିଛନ୍ତି, ବିଲ୍‌ ଗେଟସଙ୍କ ସହ ନାରୀ ଶକ୍ତିକୁ ନେଇ ଆଲୋଚନା କରିଥିଲି ଏବଂ ତାଙ୍କୁ ସହ ମୁଁ ଖୁବ୍‌ ଉତ୍ସାହିତ ଅନୁଭବ କରୁଛି। ରିପୋର୍ଟ ଅନୁଯାୟୀ ମଲ୍ଲିକାଙ୍କ ଇନଷ୍ଟାଗ୍ରାମରେ ୧.୪ ମିଲିୟନ ଫଲୋର୍ସ ରହିଛନ୍ତି। ମଲ୍ଲୀିକାଙ୍କ ଫିଲ୍ମ କ୍ୟାରିୟର କଥା କହିବାକୁ ଗଲେ ସେ ହିନ୍ଦୀ ଫିଲ୍ମରେ କାମ କରିବା ସହ କିଛି ଇଣ୍ଟରନ୍ୟାସନାଲ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି। ଏହାବ୍ୟତୀତ ମଲ୍ଲିକା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି।

ସୂଚନା ମୁତାବକ ମଲ୍ଲିକା ଏବେ ନିଜର ପ୍ରଫେସନାଲ ଠାରୁ ଅଧିକ ପର୍ସନାଲ ଲାଇଫ୍‌ କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ରିପୋର୍ଟ ଅନୁଯାୟୀ ସେ ଜଣେ ଫ୍ରେଞ୍ଚ୍‌ ବ୍ୟକ୍ତି ସହ ଡେଟ୍‌ କରୁଛନ୍ତି। ତାଙ୍କ ବୟଫ୍ରେଣ୍ଡଙ୍କ ନାଁ ହେଉଛି ସାଇରିଲ ଅକ୍ସେନଫେସ୍‌। ସାଇରିଲ ପ୍ୟାରିସ୍‌ର ଜଣେ ଟାଇକୁନ୍‌ ବ୍ୟବସାୟୀ। ଉଭୟଙ୍କ ପ୍ରଥମ ସାକ୍ଷାତ ପ୍ୟାରିସରେ ହୋଇଥିଲା। ଭାଲେଣ୍ଟାଇନ ଡେ’ ରେ ମଧ୍ୟ ସାଇରିଲ ମଲ୍ଳିକାଙ୍କୁ ଏକ ଲଗ୍ଜୁରୀ କାର୍‌ ଗିଫ୍ଟ କରିଥିଲେ। ଶୁଣିବାକୁ ମିଳିଛି ଉଭୟ ବହୁତ ଜଲଦି ବିବାହ କରିପାରନ୍ତି।

 

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

10 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

25 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

38 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

38 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago