Categories: ମନୋରଂଜନ

ଶାହିଦ କପୁରଙ୍କ ଆଈଙ୍କ ପରଲୋକ, ଈଶାନ୍‌ ଖଟ୍ଟର ଶେୟାର କଲେ ଏଭଳି ଭାବପୂର୍ଣ୍ଣ ପୋଷ୍ଟ

ବଲିଉଡ୍‌ ଆକ୍ଟର ଶାହିଦ କପୁର ଓ ଈଶାନ୍‌ ଖଟ୍ଟରଙ୍କ ଆଈ ଖାଦିଜା ଅଜିମ୍‌ଙ୍କ ପରିଲୋକ ଘଟିଛି। ଏହି ଦୁଇ ଅଭିନେତା ନିଜ ଆଈଙ୍କ ସହ ଖୁବ୍‌ ଜଡ଼ିତ ଥିଲେ। ଈଶାନ୍‌ ସୋସିଆଲ ମିଡିଆରେ ନିଜ ଆଈଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏହାସହିତ ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମଧ୍ୟ ଲେଖିଛନ୍ତି। କହି ରଖୁଛୁ କି, ଖାଦିଜା ନୀଳିମା ଅଜିମ୍‌ଙ୍କ ମା’ ଥିଲେ।

ଈଶାନ୍‌ଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋରେ ଖାଦିଜା ପରିବାର ସହିତ ସମୟ ବିତାଉଥିବାର ନଜର ଆସୁଛନ୍ତି। ପୋଷ୍ଟରେ ଈଶାନ୍‌ ଲେଖିଛନ୍ତି, ‘ଆପଣ ଆମ ସମସ୍ତଙ୍କ ଭିତରେ ଜ୍ଞାନ, ନିଅାଁ, ପ୍ରେରଣା ଏବଂ ଦୃଢ଼ତା ଭରିଛନ୍ତି। ଆପଣ ଜଣେ ସ୍ୱାଧୀନତା ସଂଗ୍ରାମୀ, ଲେଖିକା, ଅନୁବାଦିକା ଏବଂ ସମ୍ପାଦିକା ହେବା ଛଡ଼ା ଜଣେ ଭଲ ମା’, ଭଉଣୀ, ସ୍ତ୍ରୀ, ଆଈ ଏବଂ ସାଙ୍ଗ ମଧ୍ୟ ଥିଲେ। ଏହାଛଡ଼ା ଆପଣ ଆଉ ବି ଅଧିକ କିଛି ଥିଲେ। ଆପଣଙ୍କୁ ମୋ ଜୀବନର ଏକ ଅଂଶ ଭାବେ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ମୁଁ ସବୁଦିନ ଆପଣଙ୍କ ଅସ୍ତିତ୍ୱର ଅଂଶ ନିଜ ସହିତ ସଜେଇ ରଖିବି। ମୋ ଜୀବନ ଆପଣଙ୍କ କରୁଣାରୁ ବହୁତ ପ୍ରଭାବିତ ରହିଛି’।

ଈଶାନ୍‌ଙ୍କ ଏହି ପୋଷ୍ଟରେ ତାଙ୍କ ସାଙ୍ଗସାଥି ଏବଂ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ପ୍ରତିକ୍ରିୟା ଆସିଛି। ଏହାଛଡ଼ା ଅଂଶୁଲା କପୁର, ବିକ୍ରାନ୍ତ ମେସି ଓ ଶୋଭିତା ଧୁଲିପାଲା ମଧ୍ୟ କମେଣ୍ଟ ଦେଇଛନ୍ତି।

ସେହିପରି ଈଶାନ୍‌ଙ୍କ ବାପା, ଖାଦିଜା ଅଜିମ୍‌ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି ଯେ ‘ଜଣେ ସମ୍ପୂର୍ଣ୍ଣ ମହିଳା, ଜୀବନ ପ୍ରତି ବହୁତ ସକାରାତ୍ମକ ଥିଲେ। ତାଙ୍କର ଏବଂ ତାଙ୍କ ସ୍ୱାମୀ ଅନଓ୍ଵର ଅଜିମ୍‌ଙ୍କର ପ୍ରଭାବ ମୋ ଜୀବନ ଉପରେ ପଡ଼ିଛି। ଆଜି ମୁଁ ଯାହା ବି ଅଛି, ସେଥିପାଇଁ ଦୁଇଜଣଙ୍କର ବଡ଼ ଯୋଗଦାନ ରହିଛି। ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତିରେ ରଖନ୍ତୁ। ଆପଣ ସବୁବେଳେ ଆମ ହୃଦୟରେ ରହିବେ’।

Roshni

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

8 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

23 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

36 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

36 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago