ଗାର୍ଲଫ୍ରେଣ୍ଡଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ଯୁବକ ପାଳୁଥିଲେ ଗୋଲ୍ଡଫିଶ୍‌, କିନ୍ତୁ ବୁଢ଼ିଆଣୀ ସାଜିଲା ଶିକାରୀ, ଦେଖନ୍ତୁ ଫଟୋ

ବୁଢ଼ିଆଣୀ ବି ମାଛ ଶିକାର କରିଥାଏ। ତାହା ପୁଣି ନିଜ ଆକାରଠାରୁ ଢେର୍‌ ଗୁଣା ବଡ଼ ମାଛକୁ। ଆଶ୍ଚଯ୍ୟର୍ ଲାଗୁଥିଲେ ବି କଥାଟି ସତ। ଏମିତି ଏକ ଘଟଣା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି। ଘଟଣାରୁ ଜଣାପଡ଼ିଛି, ଏକ ବୁଢ଼ିଆଣୀ ପୋଖରୀରୁ ଗୋଲ୍ଡଫିଶ୍‌ ବାହାର କରି ତାହାକୁ ଶିକାର କରିଛି, ଯାହାକି ସମସ୍ତଙ୍କୁ ଆଶ୍ଚଯ୍ୟର୍ କରିଦେଇଛି।

fi6

କ’ଣ ଥିଲା ପୂରା ଘଟଣା?

ଦକ୍ଷିଣ ଆଫ୍ରିକାର ବାର୍‌ବେଟନ ସହରରେ ରହୁଥିବା ଜେରେମି ଶାଲଭିକ୍‌ ନାମକ ଯୁବକ ନିଜ ଗାର୍ଲଫ୍ରେଣ୍ଡ ଅଥିନାଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ନିଜ ପୋଖରୀରେ ଗୋଲ୍ଡଫିଶ୍‌ ପାଳିଥିଲେ। ଜେରେମି, ଅଥିନାଙ୍କୁ ସେହି ଗୋଲ୍ଡଫିଶ୍‌ ଦେଖାଇଥାଆନ୍ତେ, କିନ୍ତୁ ଏହା ପୂର୍ବରୁ ସେ ଥରେ ମାଛ ଦେଖିବାକୁ ଚାହିଁଲେ। ହେଲେ ଯେତେବେଳେ ସେ ପୋଖରୀ ପାଖକୁ ଗଲେ, ସେଠାକାର ଦୃଶ୍ୟ ଦେଖି ଆଚମ୍ବିତ ହୋଇଯାଇଥିଲେ।

fish2

ଏକ କଳା ରଙ୍ଗର ଛୋଟ ବୁଢ଼ିଆଣୀ ନିଜଠାରୁ ଏକ ବଡ଼ ଗୋଲ୍ଡଫିଶ୍‌କୁ କାନ୍ଥରେ ଚାପି ଧରି ଲଟକାଇ ରଖିଥିଲା। ସେପଟେ ଗୋଲ୍ଡଫିଶ୍‌ଟି ବୁଢ଼ିଆଣୀ ବିଷ ସଂସ୍ପର୍ଶରେ ଆସି ଦୁର୍ବଳ ହୋଇପଡ଼ିଥିଲା। ସେ ବାହାରି ଆସିବାକୁ ଛଟପଟ ହେଉଥିଲେ ମଧ୍ୟ ବୁଢ଼ିଆଣୀଟି ତାକୁ ଛାଡ଼ୁ ନ ଥିଲା। ଜେରେମି ପ୍ରଥମେ ଏହାର ଫଟୋ ଉଠାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଘର ଭିତରକୁ ଯାଇ ଗାର୍ଲଫ୍ରେଣ୍ଡକୁ ଡାକି ଆଣିଥିଲେ। ଯେପରି ସେ ବି ଏଭଳି ଅଦ୍ଭୁତ ଦୃଶ୍ୟ ଦେଖିପାରନ୍ତୁ।

fish4

ଜେରେମି ଅଥିନାଙ୍କୁ ପୂରା କାହାଣୀ ଶୁଣାଇଥିଲେ। ଦୁହେଁ ଯେତେବେଳେ ପୋଖରୀ ପାଖକୁ ଆସିଲେ, ସେତେବେଳେ ଉଭୟ ମାଛ ଏବଂ ବୁଢ଼ିଆଣୀ କୁଆଡ଼େ ଗାଏବ ହୋଇଯାଇଥିଲେ। ଏହି କପଲ୍‌ ଆଖପାଖରେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ନା ମାଛ ଦେଖିବାକୁ ମିଳିଥିଲା ନା ଶିକାରୀ ବୁଢ଼ିଆଣୀ।

fish5

ଜେରେମିଙ୍କ ଗୋଲ୍ଡଫିଶ୍‌ ମରିଯାଇଥିଲା ସତ, କିନ୍ତୁ ଅଥିନା ନିଜ ବୟଫ୍ରେଣ୍ଡଙ୍କ ଏଭଳି ପ୍ରୟାସରେ ଇମ୍ପ୍ରେସ୍‌ ହୋଇଯାଇଥିଲେ। ସ୍ଥାନୀୟ ମିଡିଆକୁ ଅଥିନା କହିଥିଲେ ଯେ ମାଛ ମରିଯିବାରୁ ମୁଁ ବହୁତ ଦଃଖିତ। ବୁଢ଼ିଆଣୀ ଛୋଟ ମାଛ ଶିକାର କରିଥାଏ, କିନ୍ତୁ ଏମିତି ଘଟଣା ମୁଁ ପ୍ରଥମ ଥର ଦେଖିଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.