ଦେଶ ବିଦେଶ

ଝିଅ ହତ୍ୟାର ପ୍ରତିଶୋଧ ନେଲେ ବାପା, ଗୋଟେ ଚୋଟରେ ଜ୍ୱାଇଁର ଗଣ୍ଡିମୁଣ୍ଡ କରିଦେଲେ ଅଲଗା

ସ୍ତ୍ରୀର ଦଶମାସିକ ଶ୍ରାଦ୍ଧରେ ଯୋଗ ଦେବାକୁ ଶ୍ୱଶୁର ଘର ଯାଇଥିଲେ ଜ୍ୱାଇଁ। କିନ୍ତୁ ସେଠାରେ ଶ୍ୱଶୁରଙ୍କ ସହ ହେଲା ଗଣ୍ଡଗୋଳ। ପାଟିତୁଣ୍ଡ ଏତେ ବଢ଼ିଗଲା ଯେ ପାଖରେ ପଡ଼ିଥିବା କଟୁରୀ ଆଣି ଜ୍ୱାଇଁଙ୍କ ବେକକୁ ପାହାରେ ଦେଲେ ଶ୍ୱଶୁର। ଘଟଣାସ୍ଥଳରେ ହିଁ ଜ୍ୱାଇଁଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଗଲା। ତେବେ ଶ୍ୱଶୁର ନିଜ ଭୁଲର ପ୍ରାୟଶ୍ଚିତ ବି କଲେ । ଜ୍ୱାଇଁର କଟା ମୁଣ୍ଡକୁ ଧରି ସିଧା ଯାଇ ପହଞ୍ଚିଲେ ଥାନାରେ । ଆଉ ବଖାଣିଥିଲେ ପୂରା କଥା, ଯାହା ଶୁଣିବା ପରେ ପୋଲିସ ବି ବ୍ୟକ୍ତିଙ୍କୁ ଗିରଫ କରିବ କି ନାହିଁ ବୋଲି ଚିନ୍ତାରେ ପଡ଼ିଗଲା ।

ଘଟଣାଟି ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଧରା ଜଗନ୍ନାଥପୁରମ୍ ଗାଁର। ଏଠାରେ ପରିବାର ସହ ବାସ କରନ୍ତି ୫୬ ବର୍ଷୀୟ ପଲ୍ଲା ସତ୍ୟନାରାୟଣ। ସତ୍ୟନାରାୟଣ କିଛି ବର୍ଷ ତଳେ ପାଖ ଗାଁର ଲକ୍ଷ୍ମଣଙ୍କ ସହ ନିଜ ଝିଅ ପବନୀଙ୍କୁ ବାହା ଦେଇଥିଲେ। ବାହାଘର ପରେ ଲକ୍ଷ୍ମଣ ଓ ପବନୀ ସୁଖର ସଂସାର କଲେ। ଦିନ ପରେ ଦିନ ଗଡ଼ି ଚାଲିଥିଲା। ଇତିମଧ୍ୟରେ ପବନୀ ଦୁଇଟି ଝିଅର ମାଆ ବି ହୋଇଗଲେ । କିନ୍ତୁ ହଠାତ୍ ସେମାନଙ୍କ ଦାମ୍ପତ୍ୟ ଜୀବନରେ ମାଡ଼ି ଆସିଲା ଦୁଃଖର କଳା ବାଦଲ। ଲକ୍ଷ୍ମଣଙ୍କ ଜୀବନରେ ପ୍ରବେଶ କଲେ ଆଉ ଜଣେ ମହିଳା। ଫଳରେ କିଛି ଦିନ ଭିତରେ ଭାଙ୍ଗିଗଲା ପବନୀଙ୍କ ସୁଖର ସଂସାର।

ସ୍ୱାମୀଙ୍କୁ ନିଜ ସଉତୁଣୀ ଠାରୁ ଦୂରେଇ ରହିବାକୁ ବାରମ୍ବାର କହିବାରୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡ଼ା ଲାଗିଲା। ତେଣୁ ଅଭିଯୋଗ ହୁଏ ଯେ ପ୍ରଥମ ପତ୍ନୀଙ୍କୁ ରାସ୍ତାରୁ ହଟେଇ ଦେଲେ ଲକ୍ଷ୍ମଣ। କେବଳ ଏତିକିରେ ଥମି ନଥିଲା ତାଙ୍କ ଦମନଲୀଲା। ଦୁଇ ଝିଅଙ୍କୁ ମଧ୍ୟ ମାରିବାକୁ ଚେଷ୍ଟା କରିଥିଲେ। ଏଣୁ ନାତୁଣୀମାନଙ୍କୁ ନିଜ ପାଖକୁ ନେଇ ଆସିଥିଲେ ଅଜା ପଲ୍ଲା ସତ୍ୟନାରାୟଣ। ମାତ୍ର ଜ୍ୱାଇଁଙ୍କଠାରୁ ପ୍ରତିଶୋଧ ନେବାକୁ ସେ ଭିତରେ ଭିତରେ ଖୋଜୁଥିଲେ ସୁଯୋଗ।

ତେବେ ଦୁଇ ଦିନ ତଳେ ଝିଅ ପାର୍ବତୀଙ୍କର ଥିଲା ୧୦ ମାସିକ ଶ୍ରାଦ୍ଧ। ଏଥିରେ ଯୋଗ ଦେବାକୁ ଶ୍ୱଶୁର ଘରକୁ ନିଶାସକ୍ତ ଅବସ୍ଥାରେ ଆସିଥିଲେ ଲକ୍ଷ୍ମଣ। ଏହି ସମୟରେ ଲକ୍ଷ୍ମଣଙ୍କ ସହ ସତ୍ୟନାରାୟଣଙ୍କର ଭୀଷଣ ଝଗଡ଼ା ହେଲା । ଲକ୍ଷ୍ମଣ ମାନିଥିଲେ ଯେ ସେ ଦ୍ୱିତୀୟ ବିବାହ କରିବାକୁ ପବନୀଙ୍କୁ ହତ୍ୟା କରିଥିଲେ । ଏବେ ଦୁଇ ଝିଅଙ୍କୁ ବି ନେଇ ମାରିଦେବେ। ଏକଥା ଶୁଣିବା ପରେ ଆଉ ଥୟ ଧରି ପାରିଲେନି ବାପା ସତ୍ୟନାରାୟଣ । ରାଗ ତାଙ୍କର ଚରମକୁ ଉଠିଗଲା । ନିଜକୁ କଣ୍ଟ୍ରୋଲ କରି ପାରିଲେନି । ଦୀର୍ଘ ୧୦ମାସ ହେଲା ଝିଅର ମୃତ୍ୟୁର ପ୍ରତିଶୋଧ ନେବାକୁ ଚାହୁଁଥିବା ସତ୍ୟ ପାଖରେ ପଡ଼ିଥିବା ଏକ କଟୁରୀକୁ ଉଠାଇ ଆଣି ଜ୍ୱାଇଁ ଲକ୍ଷ୍ମଣଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ।

ପୋଲିସ ସାମ୍ନାରେ ଆତ୍ମସମର୍ପଣ କରି ସବୁ ମାନିଯିବା ପରେ ଥାନା ଅଧିକାରୀ କଟା ମୁଣ୍ଡକୁ ଜବତ କରିବା ସହ ଆଇପିସି ଧାରା ୩୦୨ ଅନୁସାରେ ପଲ୍ଲାନାରାୟଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଚର୍ଚ୍ଚା ହେଉଛି ବାପା ନେଇଛି ଝିଅର ଠିକ୍‌ ପ୍ରତିଶୋଧ । ହେଲେ ଏବେ ଚିନ୍ତା ତାଙ୍କର ଦୁଇ ନାତୁଣୀଙ୍କର । ଯିଏ ମା ଓ ବାପାକୁ ତ ହରାଇଲେ ପୁଣି ହତ୍ୟାକାରୀ ସାଜି ଦୂରେଇ ଗଲେ ଅଜା ।

WCW 11

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

2 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

3 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

4 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

5 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago