ନିର୍ଭୟା ମାମଲାରେ ଅକ୍ଷୟ ସିଂଙ୍କ ମୃତ୍ୟୁ ଦଣ୍ଡାଦେଶର ପିଟିସନ, ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟର ୩ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅକ୍ଷୟ କୁମାର ସିଂଙ୍କ ରିଭ୍ୟୁ ପିଟିସନର କଣ ହେବ। ଆଜି ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ମଧ୍ୟାହ୍ନ ୨ଟାରେ ମୁକ୍ତ ଅଦାଲତରେ ଶୁଣାଣି କରିବେ ପ୍ରଧାନ ବିଚାରପତି ଜଷ୍ଟିସ ବୋବ୍‌ଡେ, ଜଷ୍ଟିସ ଆର. ଭାନୁମତୀ ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ। ଏପରି ମାମଲାରେ ପୁନର୍ବିଚାର ଆବେଦନକୁ ବିଚାର ପାଇଁ ଗ୍ରହଣ କରାଯିବାର ସମ୍ଭାବନା କମ ଥିବା କୁହାଯାଉଛି। ୨୦୧୨ ଡିସେମ୍ବରରେ ଦିଲ୍ଲୀରେ ଚଳନ୍ତା ବସ ଭିତରେ ପାରା ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏହି ମାମଲାରେ ୫ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ୨୦୧୩ ମସିହା ମାର୍ଚ୍ଚରେ ତିହାର ଜେଲରେ ଆତ୍ମହତ୍ୟା କରିଥିଲା ଜଣେ ଦୁଷ୍କର୍ମକାରୀ ରାମ ସିଂ । ଏବେ ଅନ୍ୟ ୪ ଦୁଷ୍କର୍ମକାରୀ ଫାଶୀ ପାଇଁ ଦିନ ଗଣୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.