Below header

କେବଳ ବିଜ୍ଞାନ ଛାତ୍ରଛାତ୍ରୀ ନୁହେଁ, ଏବେ ସବୁ ଷ୍ଟ୍ରିମ୍‌ର ପିଲା କରିପାରିବେ ନର୍ସିଂ କୋର୍ସ

କେବଳ ବିଜ୍ଞାନ ଛାତ୍ରଛାତ୍ରୀ ନୁହେଁ, ଏବେ ସବୁ ଷ୍ଟ୍ରିମ୍‌ର ପିଲା କରିପାରିବେ ନର୍ସିଂ କୋର୍ସ। ଏନେଇ ବିଧିବଦ୍ଧ ଭାବେ ଅନୁମତି ଦେବାକୁ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଛି। ଇଣ୍ଡିଆନ୍‌ ନର୍ସିଂ କାଉନ୍‌ସିଲ୍‌ ପ୍ରଫେସନାଲ କୋର୍ସେସ୍‌ର ନିୟମକୁ ସରଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ନିୟମ ମୁତାବକ ନର୍ସିଂ କୋର୍ସରେ ଆଡମିଶନ୍‌ କରିବାକୁ ଥିବା ନିୟମରେ କେତେକ ପରିବର୍ତ୍ତନ କରାଯିବ।

ରିପୋର୍ଟ ମୁତାବକ, ନୂତନ ନିୟମକୁ ନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ସେଥିରେ ଆର୍ଟ୍ସ ଓ କମର୍ସର ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଏସ୍‌ସି ନର୍ସିଂ କୋର୍ସ କରିବାକୁ ଅନୁମତି ଦେବାକୁ ନିୟମ ରହିବ। ଏହି ଡ୍ରାଫ୍ଟରେ ବିଶେଷଜ୍ଞଙ୍କ ରାୟ ମଗାଯାଇଛି। ଯଦି ସମସ୍ତ ଏକ୍ସପର୍ଟ ଏଥିପାଇଁ ସମ୍ମତି ପ୍ରଦାନ କରିବେ ତେବେ ନିୟମରେ ପରିବର୍ତ୍ତନ ଘଟିବ।

ନିୟମରେ ପରିବର୍ତ୍ତନ ହେଲେ କେବଳ ବିଜ୍ଞାନ ନୁହେଁ କଳା ଓ ବାଣିଜ୍ୟରେ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀ ମଧ୍ୟ ନର୍ସିଂ ପାଇଁ ପରୀକ୍ଷା ଦେଇପାରିବେ। କିନ୍ତୁ ଏଥିପାଇଁ ଦ୍ୱାଦଶରେ ୪୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।

ଡ୍ରାଫ୍ଟ ନିୟମ ମୁତାବକ ନୂଆ ବିଏସ୍‌ସି ନର୍ସିଂ ପ୍ରୋଗ୍ରାମ୍‌ରେ କଳା ଓ ବାଣିଜ୍ୟ ଗ୍ରାଜୁଏଟ୍ସଙ୍କୁ ଅତିରିକ୍ତ ସମୟ ଦିଆଯିବ। ସେମାନଙ୍କୁ ଅଧିକ ୬୦ ମିନିଟ୍‌ର କ୍ଲାସ୍‌ ଦିଆଯିବ। ଫଳରେ ସେମାନେ ଦ୍ୱାଦଶର ବିଜ୍ଞାନ ପଢ଼ିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.