ଦେଶ ବିଦେଶ

କିଙ୍ଗ୍‌ ଚାର୍ଲ୍ସ ତୃତୀୟଙ୍କ ଉପରେ ଫିଙ୍ଗିଥିଲେ ଅଣ୍ଡା; ଏବେ ମିଳିଲା ଏମିତି ଦଣ୍ଡ, କିଏ ବି ଭାବି ପାରିବ ନାହିଁ

କିଙ୍ଗ୍‌ ଚାର୍ଲ୍ସ ତୃତୀୟଙ୍କୁ ଅଣ୍ଡାମାଡ଼। କିଙ୍ଗ୍‌ ଚାର୍ଲ୍ସ ଯେତେବେଳେ ନିଜ ପତ୍ନୀ କାମିଲାଙ୍କ ସହିତ ନର୍ଥ ଇଂଲଣ୍ଡର ଏକ ଆୟୋଜନରେ ଯୋଗଦେବାକୁ ପହଞ୍ଚିଥିଲେ, ତ ସେହି ସମୟରେ କିଛି ପ୍ରଦର୍ଶନକାରୀ ତାଙ୍କୁ ଟାର୍ଗେଟ କରି ଅଣ୍ଡା ଫିଙ୍ଗିଥିଲେ। ଏହି ମାମଲାରେ ଅଭିଯୁକ୍ତଙ୍କୁ ଏମିତି ଦଣ୍ଡ ଶୁଣାଯାଇଛି, ଯାହା ବିଷୟରେ ଆପଣ କେବେ ବି ଭାବି ସୁଦ୍ଧା ପାରିବେ ନାହିଁ।

ୟାର୍କ ସିଟିରେ କିଙ୍ଗ୍‌ ଚାର୍ଲ୍ସ ଓ କ୍ୱିନ୍‌ କନ୍‌ସୋର୍ଟ କାମିଲାଙ୍କ ଉପରେ ଅଣ୍ଡା ଫିଙ୍ଗିବା ଅଭିଯୋଗରେ ପୋଲିସ ୨୩ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ପ୍ୟାଟ୍ରିକ୍‌ ଥେଲେଓ୍ଵଲ। ଏବେ ପ୍ୟାଟ୍ରିକ୍‌ଙ୍କୁ ଅଜବ ପ୍ରକାର ଦଣ୍ଡ ଶୁଣାଯାଇଛି। ତାଙ୍କୁ ସାର୍ବଜନିକ ବ୍ୟବସ୍ଥା ପ୍ରଭାବିତ କରିବା ଏବଂ ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ଗିରଫ କରାଯାଇଥିଲା।

ୟୁକେର ଏକ େଓ୍ଵବ୍‌ସାଇଟରେ ପ୍ରକାଶିତ ରିପୋର୍ଟ ମୁତାବକ, କିଙ୍ଗ୍‌ ଚାର୍ଲ୍ସ ଓ ତାଙ୍କ ପତ୍ନୀ କାମିଲାଙ୍କ ଉପରେ ଅଣ୍ଡା ଫିଙ୍ଗି ଗିରଫ ହୋଇଥିବା ଯୁବକଙ୍କୁ ସର୍ବସାଧାରଣ ସ୍ଥାନରେ ଅଣ୍ଡା ନେବାକୁ ବାରଣ କରାଯାଇଛି। ଏଥି ସହିତ ଭବିଷ୍ୟତରେ ତାଙ୍କୁ କିଙ୍ଗ ଚାର୍ଲ୍ସଙ୍କଠାରୁ ୫୦୦ ମିଟର ଦୂରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉ କି, କିଙ୍ଗ ଚାର୍ଲ୍ସଙ୍କ ଉପରେ ସେହି ସମୟରେ ଅଣ୍ଡା ଫିଙ୍ଗି ଦିଆଯାଇଥିଲା, ଯେତେବେଳେ ସେ ଉତ୍ତର ଇଂଲଣ୍ଡର ୟାର୍କ ସିଟିର ମିକଲେଗେଟ୍ ବାର୍ ଲ୍ୟାଣ୍ଡମାର୍କରେ ଲୋକଙ୍କ ସହିତ ପରିଚିତ ହେଉଥିଲେ। କହି ରଖୁଛୁ କି, ବର୍ତ୍ତମାନ ଅଭିଯୁକ୍ତଙ୍କୁ ପୋଲିସ ଜାମିନରେ ମୁକ୍ତ କରାଯାଇଛି।

ସେପଟେ କୋର୍ଟରେ ନିଜର ସ୍ପଷ୍ଟୀକରଣ ଦେଇଥିବା ଅଭିଯୁକ୍ତ କହିଛନ୍ତି କି, ତାଙ୍କୁ ଲୋକେ ଉସ୍‌କାଇବାରୁ ସେ ଏପରି କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କର ଏହି ଭୁଲ ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି। ପୋଲିସ ପ୍ୟାଟ୍ରିକଙ୍କୁ ପଚରାଉଚରା କରିଥିଲା ଏବଂ ଜାମିନ ମିଳିବା ପରେ ତାଙ୍କୁ ମୁକ୍ତ କରିଥିଲା।

ମୁକ୍ତ ହେବା ପରେ ୟାର୍କ ୟୁନିଭର୍ସିଟିର ଛାତ୍ର ପ୍ୟାଟ୍ରିକ୍ କହିଛନ୍ତି, ‘ଲୋକେ ମୋତେ ଆକ୍ରମଣ କରିଥିଲେ। ମୋତେ ଲୋକମାନେ ଭିଲେନ୍ କରିଦେଲେ। ସେହିଦିନ କିଏ ମୋ କେଶ ଧରିଥିଲା ତ ଆଉ କିଏ ମୋତେ ଚାପୁଡ଼ା ମାରିବାକୁ ଚାହୁଁଥିଲା। ଜଣେ ବ୍ୟକ୍ତି ମୋ ଉପରେ ଛେପ ମଧ୍ୟ ପକାଇଥିଲେ। ମୋ ଓକିଲ ଭଲ ଥିଲେ, ସେ ମୋତେ ରକ୍ଷା କରିଥିଲେ। ଲୋକେ ମୋତେ ସୋସିଆଲ ମିଡିଆରେ ବି ଧମକ ଦେଉଛନ୍ତି’।

Roshni

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

3 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

4 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

4 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

5 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

6 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

6 hours ago