photo: YouTube
ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ ବିଷାକ୍ତ ଗୁପ୍ଚୁପ୍ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏତେ ସଂଖ୍ୟକ ଲୋକ ଅସୁସ୍ଥ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବତାବରଣ ସୃଷ୍ଟି ହୋଇଛି। ସେପଟେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି।
ଅଧିକାରୀଙ୍କ ମୁତାବକ, ଘଟଣା ହୁଗୁଳିର ପୋଲଓ୍ଵା-ସୁଗନ୍ଧା ପଞ୍ଚାୟତ ଦୋଗାଚ୍ଛିଆ ଗାଁରେ ଘଟିଛି। ଏଠାରେ ଗୁପ୍ଚୁପ୍ ଖାଇବା ପରେ ଲୋକମାନଙ୍କୁ ପେଟ ଯନ୍ତ୍ରଣା ଏବଂ ଝାଡ଼ାବାନ୍ତି ହୋଇଥିଲା। ଦେଖୁ ଦେଖୁ ପୂରା ଗାଁର ଲୋକେ ଏହିଭଳି ଅଭିଯୋଗ ଆଣିଥିଲେ।
ଏମିତି ସ୍ଥିତିରେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ କ୍ୟାମ୍ପ୍ ପକାଯାଇ ଲୋକମାନଙ୍କୁ ଔଷଧ ବଣ୍ଟନ କରାଯାଉଛି। ଗୁରୁତର ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗାଁର ଜଣେ ବ୍ୟକ୍ତିଙ୍କ କହିବା ହେଲା, ଏଠାରେ ଜଣେ ବ୍ୟକ୍ତି ଗୁପ୍ଚୁପ୍ ବିକନ୍ତି। ତାଙ୍କଠାରୁ ଗୁପ୍ଚୁପ୍ ଖାଇବା ପରେ ୧୦୦ରୁ ଅଧିକ ଲୋକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇଥିଲେ।
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…