ଦେଶ ବିଦେଶ

ପୂର୍ବତଟ ରେଳ ଚଳାଇବ ୪ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର(କେନ୍ୟୁଜ୍‌) : ପୂର୍ବତଟ ରେଳବାଇ ୪ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବ ।ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ପୁରୀରୁ ଭଲସାଦ, ସିକନ୍ଦରାବାଦରୁ ସାଲିମାର, ବିଶାଖାପାଟଣାରୁ ତିରୁପତି ଓ ବିଶାଖାପାଟଣାରୁ ସିକିନ୍ଦରାବାଦ୍ ଚାଲିବ । ଯାତ୍ରୀଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍‌ ଗୁଡିକ ହେଲା-

୧. ଭଲସାଦ-ପୁରୀ-ଭଲସାଦ ସ୍ୱତନ୍ତ୍ର ସାପ୍ତାହିକ ଏକ୍ସପ୍ରେସ(ଭାୟା ଅନୁଗୁଳ,ଝାରସୁଗୁଡ,ବିଳାସପୁର,ଜବଳପୁର) (ଟ୍ରେନ୍‌ ନମ୍ବର- ୦୯୨୦୯/୦୯୨୧୦) : ଭଲସାଦରୁ ପ୍ରତି ଗୁରୁବାର ଛାଡ଼ିବ। ଏହି ଟ୍ରେନ ସେବା ଆସନ୍ତା ଅକ୍ଟୋବର ୧୫ ତାରିଖ ଠାରୁ ଆରମ୍ଭ ହେବ। ଅକ୍ଟୋବର ୧୮ରୁ ଏହି ଟ୍ରେନ ପୁରୀରୁ ଆରମ୍ଭ ହେବ। ଏହି ଟ୍ରେନ ପୁରୀରୁ ଭୁବନେଶ୍ୱର, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ବିଲାସପୁର ଓ ଜବଲପୁର ଦେଇ ଯିବ।

୨. ସିକନ୍ଦରାବାଦ-ସାଲିମାର-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ –ଭାୟା ରାୟନପାଡୁ,ଗୁନାଡାଲା (ଟ୍ରେନ୍ ନମ୍ବର ୦୨୭୭୪/୦୨୭୭୩) : ସିକନ୍ଦରାବାଦ ଠାରୁ ଅକ୍ଟୋବର ୧୩ରୁ ଆରମ୍ଭ ହେବ। ଏହି ଟ୍ରେନ ପ୍ରତି ମଙ୍ଗଳବାର ପୂର୍ବାହ୍ନ ୫ଟା ୪ରେ ଛାଡ଼ିବ। ସେହିଭଳି ଅକ୍ଟୋବର ୧୪ରୁ ପ୍ରତି ବୁଧବାର ଅପରାହ୍ଣ ୪ଟା ୫ରେ ସାଲିମାରରୁ ଛାଡ଼ିବ। ଏହି ଟ୍ରେନ ଓ୍ଵାରଙ୍ଗଲ, ରାୟନପାଡୁ, ସାମଲକୋଟ, ବିଶାଖାପାଟଣା, ବିଜୟନଗରମ, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ବାଲେଶ୍ୱର, ଖଡ଼ଗପୁର ଓ ସନ୍ତ୍ରାଗଚ୍ଛି ଆଦି ଷ୍ଟେସନରେ ଅଟକିବ।

୩. ସିକନ୍ଦରାବାଦ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍ (ଟ୍ରେନ୍ ନମ୍ବର ୦୨୭୮୪/୦୨୭୮୩) : ଅକ୍ଟୋବର ୧୭ ତାରିଖ ଠାରୁ ପ୍ରତି ଶନିବାର ସନ୍ଧ୍ୟା ୫ଟା ୫୦ରେ ସକିନ୍ଦରାବାଦ ଷ୍ଟେସନରୁ ଛାଡ଼ିବ। ଅପରପକ୍ଷେ ଏହି ଟ୍ରେନ ବିଶାଖାପାଟଣା ଠାରୁ ଅକ୍ଟୋବର ୧୮ ତାରିଖ ଠାରୁ ସନ୍ଧ୍ୟା ୬ଟା ୫୫ରେ ଛାଡ଼ିବ। ଉଭୟ ଷ୍ଟେସନ ମଧ୍ୟରେ ଗୁଣ୍ଟୁର, ବିଜୟଓ୍ଵାଡା, ଇଲୁରୁ, ରାଜମହେନ୍ଦ୍ରୀ, ସାମଲକୋଟ, ଅନକାପଲ୍ଲୀ ଓ ଦୁଧଓ୍ଵା ଷ୍ଟେସନରେ ରହଣି କରିବ।

୪. ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ(ଟ୍ରେନ ନଂ ୦୨୭୦୮/୦୨୭୦୭) : ଅକ୍ଟୋବର ୧୪ରୁ ପ୍ରତି ତିରୁପତି ଠାରୁ ବୁଧବାର, ଶୁକ୍ରବାର ଓ ରବିବାର ରାତି ୯ଟା ୫୦ରେ ଛାଡ଼ିବ। ସେହିଭଳି ଅକ୍ଟୋବର ୧୭ ତାରିଖ ଠାରୁ ବିଶାଖାପାଟଣାରୁ ପ୍ରତି ଗୁରୁବାର, ଶନିବାର ଓ ସୋମବାର ରାତି ୧୦ଟା ୫୦ରେ ଛାଡ଼ିବ।

Niharanjan

Recent Posts

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

13 mins ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

29 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

44 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

52 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

2 hours ago