ମନୋରଂଜନ

ଲଣ୍ଡନରେ ବିବାହ କରିବେ ଅଭିନେତା ବିଦ୍ୟୁତ ଜମୱାଲ

ବିବାହ କରିବେ ବଲିଉଡ୍‌ର  ଲୋକପ୍ରିୟ ଅଭିନେତା ବିଦ୍ୟୁତ ଜମୱାଲ । ଗାର୍ଲଫ୍ରେଣ୍ଡ ନନ୍ଦିତା ମହତାନିଙ୍କ ସହ ଲଣ୍ଡନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଦ୍ୟୁତ । ସେ ନିଜ ଷ୍ଟଣ୍ଟ ଏବଂ ମାର୍ଶଲ ଆର୍ଟ ପାଇଁ ଖୁବ ଲୋକପ୍ରିୟ । ଏହି ଅଭିନେତାଙ୍କ ପାଇଁ ଲକ୍ଷ ଲକ୍ଷ ଝିଅ ପାଗଳ ହେଉଥିବା ବେଳେ ଏବେ ସମସ୍ତଙ୍କ ହୃଦୟ ଭାଙ୍ଗିବାକୁ ଯାଉଛନ୍ତି ଏହି ଅଭିନେତା । କାରଣ ଅଭିନେତାଙ୍କ ବିବାହକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।  ସେ  ନନ୍ଦିତାଙ୍କୁ ନିଜର କରିବାକୁ ଯାଉଛନ୍ତି ।

ଗତବର୍ଷ ଏହି କପଲ ନିର୍ବନ୍ଧ କରିଥିଲେ । ଏହା ପରଠାରୁ ତାଙ୍କ ବିବାହକୁ ନେଇ ଗୁଜବ କ୍ରମାଗତ ଭାବରେ ଶୁଣିବାକୁ ମିଳୁଥିଲା । ଗତବର୍ଷ ମଧ୍ୟ କୁହାଯାଇଥିଲା ଯେ ଦୁହେଁ ବିବାହ କରିବାକୁ ଯାଉଛନ୍ତି କିନ୍ତୁ ସେମିତି କିଛି ହୋଇନଥିଲା  । ଏ ସମସ୍ତ ଗୁଜବ  ବୋଲି  ପ୍ରମାଣିତ ହୋଇଥିଲା । ସେମିତି ଏବେ ପୁଣିଥରେ ବିଦ୍ୟୁତ ଓ ନନ୍ଦିତାଙ୍କ ବିବାହ ଅପଡେଟ ସାମ୍ନାକୁ ଆସିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି କପଲ ଗତବର୍ଷ ଜୁଲାଇରେ ବିବାହ କରିଥିଲେ । କିନ୍ତୁ ଦୁହେଁ ନିଜ ବିବାହକୁ ଗୁପ୍ତ ରଖିଛନ୍ତି । ଏବେ ପୁଣିଥରେ ସମ୍ପୂର୍ଣ୍ଣ ବିଧିବିଧାନରେ ସେମାନେ ବିବାହ କରିବେ ବୋଲି ଶୁଣାଯାଉଛି । ମିଡିଆ ଅନୁସାରେ ବିଦ୍ୟୁତ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ, ଟେନସିଲ ଟାଉନରେ ବିବାହ କରିବେ। ସେ ଖୁବ ଶୀଘ୍ର ଲଣ୍ଡନ ଯିବେ କାରଣ ତାଙ୍କ ପ୍ରେମିକା ସେଠି ରହୁଛନ୍ତି । ଫ୍ୟାନ୍ସମାନେ ଅତି ଆଗ୍ରହର ସହିତ ଏହି ବିବାହ ପାଇଁ ଅପେକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଯେ ଅଭିନେତା ନିଜ ଫିଲ୍ମ ଖୁଦା ହାଫିଜ ଓ କମାଣ୍ଡୋ ପାଇଁ ବେଶ୍‌ ଜଣାଶୁଣା ।

 

 

KNews Bureau

Recent Posts

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

26 seconds ago

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

12 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

20 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

21 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

39 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

1 hour ago