ଦେଶ ବିଦେଶ

ରୁଷ-ୟୁକ୍ରେନ ଯୁଦ୍ଧରେ ଶାନ୍ତିର ଦୂତ ହୋଇ ପାରିବେ ମୋଦି : ଲଉରା ହେମ୍‌

ଫ୍ରାନ୍ସ : ରୁଷ-ୟୁକ୍ରେନ ଯୁଦ୍ଧରେ ଶାନ୍ତିର ଦୂତ ହୋଇ ପାରିବେ ଭାରତର ପ୍ରଧାନମନ୍ତ୍ରୀ । ଉଭୟ ଦେଶଙ୍କୁ ଆଲୋଚନା ଟେବୁଲକୁ ଆଣିପାରିବେ ମୋଦି। କେବଳ ସେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ପାରିବେ ବୋଲି କହିଛନ୍ତି ଫ୍ରାନ୍ସର ବରିଷ୍ଠ ସାମ୍ବାଦିକ ଲଉରା ହେମ୍‌ । ପିଟିଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଯୁଦ୍ଧରେ ମାତିଥିବା ରୁଷ ଓ ୟୁକ୍ରେନ କେହି କାହା ସହ ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି ।

ପରସ୍ପରକୁ ଦୋଷାରୋପ କରୁଛନ୍ତି । ୟୁକ୍ରେନ ଆଲୋଚନା ଚାହୁନି । ପୁଟିନଙ୍କୁ ଅନ୍ତର୍ଜାତୀୟ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବାକୁ ଚାହୁଁଛି। ରୁଷ ମଧ୍ୟ ୟୁକ୍ରେନକୁ ଦୋଷାରୋପ କରୁଛି। ଯୁଦ୍ଧରେ ହତ୍ୟାକୁ ନେଇ ଉଭୟ ଉଭୟଙ୍କୁ ଦାୟୀ କରୁଛନ୍ତି । ଉଭୟଙ୍କୁ ଆଲୋଚନା ଟେବୁଲକୁ ଆଣିବା ଅତ୍ୟନ୍ତ ଜଟିଳ ବ୍ୟାପାର। ଏଭଳି ସ୍ଥିତିରେ ମଧ୍ୟସ୍ଥତା ପାଇଁ ଜଣଙ୍କର ଆବଶ୍ୟକତା ରହୁଛି। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇ ପାରିବେ।

ସେ ହିଁ ଶାନ୍ତି ଆଲୋଚନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ଫରାସୀ ସାମ୍ବାଦିକା କହିଛନ୍ତି । ଏଥିସହ ଆମେରିକାରେ ଲୋକେ ରୁଷ-ୟୁକ୍ରେନ ଯୁଦ୍ଧ ସଂପର୍କରେ ଆଦୌ କଥାବାର୍ତ୍ତା ହେଉନଥିବା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା କହିଛନ୍ତି ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago