ରାଜ୍ୟ

୪ ଅସହାୟ ଝିଅଙ୍କ ଭାଗ୍ୟ ବଦଳାଇଦେଲା କିସ୍ ଫାଉଣ୍ଡେସନ୍‍

କେନ୍ୟୁଜ୍(ବ୍ୟୁରୋ):  କିସ୍‍ ଫାଉଣ୍ଡେସନ୍‍ ଯୋଗୁଁ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କ ଭାଗ୍ୟ ବଦଳିଯାଇଛି । ସେମାନଙ୍କ ମୁହଁରେ ଆଜି ହସ ଫୁଟିଛି । ପୂର୍ବ ପ୍ରତିଶ୍ରୁତି ମୁତାବକ କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉକ୍ତ ୪ ଭଉଣୀଙ୍କ ମଧ୍ୟରୁ ୩ ଭଉଣୀଙ୍କୁ କିଟ୍‍ ଓ କିସରେ ନିଯୁକ୍ତି ପ୍ରଦାନ କରିଛନ୍ତି। ରଘୁରାଜପୁରର ଲକ୍ଷ୍ମୀଧର ମହାପାତ୍ର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିବା ପରେ ସେମାନଙ୍କ ଚାରିଝିଅ ବେସାହାରା ହୋଇପଡ଼ିଥିଲେ । ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ  ଡ.ଅଚ୍ୟୁତ ସାମନ୍ତ  ପିତୃମାତୃହରା ଚାରି ଭଉଣୀଙ୍କୁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ସେମାନଙ୍କ ଚଳିବା ଓ ପାଠ ପଢ଼ା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲେ। ଏବେ ବଡ଼ ଭଉଣୀ ରମାମଣୀ ସ୍ନାତକୋତ୍ତର ହୋଇଥିବା ବେଳେ ମଝିଆ ଦୁଇ ଭଉଣୀ ସ୍ନାତକ ଡ୍ରିଗ୍ରୀ ହାସଲ କରିଛନ୍ତି। ସବା ସାନ ଭଉଣୀ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛି ।
ଡ.ଅଚ୍ୟୁତ ସାମନ୍ତ ମଝିରେ ମଝିରେ ସେମାନଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବିଷୟରେ ପଚାରି ବୁଝୁଥିଲେ। ସେମାନଙ୍କୁ ଧୈର୍ଯ୍ୟ ଧରିବା ସହ ପାଠ ପଢ଼ାରେ ମନୋନିବେଶ କରିବାକୁ ଡ.ଅଚ୍ୟୁତ ସାମନ୍ତ ବୁଝାଇ ଆସୁଥିଲେ। ସେମାନଙ୍କ ରହିବା ପାଇଁ ଘରଟିଏ ନ ଥିଲା। ରମାମଣୀ ନିଜ ପ୍ରଚେଷ୍ଟାରେ ସରକାରୀ ଯୋଜନାରେ ଘରଟିଏ କରିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ପାରି ନଥିଲା। ଏହା ଜାଣିବା ପରେ ଘର ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ଡ.ଅଚ୍ୟୁତ ସାମନ୍ତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହା ସହ ପାଠ ପଢ଼ା ସରିଲେ ସେମାନଙ୍କୁ କିଟ୍‍ ଓ କିସରେ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଆଜି ୩ ଭଉଣୀ ଡ.ଅଚ୍ୟୁତ ସାମନ୍ତଙ୍କୁ ଭେଟି ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ। କିଟ୍‍ ଓ କିସରେ ନିଯୁକ୍ତି ପାଇଥିବାରୁ ରମାମଣୀ ଓ ତାଙ୍କ ଦୁଇ ଭଉଣୀ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ନିକଟରେ କୃତଜ୍ଞତା ଜଣାଇବା ସହ କିସ୍‍ ଫାଉଣ୍ଡେସନ୍‍ ଯୋଗୁଁ ଆମେ ଆଜି ଏତେ ବାଟରେ ପହଞ୍ଚି ପାରିଛୁ ବୋଲି କହିଥିଲେ । କିସ୍‍ ଫାଉଣ୍ଡେସନ୍‍ ଓ ଅଚ୍ୟୁତ ସାମନ୍ତଙ୍କ ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।

Sasmita

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

9 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

16 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

17 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

35 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

1 hour ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

1 hour ago