କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ମାଓ ଦମନ ନେଇ ନୂଆଦିଲ୍ଲୀରେ ବୈଠକ। ଗୃହ ମନ୍ତ୍ରୀ ଅମିତ ଶାହ ବୈଠକରେ ଅଧ୍ୟକ୍ଷତା କରିବେ। ମାଓ ଦମନ ରଣନୀତି ଉପରେ ଆଲୋଚନା ହେବ। ବୈଠକରେ ଓଡ଼ିଶାରୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସି ଡିଜି ସୁନିଲ ବଂଶଲ ଯୋଗ ଦେବେ। ବୈଠକର ମୁଖ୍ୟ ଏଜେଣ୍ଡା ରହିଛି ମାଓ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା ଓ ବିକାଶ। ସୁରକ୍ଷା କ୍ଷେତ୍ରରେ ମାଓ ଅଧ୍ୟୁଷିତ ଅଞ୍ଚଳରେ ମିଳିତ ଅପରେସନ, ଗୁଇନ୍ଦା ତଥ୍ୟ ପ୍ରଦାନ, ନିୟମିତ ଅପରେସନ ଉପରେ ଫୋକସ ରହିବ। ସେହିପରି ମାଓ ଫଣ୍ଡିଂ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରହିବ। ବିକାଶ କ୍ଷେତ୍ରରେ ମାଓ ଇଲାକାରେ ଅଧିକ ମୋବାଇଲ ଟାୱାର ବସାଇବା, ରାସ୍ତା ନିର୍ମାଣ, ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଉପରେ ଗୁରୁତ୍ବ ଦିଆଯିବ।
ଓଡ଼ିଶାରେ ନକ୍ସଲ ହିଂସା କମିଛି। ୭ଟି ଜିଲ୍ଲା ଭିତରେ ସୀମିତ ରହିଛି ନକ୍ସଲ ହିଂସା। ମାଲକାନଗିରି ସ୍ବାଭିମାନ ଅଞ୍ଚଳ ଭଳି ରାଜ୍ୟର ମାଓ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଯୋଗୁ ନକ୍ସଲ ହିଂସା ଅଖିଦୃଶିଆ ଭାବେ ହ୍ରାସ ପାଇବାରେ ଲାଗିଛି। ଆସନ୍ତାକାଲିର ଏହି ବୈଠକରେ ମାଓ ଉପଦ୍ରୁତ ରାଜ୍ୟର ପୋଲିସ ଡିଜି ଓ ବରିଷ୍ଠ ଅଧିକାରୀ ଯୋଗ ଦେବେ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…