ଆଇଏମ୍‌ଡିର ଭବିଷ୍ୟବାଣୀ, ଜୁନ୍‌ ୬ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଗତକାଲି ସ୍କାଏମେଟ୍‌ର ପୂର୍ବାନୁମାନ ଥିଲା ଯେ ଚଳିତ ବର୍ଷ ମୌସୁମୀ ବାୟୁ ଜୁନ୍‌ ୪ ତାରିଖରେ କେରଳରେ ପହଞ୍ଚିବ । ହେଲେ ଭାରତୀୟ ପାଣିପାଗ ବିଜ୍ଞାନ ଗବେଷଣା କେନ୍ଦ୍ର ଆଇଏମ୍‌ଡିର ଆକଳନ ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୬ରେ କେରଳରେ ପ୍ରବେଶ କରିବ ।
ଆସନ୍ତା ମେ ୧୮ କିମ୍ବା ୧୯ ବେଳକୁ ମୌସୁମୀ ବାୟୁ ଆଣ୍ଡାମାନ ନିକୋବରରେ ପ୍ରବେଶ କରିବ । ସାଧାରଣତଃ ଏହାର ୧୦ ଦିନ ପରେ ଏହା କେରଳରେ ପହଞ୍ଚିଥାଏ । ତେବେ ଏଥର ଏହି ପ୍ରକ୍ରିୟାରେ ବିଳମ୍ବ ଘଟିବ ବୋଲି ଆଇଏମ୍‌ଡି ସୂଚନା ଦେଇଛି । ତେବେ ଏଥର ମୌସୁମୀ ବାୟୁ ଚଳନ ମଡେଲ୍‌ରେ କିଛି ତ୍ରୁଟିି ରହୁଥିବାରୁ ଧାର୍ଯ୍ୟ ଦିନରେ କିଛି ଏପାଖ ସେପାଖ ମଧ୍ୟ ହୋଇ ପାରେ । ଜୁନ୍‌ ୨ରୁ ୧୦ ତାରିଖ ମଧ୍ୟରେ ଏହା କେରଳରେ ପ୍ରବେଶ କରି ପାରେ ବୋଲି ମଧ୍ୟ ପାଣିପାଗ ବିଜ୍ଞାନୀ କହିଛନ୍ତି ।
ଏଥର ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ କମ୍‌ ହେବ ବୋଲି ସ୍କାଏମେଟ୍‌ କହିଥିବା ବେଳେ ଆଇଏମ୍‌ଡି ସ୍ୱାଭାବିକ ବର୍ଷା ହୋଇ ପାରେ ଏବଂ କମ୍‌ ବର୍ଷାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛି ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

7 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

13 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

27 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago