ନୂଆ କାରରେ ଝିଅର ପାଦ ଚିହ୍ନକୁ ଲକ୍ଷ୍ମୀ ପାଦ ରୂପରେ ଛାପ ପକାଇଲେ ବାପା, ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ବି ହୋଇଗଲେ ଭାବ ବିହ୍ଵଳ

ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କ କାମ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ସେ ଯାହା କରି ଦେଖେଇଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ନୂଆ କାର କିଣିଥିବା ଜଣେ ବାପା ନିଜର ଦୁଇ ବର୍ଷର ଝିଅର ପାଦ ଚିହ୍ନକୁ ଲକ୍ଷ୍ମୀଙ୍କ ପ୍ରତୀକ ରୂପରେ କାର ଉପରେ ପାଦ ଚିହ୍ନ ପକାଇଛନ୍ତି। ଏହି ଦୃଶ୍ୟର ଫଟୋ ଓ ଭିଡିଓକୁ ଦେଖି ସୋସିଆଲ ମିଡିଆ ୟୁଜର୍ସଙ୍କ ସମେତ ରାଜ୍ୟର ମନ୍ତ୍ରୀ ଅଶୋକ ଚୌହାନ ମଧ୍ୟ ବ୍ୟକ୍ତିଙ୍କୁ ପ୍ରଶଂସା କରିଛନ୍ତି।

କୋଲହାପୁରର ବାସିନ୍ଦା ନାଗେଶ ପାଟିଲ ନୂଆ କାର କିଣିବା ପରେ ଗାଡିର ପୂଜା କରିଥିଲେ।ପୂଜା ସରିବା ପରେ ସେ ନିଜର ଦୁଇବର୍ଷର ଝିଅର ପାଦକୁ କୁମକୁମରେ ବୁଡ଼ାଇ କାର ସାମ୍ନାରେ ଥିବା ବୋନଟରେ ମା’ ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ଛାପ ଲଗାଇଥିଲେ।

ପାଟିଲ ପୁନେର ଏକ ଘରୋଇ କମ୍ପାନିରେ ଡ୍ରାଇଭର୍ ଭାବେ କାମ କରନ୍ତି। ତାଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ନାଗେଶ ଏହି ଘଟଣାର ଦୁଇଟି ଭିଡିଓକୁ ଟୁଇଟରେ ପୋଷ୍ଟ କରିଛନ୍ତି । ଏହି ସୁନ୍ଦର ହୃଦୟସ୍ପର୍ଶୀ ଭିଡିଓକୁ ସେୟାର କରିବାର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହୋଇଯାଇଥିଲା।

ଦେଶରେ ଅଲୋଡା ହେଉଛନ୍ତି କନ୍ୟା ସନ୍ତାନ କିନ୍ତୁ ନାଗେଶଙ୍କର ତାଙ୍କ ଝିଅ ପ୍ରତିଥିବା ଏଭଳି ଶ୍ରଦ୍ଧା ଦେଖି ସମସ୍ତେ ଖୁବ୍ ପ୍ରଶଂସା କରୁଛନ୍ତି। ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଲାଇକ୍ ଓ ରିଟୁଇଟ୍ କରିଛନ୍ତି।

ରାଜ୍ୟର ପୂର୍ତ୍ତ ମନ୍ତ୍ରୀ ଅଶୋକ ଚୌହ୍ଵାନ୍ ନାଗେଶଙ୍କ ଏହି ଭିଡିଓ ଦେଖି ତାଙ୍କୁ ଗତ ବୁଧବାର ଫୋନ୍ କରିଥିଲେ ଏବଂ କହିଥିଲେ ‘ତୁମର ଏହି ବ୍ୟବହାର ମୋର ମନକୁ ଛୁଇଁ ଯାଇଛି।’ ଏଥିସହ କଂଗ୍ରେସର ବରିଷ୍ଠ ନେତା ଏବଂ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନାଗେଶ ଏବଂ ତାଙ୍କ ଝିଅଙ୍କୁ ଭେଟିବାର ଆଗ୍ରହ ପ୍ରକାଶ କରିଛନ୍ତି।

ଦେଶରେ ଅଲୋଡା ହେଉଛନ୍ତି କନ୍ୟା ସନ୍ତାନ କିନ୍ତୁ ନାଗେଶଙ୍କର ତାଙ୍କ ଝିଅ ପ୍ରତିଥିବା ଏଭଳି ଶ୍ରଦ୍ଧା ଦେଖି ସମସ୍ତେ ଖୁବ୍ ପ୍ରଶଂସା କରୁଛନ୍ତି।ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଲାଇକ୍ ଓ ରିଟୁଇଟ୍ କରିଛନ୍ତି।

ରାଜ୍ୟର ପୂର୍ତ୍ତ ମନ୍ତ୍ରୀ ଅଶୋକ ଚୌହ୍ଵାନ୍ ନାଗେଶଙ୍କ ଏହି ଭିଡିଓ ଦେଖି ତାଙ୍କୁ ଗତ ବୁଧବାର ଫୋନ୍ କରିଥିଲେ ଏବଂ କହିଥିଲେ ‘ତୁମର ଏହି ବ୍ୟବହାର ମୋର ମନକୁ ଛୁଇଁ ଯାଇଛି।’ ଏଥିସହ କଂଗ୍ରେସର ବରିଷ୍ଠ ନେତା ଏବଂ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନାଗେଶ ଏବଂ ତାଙ୍କ ଝିଅଙ୍କୁ ଭେଟିବାର ଆଗ୍ରହ ପ୍ରକାଶ କରିଛନ୍ତି।

Pritiparna

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

2 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

3 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

4 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

5 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

5 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

6 hours ago