ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିଲା କେନ୍ଦ୍ରୀୟ ଟିମ୍, ସରକାରଙ୍କ ଫନି ମୁକାବିଲାକୁ ପ୍ରଶଂସା

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟ ସରକାରଙ୍କ ଫନି ମୁକାବିଲାକୁ କେନ୍ଦ୍ରୀୟ ଟିମ୍ର ପ୍ରଶଂସା। ରାଜ୍ୟ ସରକାର ଠିକ୍ ସମୟରେ ଫନି ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି। ସମସ୍ତଙ୍କ ପାଖରେ ଠିକ୍ ସମୟରେ ରିଲିଫ ପହଞ୍ଚିପାରିଛି । ବାତ୍ୟା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ । ଲୋକଙ୍କ ଜୀବିକା ସୁଧାରିବା ପାଇଁ MGNREGA ମାଧ୍ୟମରେ କାର୍ଯ୍ୟ ଦେବା ପାଇଁ ପଦକ୍ଷେପ ନିଆଯିବ। ସେପଟେ ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ଦେଇ କହିଛନ୍ତି, ଫନି ପ୍ରଭାବରେ ବିଦ୍ୟୁତ୍ କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଦ୍ୟୁତ୍ ସେବା କ୍ଷେତ୍ରରେ ଯେଉଁ ନିୟମ ଅଛି ତାହାକୁ ସଂଶୋଧନ ପାଇଁ ଅନୁରୋଧ କରିଛୁ। SDRF ନିୟମାବଳୀରେ ସଂଶୋଧନ ଚାହୁଁଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।

ସଂଶୋଧନ ପାଇଁ କେନ୍ଦ୍ରୀୟ ଟିମକୁ ଅନୁରୋଧ କରାଯାଇଛି। ପ୍ରଥମ ଥର ପାଇଁ ଏତେଶୀଘ୍ର କେନ୍ଦ୍ରୀୟ ଟିମ୍ ଆସି କ୍ଷୟକ୍ଷତିର ଆକଳନ କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ଦିଆଯିବ। ଓଡ଼ିଶାରେ ବାତ୍ୟା ଜନିତ କେତେ କ୍ଷୟକ୍ଷତି ହୋଇଛି ସେନେଇ ପ୍ରଭାବିତ ଅଞ୍ଚଳରେ ୩ ଦିନ ଧରି କ୍ଷୟକ୍ଷତିର ଆକଳନ କରିଥିଲା କେନ୍ଦ୍ରୀୟ ଟିମ୍। ସେପଟେ ଆଜି ବାତ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛି ଓ୍ଵାର୍ଲଡ ବ୍ୟାଙ୍କର ଏକ ଟିମ୍ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି । ବିଶେଷ କରି ପୁରୀ , ଖୋର୍ଦ୍ଧା, କଟକ, ଭୁବନେଶ୍ୱର ସହ ୧୪ ଟି ଜିଲ୍ଲା ଫନି ବାତ୍ୟାରେ ପ୍ରଭାବିତ ହୋଇଛି । କିଭଳି ଏହି ପ୍ରଭାବିତ ଅଞ୍ଚଳରେ ପୁନଃନିର୍ମାଣ ହୋଇପାରିବ ସେନେଇ ଆଲୋଚନା କରିବ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

6 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

12 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

26 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago