ଏହି ବ୍ୟକ୍ତି ସେକେଣ୍ଡ ହ୍ୟାଣ୍ଡ ସପିଙ୍ଗ ସେଣ୍ଟରରୁ କିଣିଲେ ଏକ ପୁରୁଣା ସୁଟକେଶ, ଭିତରେ ଥିଲା ନଗଦ ୩୦ ଲକ୍ଷ ଟଙ୍କା

ଆଜିକା ସମୟରେ ସଚ୍ଚୋଟତାର ଉଦାହରଣ ଖୁବ କମ ଦେଖିବାକୁ ମିଳେ । ଯଦି କାହାର କିଛି ଜିନିଷ କେବେ ହଜିଯାଏ କିମ୍ବା କଉଠି ରହିଯାଏ | ତାକୁ ହଡପ କରିବାକୁ ସମସ୍ତେ ଅଗ୍ରଭାର ହୁଅନ୍ତି ସିନା କେହି ଫେରେଇବାକୁ ନାଁ ଧରନ୍ତି ନାହିଁ । କିନ୍ତୁ ଆମେରିକାର ସେଣ୍ଟ୍ରାଲ ମିଚିଗାନରେ ରହୁଥିବା ୫୦ ବର୍ଷୀୟ ହାବାର୍ଡ କିରବୀ ସଚ୍ଚୋଟତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । କିଛି ଦିନ ପୂର୍ବେ ଏକ ସେକେଣ୍ଡ ହାଣ୍ଡ ସପିଙ୍ଗ ସେଣ୍ଟରରୁ ଏକ ପୁରୁଣା ସୁଟକେଶ କିଣିଥିଲେ । କିନ୍ତୁ ଘରକୁ ଆଣିବା ପରେ ଯେବେ ସୁଟକେଶକୁ ଖୋଲା ଯାଇଥିଲା ତାକୁ ଦେଖି ପୂରା ପରିବାରର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସୁଟକେଶରେ ଥିଲା ପ୍ରାୟ ୩୦ ଲକ୍ଷ ୫୪ ହଜାର ଟଙ୍କା ।

ପ୍ରଥମେ ତ ପରିବାର ଲୋକ ଜାଣି ପାରିନଥିଲେ କି ଏତେ ଗୁଡିଏ ଟଙ୍କାର ସେମାନେ କଣ କରିବେ । ହାବାର୍ଡ ପ୍ରଥମେ ଚିନ୍ତା କଲେ ଏହି ଟଙ୍କା ନେଇ ସେ ନିଜ ପୁରୁଣା କରଜ ଗୁଡିକୁ ସୁଝି ଦେବେ ନଚେତ ଅବସର ନେଇ ଏକ ସୁଖକର ଜୀବନ ଅତିବାହିତ କରିବେ । ଏନେଇ ହାବାର୍ଡ ନିଜ ଓକିଲଙ୍କ ପରାମର୍ଶ ମଧ୍ୟ ନେଇଥିଲେ । ଓକିଲ ବି ତାଙ୍କୁ ଏହି ଟଙ୍କାକୁ ନିଜ ପାଖରେ ରଖିବାକୁ ପରାମର୍ଶ ଦେଇଥିଲେ । କାରଣ ଏହି ପଇସା ଗୁଡିକ ନେଇ କୌଣସି ଆଇନ ଗତ ପଦକ୍ଷେପ ନିଆଯାଇପାରିବ ନାହିଁ | କିନ୍ତୁ ପରେ ହାବାର୍ଡ ଚିନ୍ତା କରିଥିଲେ କି ଏହି ଟଙ୍କାକୁ ସେ ଅସଲି ମାଲିକଙ୍କୁ ଫେରେଇ ଦେବେ । ଏନେଇ ଜଣେ ବନ୍ଧୁଙ୍କ ଠାରୁ ମତାମତ ମାଗିବାରୁ ବନ୍ଧୁ ଜଣକ ଟଙ୍କାକୁ ତାର ଅସଲି ମାଲିକଙ୍କୁ ଫେରେଇ ଦେବାକୁ ପରାମର୍ଶ ଦେଇଥିଲେ ।

ପରେ ହାବାର୍ଡ ନୋଟ ଭର୍ତ୍ତି ସେହି ସୁଟକେଶକୁ ସପିଙ୍ଗ ସେଣ୍ଟରର ମ୍ୟାନେଜରକୁ ଫେରେଇ ଦେଇଥିଲେ । ଯେବେ ସୁଟକେଶର ଅସଲି ମାଲିକଙ୍କ ବିଷୟରେ ଖୋଳତାଡ କରିବା ଆରମ୍ଭ କରାଯାଇଥିଲା ଜଣାଯାଇଥିଲା କି ଏହା ନ୍ୟୂବେରି ଠାରେ ବାସ କରୁଥିବା ଏକ ପରିବାରର ସୁଟକେଶ । ଘରମୁଖିଆଙ୍କ ନିଧନ ପରେ ଘରର ଅନ୍ୟାନ ଯାବତୀୟ ଜିନିଷ ସହ ସେହି ସୁଟକେଶଟିକୁ ପରିବାର ଲୋକେ ଏକ କବାଡି ଖାନାରେ ବିକି ଦେଇଥିଲେ । ବିକିବା ସମୟରେ ତା ଭିତରେ କଣ ଅଛି କଣ ନାହିଁ ସେ ବିଷୟରେ ଜାଣିବାକୁ ସେତେଟା ଆଗ୍ରହ ଦେଖେଇନଥିଲେ । ସପିଙ୍ଗ ସେଣ୍ଟରର ମାଲିକ ହାବାର୍ଡଙ୍କ ଏପରି ପଦକ୍ଷେପରେ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଆଉ ଅସଲି ମାଲିକଙ୍କୁ ଖୋଜି ତାଙ୍କୁ ତାଙ୍କ ଟଙ୍କା ସବୁକୁ ଫେରେଇ ଦେବା ନେଇ ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

4 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

19 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

32 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

32 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago