ଏହି ମହିଳାଙ୍କୁ ଶୁଭେନାହିଁ କେବଳ ପୁରୁଷ ମାନଙ୍କର କଣ୍ଠସ୍ୱର, ଏପରି ଦୁର୍ଲଭ ରୋଗ ଦେଖି ଡାକ୍ତର ମଧ୍ୟ ଅବାକ

ଆଜିକାଲି ଦୁନିଆରେ ମେଡିକାଲ ସାଇନ୍ସରେ ଏପରି କିଛି ରୋଗ ଦେଖିବାକୁ ମିଳିଛି ଯାହା ବହୁତ ଆଶ୍ଚର୍ଯ୍ୟ ଓ ଦୁର୍ଲଭ ମଧ୍ୟ । ଠିକ ଏପରି ଏକ ଭିନ୍ନ ଧରଣର ରୋଗ ଦେଖିବାକୁ ମିଳିଛି ଚୀନରେ ବାସ କରୁଥିବା ଚେନ ନାମକ ଜଣେ ମହିଳାଙ୍କ ଠାରେ । ଏପରି ଏକ ରୋଗ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏହି ମହିଳାଙ୍କୁ କୌଣସି ପୁରୁଷଙ୍କ ଆୱାଜ ଶୁଣାଯାଇନଥାଏ । ତାହେଲେ ଆସନ୍ତୁ ଜାଣିବା ଏହି ମହିଳାଙ୍କ ବିଷୟରେ ।

Image result for hearing loss

 

ସୂଚନା ଅନୁଯାୟୀ ଠାରେ ମହିଳା ନିଦରେ ଶୋଇଥିବା ସମୟରେ ତାଙ୍କ କାନରେ କିଛି ଏପରି ଘଟିଥିଲା ଯାହା ପରଠାରୁ ତାଙ୍କୁ କୌଣସି ପୁରୁଷଙ୍କ କଣ୍ଠସ୍ୱର ଶୁଣାଯାଏ ନାହିଁ । ମହିଳାଙ୍କ କହିବା ଅନୁଯାୟୀ ହଠାତ ଦିନେ ରାତିରେ ତାଙ୍କ କାନରେ ଘଣ୍ଟି ଭଳି କିଛି ଶବ୍ଦ ଶୁଣିବାକୁ ମିଳିଲା । ଆଉ ତାପରେ ତାଙ୍କର ବାନ୍ତି ହୋଇଥିଲା । ତେବେ ସେହିଦିନଠାରୁ ତାଙ୍କୁ ହିଅରିଂ ଲସର ସମସ୍ୟା ଆରମ୍ଭ ହୋଇଥିଲା । ଡାକ୍ତରଙ୍କ ପାଖକୁ ଯିବାପରେ ସେ କହିଥିଲେ ଯେ ତାଙ୍କୁ ଆଉ ଲୋ ଫ୍ରୀକ୍ୟୁଏନ୍ସିର ଶବ୍ଦ ଶୁଣାଯିବ ନାହିଁ ।

Related image

ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଏକ ବଧୀରାପଣ ଅଟେ ଯାହାକି ଆଂଶିକ ହୋଇଥାଏ । ତେବେ ନାରୀ ମାନଙ୍କ କଣ୍ଠସ୍ୱର ହାଇ ଫ୍ରୀକ୍ୟୁଏନ୍ସିର ହୋଇଥିବା ବେଳେ ପୁରୁଷମାନଙ୍କ କଣ୍ଠସ୍ୱର ଲୋ ଫ୍ରୀକ୍ୟୁଏନ୍ସିର ହୋଇଥାଏ । ଏହି କାରଣରୁ ମହିଳାଙ୍କୁ କେବଳ ନାରୀ ମାନଙ୍କ କଣ୍ଠସ୍ୱର ଶୁଭାଯାଉଥିବା ବେଳେ ପୁରୁଷ ମାନଙ୍କ ଆୱାଜ ଶୁଣାଯାଇ ନଥାଏ ।

Leave A Reply

Your email address will not be published.