Below header

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାନେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ

ନୂଆଦିଲ୍ଲୀ:ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାନେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ। ୩୧ ଡିସେମ୍ବରରେ ଅବସରରେ ନେବେ ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ବର୍ତ୍ତମାନ ନର୍ଭାନେ ଭାଇସ୍‌ ଚିଫ୍‌ ଅଫ ଆର୍ମି ଅଛନ୍ତି। ସେପ୍ଟେମ୍ବର ମାସରେ ଭାଇସ ଚିଫ୍‌ ଅଫ ଆର୍ମିର ଦାୟିତ୍ୱ ନେବା ପୂର୍ବରୁ ନର୍ଭାନେ ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଥିଲେ। ୧୯୮୦ରେ ଶିଖ୍‌ ଲାଇଟ୍‌ ଇନ୍‌ଫାଣ୍ଟ୍ରି ରେଜିମେଣ୍ଟର ସପ୍ତମ ବାଟାଲିଆନରୁ କାର୍ଯ୍ୟ ଆରମ୍ଭ କରିଥିଲେ ନର୍ଭାନେ। ଜମ୍ମୁ ଓ କଶ୍ମୀରରେ ରାଷ୍ଟ୍ରିୟ ରାଇଫଲ୍‌ସ ବାଟାଲିଅନର ଦାୟିତ୍ୱରେ ଥିଲେ। ଏହାସହ ଇଷ୍ଟର୍ଣ୍ଣ ଫ୍ରଣ୍ଟରେ ଇନ୍‌ଫାଣ୍ଟ୍ରି ବ୍ରିଗେଡ୍‌ର ଦାୟିତ୍ୱ ସମ୍ଭାଳିଥିଲେ। ଉତ୍ତରପୂର୍ବ ଭାରତ ଓ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କର ବଡ଼ ଭୂମିକା ଥିଲା। ଶ୍ରୀଲଙ୍କାରେ ଇଣ୍ଡିଆନ୍‌ ପିସ୍‌ କିପିଂ ଫୋର୍ସରେ ମଧ୍ୟ ସେ ସାମିଲ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.