ନୂଆଦିଲ୍ଲୀ:ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାନେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ। ୩୧ ଡିସେମ୍ବରରେ ଅବସରରେ ନେବେ ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ବର୍ତ୍ତମାନ ନର୍ଭାନେ ଭାଇସ୍ ଚିଫ୍ ଅଫ ଆର୍ମି ଅଛନ୍ତି। ସେପ୍ଟେମ୍ବର ମାସରେ ଭାଇସ ଚିଫ୍ ଅଫ ଆର୍ମିର ଦାୟିତ୍ୱ ନେବା ପୂର୍ବରୁ ନର୍ଭାନେ ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଥିଲେ। ୧୯୮୦ରେ ଶିଖ୍ ଲାଇଟ୍ ଇନ୍ଫାଣ୍ଟ୍ରି ରେଜିମେଣ୍ଟର ସପ୍ତମ ବାଟାଲିଆନରୁ କାର୍ଯ୍ୟ ଆରମ୍ଭ କରିଥିଲେ ନର୍ଭାନେ। ଜମ୍ମୁ ଓ କଶ୍ମୀରରେ ରାଷ୍ଟ୍ରିୟ ରାଇଫଲ୍ସ ବାଟାଲିଅନର ଦାୟିତ୍ୱରେ ଥିଲେ। ଏହାସହ ଇଷ୍ଟର୍ଣ୍ଣ ଫ୍ରଣ୍ଟରେ ଇନ୍ଫାଣ୍ଟ୍ରି ବ୍ରିଗେଡ୍ର ଦାୟିତ୍ୱ ସମ୍ଭାଳିଥିଲେ। ଉତ୍ତରପୂର୍ବ ଭାରତ ଓ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କର ବଡ଼ ଭୂମିକା ଥିଲା। ଶ୍ରୀଲଙ୍କାରେ ଇଣ୍ଡିଆନ୍ ପିସ୍ କିପିଂ ଫୋର୍ସରେ ମଧ୍ୟ ସେ ସାମିଲ ଥିଲେ।
ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…