ଦେଶ ବିଦେଶ

ସ୍ତ୍ରୀକୁ ନିଦରୁ ଉଠାଇ ଚଳନ୍ତା ଟ୍ରେନ୍‌ ସାମ୍ନାକୁ ପେଲି ଦେଲା ସ୍ୱାମୀ, ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ; ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ର: ଚଳନ୍ତା ଟ୍ରେନ୍‌ ଆଗକୁ ସ୍ତ୍ରୀକୁ ଠେଲି ଦେଲା ସ୍ୱାମୀ। ମୁହୂର୍ତ୍ତକରେ ଖଣ୍ଡ ବିଖଣ୍ଡିତ ହୋଇଗଲା ଶରୀର। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ମହାରାଷ୍ଟ୍ର ପାଲଘର ଜିଲ୍ଲାର ବସଇ ରୋଡ୍‌ ରେଳ ଷ୍ଟେସନରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ସୋମବାର ଦିନ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ୍‌ ସାମ୍ନାକୁ ସ୍ତ୍ରୀକୁ ଧକ୍କା ଦେଇଛି। ଟ୍ରେନ୍‌ରେ କଟି ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ରେଲୱେ ପୋଲିସ ମୁତାବକ, ଏହି ଘଟଣା ଭୋର ୪ଟା ବେଳର। ରେଲୱେ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା କଏଦ ହୋଇଛି। ବସଇ ରେଲୱେ ପୋଲିସ ଆଇପିସି ଧାରା ୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି।

ଦେଖନ୍ତୁ ଭିଡିଓ:

ରେଲୱେ ପୋଲିସର ଜଣେ ଅଧିକାରୀଙ୍କ କହିବାନୁସାରେ, ମହିଳା ପ୍ଲାଟଫର୍ମ ନମ୍ବର ୫ରେ ୨ ପିଲାଙ୍କ ସହ ଶୋଇଥିଲେ। ଏହି ସମୟରେ ସ୍ୱାମୀ ତାଙ୍କ ପାଖକୁ ଆସି ନିଦରୁ ଉଠାଇଥିଲେ ଓ ସାମ୍ନା ପଟୁ ଆସୁଥିବା ଟ୍ରେନ୍‌ ଆଗକୁ ଧକ୍କା ଦେଇଥିଲେ। ଭୋର ୪.୧୦ରେ ଘଟିଥିବା ଏହି ଘଟଣା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ଏଥିରେ ଜଣେ ୩୦ ବର୍ଷର ବ୍ୟକ୍ତି ଶୋଇଥିବା ନିଜ ସ୍ତ୍ରୀକୁ ଉଠାଉଛନ୍ତି ଓ ତାଙ୍କୁ ରେଲୱେ ପ୍ଲାଟଫର୍ମ କଡ଼କୁ ଘୋଷାଡ଼ି ନେଇ ଟ୍ରେନ୍‌ ସାମ୍ନାକୁ ଠେଲି ଦେଉଛନ୍ତି। ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପରେ ବ୍ୟକ୍ତି ଜଣକ ଦୁଇ ପିଲାଙ୍କୁ ବ୍ୟାଗ୍‌ ସହ ଉଠାଇ ପ୍ଲାଟଫର୍ମରୁ ପଳାଇଥିଲେ। ତା’ ପରେ ସେ ଦାଦର ଓ ସେଠାରୁ କଲ୍ୟାଣ ପାଇଁ ଯାଉଥିବା ଟ୍ରେନ୍‌ରେ ଚଢ଼ିଥିଲେ। ତାଙ୍କୁ ଧରିବା ପାଇଁ ରେଲୱେ ପୋଲିସ ଚେଷ୍ଟା ଜାରି ରଖିଛି।

Also Read: ସପନା ଚୌଧୁରୀଙ୍କ ନାଁରେ ଗିରଫ ଓ୍ଵାରେଣ୍ଟ ଜାରି, ପ୍ରୋଗ୍ରାମ୍‌ କ୍ୟାନ୍‌ସଲ କରି ଟଙ୍କା ହଜମ କରିଥିବା ଅଭିଯୋଗ

WCW 11

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

7 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

10 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

44 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

45 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago