ବିବାହିତା ମହିଳା ହେଲେ ଗଣଦୁଷ୍କର୍ମର ଶିକାର ! ଭିଡିଓ ହେଲା ଭାଇରାଲ: ସ୍ୱାମୀ, ଶ୍ୱଶୁର ଏବଂ ଦେଢଶୁରଙ୍କ ନାମରେ ଅଭିଯୋଗ ଆଣିଲେ ପୀଡିତା

ଜୟପୁର ; ଅଲଭର ଜିଲ୍ଲା ଲକ୍ଷ୍ମଣଗଡରେ ପୁଣି ଜଣେ ବିବାହିତା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେହି ମହିଳା ଜଣକ ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ଗଣଦୁଷ୍କର୍ମ ଏବଂ ଅଶ୍ଳୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ପୀଡିତା ଏନେଇ ଲକ୍ଷ୍ମଣଗଡ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଅଲଭର ଜିଲ୍ଲାର ଲକ୍ଷ୍ମଣଗଡ ଅଞ୍ଚଳରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ବିବାହ ୯ ବର୍ଷ ର୍ପୂେବ ହୋଇଥିଲା। ଶଶୁର ଘରେ ବର୍ଷକ ପୂର୍ବରୁ ତାଙ୍କର ଦେଢଶୁର ଅନ୍ୟ ଜଣେ ସମ୍ପର୍କୀୟକୁ ପୀଡିତାଙ୍କ ମୋବାଇଲ ନମ୍ବର ଦେଇଥିଲେ। ଫୋନ ନମ୍ବର ପାଇଥିବା ବ୍ୟକ୍ତି ଜଣକ ପୀଡିତାଙ୍କୁ ବାରମ୍ବାର ଫୋନ କରି ତାଙ୍କ ହଇରାଣ କରୁଥିଲେ। ପୀଡିତା ଏହାର ବିରୋଧ କରୁଥିବା ସତ୍ତ୍ୱେ ସେ ମାନିନଥିଲେ। ଧୀରେ ଧୀରେ ଉକ୍ତ ମହିଳାଙ୍କୁ ନିଜ କଥାରେ ଫସାଇ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ। ଥରେ ପୀଡିତା ମହିଳାଙ୍କୁ ତାଙ୍କ ବାପା ଘରେ ଛାଡି ଦେବା କହି ତାଙ୍କୁ ଏକ ହୋଟେଲକୁ ନେଇ ଜବରଦସ୍ତ ଦୁଷ୍କର୍ମ କରିଥିଲେ। ତା’ ପରେ ତାଙ୍କ ଘରେ ଛାଡିବା ସହ ଏକଥା କାହାକୁ ଜଣାଇଲେ ମାରିଦେବାକୁ ଧମକ ଦେଇଥିଲେ। ଏହି କଥାରେ ପୀଡିତା ଜଣକ ଭୟଭୀତ ହୋଇ କାହାକୁ କହିନଥିଲେ।

ତା’ ପରେ ସେହି ବ୍ୟକ୍ତି ପୀଡିତା ମହିଳାଙ୍କ ମୋବାଇଲ ନମ୍ବର ଆଉ ଜଣକୁ ଦେଇ ଏହା ବିଷୟରେ ସବୁ ଜଣାଇଥିଲେ। ପୁଣି ସେହି ବ୍ୟକ୍ତି ମହିଳାଙ୍କୁ ଫୋନ କରି ବ୍ଲାକମେଲିଂ କରିବା ସହ ନିଜ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ସେହି ବ୍ୟକ୍ତି ମହିଳାଙ୍କୁ ଏକ ହୋଟେଲକୁ ଡାକି ଏକ ରୁମ୍‌କୁ ନେଇଥିଲେ। ସେହି ରୁମ୍‌ରେ ପୂବରୁ ଆଉ ପାଞ୍ଚ ଜଣ ଲୋକ ଉପସ୍ଥିତ ରହିଥିଲେ। ସେମାନେ ସେଠି ମହିଳାଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ମହିଳାଙ୍କୁ ଗଣଦୁର୍ଷ୍କମ କରିବା ସହ ତାଙ୍କୁ ଉଲଗ୍ନ କରି ଅଶ୍ଳୀଳ ଭିଡିଓ କରିଥିଲେ। ପରେ ସେହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ।

ପୀଡିତାଙ୍କୁ ଗଣଦୁର୍ଷ୍କମ କରିବା ପରେ ସେମାନେ ତାଙ୍କୁ ଜୀବନରୁ ମାରିଦେବା ନଚେତ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବା ପାଇଁ ଧମକ ଦେଇଥିଲେ। ଏହି ଡର ମହିଳା ଜଣକ କାହାକୁ କିଛି କହିନଥିଲେ। କିନ୍ତୁ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୀଡିତା ମହିଳା ଜଣକ ଥାନାରେ ସ୍ୱାମୀ, ଶ୍ୱଶୁର, ଦେଢଶୁରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୋଲିସ ଏହାର ତଦନ୍ତ ଜାରି ରଖି ଅଭିଯୁକ୍ତମାନଙ୍କୁ ଖୋଜୁଛି।

Swagatika

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

8 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

11 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

44 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

46 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago