ମୟୂରଭଞ୍ଜବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୨ଟି ବୃହତ ଜଳସେଚନ ପ୍ରକଳ୍ପର କଲେ ଲୋକାର୍ପଣ

ମୟୂରଭଞ୍ଜବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ୨ଟି ବୃହତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ନବୀନ ପଟ୍ଟନାୟକ। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ ଦେଓ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ। ଏହାସହ ଅନ୍ୟ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ ପରେ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ସୁବର୍ଣ୍ଣରେଖା ନଦୀରେ ବୃହତ ଜଳସେଚନ ପ୍ରକଳ୍ପ ଦ୍ୱାରା ରାସଗୋବିନ୍ଦପୁର ବ୍ଲକ ସମେତ ବାଲେଶ୍ୱର ଜିଲ୍ଲାର ୧୭ ହଜାର ହେକ୍ଟର ଜମି ଜଳସେଚିତ ହେବ । ଗତ ୨୦୧୬ ମସିହାରେ ଏହି ପ୍ରକଳ୍ପର ଶୁଭ ଦେଇଥିଲେ ନବୀନ । ସେହିପରି ଦେଓ ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ଶୁକୃଳି ବ୍ଲକର ୭୫ଟି ଗାଁର ୬ ହଜାର ୬୭୭ ହେକ୍ଟର ଏବଂ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକର ୨୫ଟି ଗାଁର ୩ହଜାର ୨୨୩ ହେକ୍ଟର ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ରଖାଯାଇଛି । ୯୪୮ ବିସ୍ଥାପିତ ପରିବାରକୁ ୮ଟି ବିସ୍ଥାପିତ କଲୋନୀ ଏବଂ ଅନ୍ୟତ୍ର ଥଇଥାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.