ନ୍ୟୁୟର୍କରେ ପରସ୍ପରକୁ ଭେଟିବେ ମୋଦି-ଟ୍ରମ୍ପ

ନ୍ୟୁୟର୍କରେ ପରସ୍ପରକୁ ଭେଟିବେ ମୋଦି-ଟ୍ରମ୍ପ। ଜାତିସଂଘକୁ ଟ୍ରମ୍ପ ସମ୍ବୋଧିତ କରିବା ପରେ ଜାତିସଂଘ ହେଡ୍‌କ୍ୱାର୍ଟରରେ ଆଲୋଚନା କରିବେ ଦୁଇ ନେତା। ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ କେତେକ ଆନ୍ତର୍ଜାତିକ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ। ଏହି ଅବସରରେ ଭାରତ-ଆମେରିକା ମଧ୍ୟରେ ଏକାଧିକ କ୍ଷେତ୍ରରେ ବୁଝାମଣା ସ୍ୱାକ୍ଷରିତ ହୋଇପାରେ। ବିଶେଷ କରି ବାଣିଜ୍ୟ କାରବାର ନେଇ କିଛି ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି ।

ନ୍ୟୁୟର୍କରେ ପୁଣି ମୋଦି ଟ୍ରମ୍ପ ସାକ୍ଷାତ। ହାଓଡି ମୋଦି କାର‌୍ୟ୍ୟକ୍ରମର ଦିନକ ପରେ ପୁଣି ଭେଟା ଭେଟି ହେବେ ଦୁଇ ନେତା। ଆଜି ଭାରତ ଓ ଆମେରିକା ମଧ୍ୟରେ ରହିଛି ଦ୍ୱିପାକ୍ଷିକ ଆଲୋଚନା। ଦୁଇ ନେତାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷର ହୋଇପାରେ । ବାଣିଜ୍ୟ ବିବାଦ, ପ୍ରତିରକ୍ଷା, ଶକ୍ତି କ୍ଷେତ୍ରରେ ବୁଝାମଣା ହେବା ନେଇ ସୂଚନା ରହିଛି। ଆଞ୍ଚଳିକ ଓ ଅନ୍ତର୍ଜାତିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ। ଆଫାନିସ୍ତାନ ଶାନ୍ତି ପ୍ରକ୍ରିୟା ଆଲୋଚନାରେ ସ୍ଥାନ ପାଇପାରେ। ତେବେ ଦ୍ୱିପାକ୍ଷିକ ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ରହିବ ବାଣିଜ୍ୟ ଓ ଅର୍ଥନୀତି। ଦ୍ୱିପାକ୍ଷିକ କାରବାରକୁ ନେଇ କେତେକ ପ୍ରସଙ୍ଗରେ ଆମେରିକାର ଆପତ୍ତି ରହିଛି। ମୋବାଇଲ ଫୋନ, ଡାକ୍ତରୀ ଯନ୍ତ୍ରପାତି ସମେତ କେତେକ ଆଇସିଟି ଉତ୍ପାଦ ଉପରେ ଭାରତ ଲଗାଇଥିବା ଆମାଦାନୀ ଶୁଳ୍କ ଉପରେ ଆମେରିକା ଆପତ୍ତି ଉଠାଇଛି। ଏ ନେଇ ଟ୍ରମ୍ପ ବହୁବାର ଅସନ୍ତୋଷ ଜାହିର କରିଛନ୍ତି। ଏପରିକି ବିକାଶୀଳ ରାଷ୍ଟ୍ର ତାଲିକାରୁ ଭାରତର ନାଁ କାଟିଦେବାକୁ ମଧ୍ୟ ଟ୍ରମ୍ପ ଧମକ ଦେଇଥିଲେ । ତେବେ ଏହାର ସମାଧାନ ହୋଇପାରି ନାହିଁ। ପୂର୍ବରୁ ଏକାଧିକ ଥର ଉଦ୍ୟମ ହୋଇଥିଲେ ମଧ୍ୟ ବିଫଳ ହୋଇଛି। ସାମାଧାନ ପାଇଁ ଏକ ଡିସପୁଟ୍‌ ପ୍ୟାନେଲ ଗଠନ କରିବାକୁ ଆମେରିକା ଚାହିଁଥିଲା। ତେବେ ଆଜିର ଆଲୋଚନାରେ ଏ ନେଇ କୌଣସି ବଡ଼ ଘୋଷଣା ହୋଇପାରେ। ଆମେରିକାର କେତେକ ଉତ୍ପାଦ ଉପରୁ ଆମଦାନି ଟିକସ୍‌ ରିହାତି ଘୋଷଣା କରିପାରେ ଭାରତ। ସେହିପରି ମହାକାଶ କ୍ଷେତ୍ରରେ ସହଯୋଗ ଏବଂ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବା ସମ୍ଭାବନା ରହିଛି। ଭାରତ ଆମେରିକା ମଧ୍ୟରେ ସଂପର୍କ ଏବେ ନୂଆ ସ୍ତରକୁ ଯାଇଛି। ହାଓଡି ମୋଦି କାର‌୍ୟ୍ୟକ୍ରମରେ ଦୁଇ ନେତା ଏହାର ଆଭାସ ଦେଇଥିଲେ। ଆଜି ମୋଦି-ଟ୍ରମ୍ପ ସାକ୍ଷାତରେ ଏହାର ଝଲକ ଦେଖିବାକୁ ମିଳିପାରେ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

14 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

23 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

57 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago