ବୁଢ଼ିଆଣୀ ବି ମାଛ ଶିକାର କରିଥାଏ। ତାହା ପୁଣି ନିଜ ଆକାରଠାରୁ ଢେର୍ ଗୁଣା ବଡ଼ ମାଛକୁ। ଆଶ୍ଚଯ୍ୟର୍ ଲାଗୁଥିଲେ ବି କଥାଟି ସତ। ଏମିତି ଏକ ଘଟଣା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି। ଘଟଣାରୁ ଜଣାପଡ଼ିଛି, ଏକ ବୁଢ଼ିଆଣୀ ପୋଖରୀରୁ ଗୋଲ୍ଡଫିଶ୍ ବାହାର କରି ତାହାକୁ ଶିକାର କରିଛି, ଯାହାକି ସମସ୍ତଙ୍କୁ ଆଶ୍ଚଯ୍ୟର୍ କରିଦେଇଛି।
ଦକ୍ଷିଣ ଆଫ୍ରିକାର ବାର୍ବେଟନ ସହରରେ ରହୁଥିବା ଜେରେମି ଶାଲଭିକ୍ ନାମକ ଯୁବକ ନିଜ ଗାର୍ଲଫ୍ରେଣ୍ଡ ଅଥିନାଙ୍କୁ ଇମ୍ପ୍ରେସ୍ କରିବା ପାଇଁ ନିଜ ପୋଖରୀରେ ଗୋଲ୍ଡଫିଶ୍ ପାଳିଥିଲେ। ଜେରେମି, ଅଥିନାଙ୍କୁ ସେହି ଗୋଲ୍ଡଫିଶ୍ ଦେଖାଇଥାଆନ୍ତେ, କିନ୍ତୁ ଏହା ପୂର୍ବରୁ ସେ ଥରେ ମାଛ ଦେଖିବାକୁ ଚାହିଁଲେ। ହେଲେ ଯେତେବେଳେ ସେ ପୋଖରୀ ପାଖକୁ ଗଲେ, ସେଠାକାର ଦୃଶ୍ୟ ଦେଖି ଆଚମ୍ବିତ ହୋଇଯାଇଥିଲେ।
ଏକ କଳା ରଙ୍ଗର ଛୋଟ ବୁଢ଼ିଆଣୀ ନିଜଠାରୁ ଏକ ବଡ଼ ଗୋଲ୍ଡଫିଶ୍କୁ କାନ୍ଥରେ ଚାପି ଧରି ଲଟକାଇ ରଖିଥିଲା। ସେପଟେ ଗୋଲ୍ଡଫିଶ୍ଟି ବୁଢ଼ିଆଣୀ ବିଷ ସଂସ୍ପର୍ଶରେ ଆସି ଦୁର୍ବଳ ହୋଇପଡ଼ିଥିଲା। ସେ ବାହାରି ଆସିବାକୁ ଛଟପଟ ହେଉଥିଲେ ମଧ୍ୟ ବୁଢ଼ିଆଣୀଟି ତାକୁ ଛାଡ଼ୁ ନ ଥିଲା। ଜେରେମି ପ୍ରଥମେ ଏହାର ଫଟୋ ଉଠାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଘର ଭିତରକୁ ଯାଇ ଗାର୍ଲଫ୍ରେଣ୍ଡକୁ ଡାକି ଆଣିଥିଲେ। ଯେପରି ସେ ବି ଏଭଳି ଅଦ୍ଭୁତ ଦୃଶ୍ୟ ଦେଖିପାରନ୍ତୁ।
ଜେରେମି ଅଥିନାଙ୍କୁ ପୂରା କାହାଣୀ ଶୁଣାଇଥିଲେ। ଦୁହେଁ ଯେତେବେଳେ ପୋଖରୀ ପାଖକୁ ଆସିଲେ, ସେତେବେଳେ ଉଭୟ ମାଛ ଏବଂ ବୁଢ଼ିଆଣୀ କୁଆଡ଼େ ଗାଏବ ହୋଇଯାଇଥିଲେ। ଏହି କପଲ୍ ଆଖପାଖରେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ନା ମାଛ ଦେଖିବାକୁ ମିଳିଥିଲା ନା ଶିକାରୀ ବୁଢ଼ିଆଣୀ।
ଜେରେମିଙ୍କ ଗୋଲ୍ଡଫିଶ୍ ମରିଯାଇଥିଲା ସତ, କିନ୍ତୁ ଅଥିନା ନିଜ ବୟଫ୍ରେଣ୍ଡଙ୍କ ଏଭଳି ପ୍ରୟାସରେ ଇମ୍ପ୍ରେସ୍ ହୋଇଯାଇଥିଲେ। ସ୍ଥାନୀୟ ମିଡିଆକୁ ଅଥିନା କହିଥିଲେ ଯେ ମାଛ ମରିଯିବାରୁ ମୁଁ ବହୁତ ଦଃଖିତ। ବୁଢ଼ିଆଣୀ ଛୋଟ ମାଛ ଶିକାର କରିଥାଏ, କିନ୍ତୁ ଏମିତି ଘଟଣା ମୁଁ ପ୍ରଥମ ଥର ଦେଖିଲି।
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…
ସୁବର୍ଣ୍ଣପୁର(କେନ୍ୟୁଜ୍) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…
କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…
ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…