ପଶ୍ଚିମବଙ୍ଗ: ବିଷାକ୍ତ ଖଟାପାଣି ମିଶା ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଗୁରୁତର, ଅଞ୍ଚଳରେ ଭୟର ବାତାବରଣ

ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ ବିଷାକ୍ତ ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏତେ ସଂଖ୍ୟକ ଲୋକ ଅସୁସ୍ଥ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବତାବରଣ ସୃଷ୍ଟି ହୋଇଛି। ସେପଟେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି।

ଅଧିକାରୀଙ୍କ ମୁତାବକ, ଘଟଣା ହୁଗୁଳିର ପୋଲଓ୍ଵା-ସୁଗନ୍ଧା ପଞ୍ଚାୟତ ଦୋଗାଚ୍ଛିଆ ଗାଁରେ ଘଟିଛି। ଏଠାରେ ଗୁପ୍‌ଚୁପ୍‌ ଖାଇବା ପରେ ଲୋକମାନଙ୍କୁ ପେଟ ଯନ୍ତ୍ରଣା ଏବଂ ଝାଡ଼ାବାନ୍ତି ହୋଇଥିଲା। ଦେଖୁ ଦେଖୁ ପୂରା ଗାଁର ଲୋକେ ଏହିଭଳି ଅଭିଯୋଗ ଆଣିଥିଲେ।

ଏମିତି ସ୍ଥିତିରେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ କ୍ୟାମ୍ପ୍‌ ପକାଯାଇ ଲୋକମାନଙ୍କୁ ଔଷଧ ବଣ୍ଟନ କରାଯାଉଛି। ଗୁରୁତର ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗାଁର ଜଣେ ବ୍ୟକ୍ତିଙ୍କ କହିବା ହେଲା, ଏଠାରେ ଜଣେ ବ୍ୟକ୍ତି ଗୁପ୍‌ଚୁପ୍‌ ବିକନ୍ତି। ତାଙ୍କଠାରୁ ଗୁପ୍‌ଚୁପ୍‌ ଖାଇବା ପରେ ୧୦୦ରୁ ଅଧିକ ଲୋକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.