ଦେଶ ବିଦେଶ

ପରିବାର ଠାରୁ ଅଲଗା କରୁଛି କରୋନା ; ଭାଇରସ୍ ଭୟରେ ଝିଅ ସହିତ ମିଶି ପାରୁନି ମା’, ଦେଖନ୍ତୁ ଭାବବିହ୍ବଳ ଭିଡିଓ

କରୋନା ଭାଇରସ ବର୍ତ୍ତମାନ ସାରା ବିଶ୍ଵରେ ଆତଙ୍କ ଖେଳାଇ ରଖିଛି। ଏହି ଭାଇରସକୁ ନେଇ ସବୁ ଆଡେ ଆତଙ୍କ । ଏହି ମହାମାରୀ ରୋଗର ଭୟ ଏବେ ସାରା ବିଶ୍ୱରେ ଦେଖାଦେଇଛି। ଚୀନରେ କରୋନା ଭାଇରସ୍ ଆତଙ୍କ ବଢ଼ିବାରେ ଲାଗିଛି। ହଜାର ହଜାର ଲୋକ ଏହି ଭାଇରସରେ ମୃତ୍ୟୁବରଣ କରିସାରିଲେଣି। ଏହାସହିତ ୩୦ ହାଜରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଏଥିଯୋଗୁଁ ଚୀନ ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି।

କିଏ ବନ୍ଦୀ ଅବସ୍ଥାରେ ଜୀବନ କାଟୁଛି ତ, କିଏ ନିଜ ପରିବାରଠାରୁ ଦୂରେଇ ରହୁଛି । ଏହି ସବୁ ମଧ୍ୟରେ ଚୀନରୁ ଆସିଛି ଏକ ଭାବବିହ୍ଵଳ କଲାଭଳି ଭିଡ଼ିଓ । ଯେଉଁଠି ଜଣେ ନର୍ସ, ନିଜ ଝିଅ ସହିତ ମିଶି ପାରୁ ନାହିଁ । ସଂକ୍ରମଣ ଭୟରେ ଦୂରରେ ରହିଛି କଥା ହେଉଛନ୍ତି । ହିନାନ ପ୍ରଦେଶର କରୋନା ସଂକ୍ରମିତକୁ ଚିକିତ୍ସା କରୁଥିବା ଜଣେ ନର୍ସଙ୍କୁ ତାଙ୍କ ଝିଅ ଭେଟିବାକୁ ଆସିଥିଲେ । କିନ୍ତୁ ସଂକ୍ରମଣ ଭୟରେ ଝିଅ ସହିତ ମିଶିଲେ ନାହିଁ । ଝିଅ ଜଣକ ମିଶିବାକୁ ଚାହୁଁଥିଲେ ମଧ୍ୟ ସେ ଦୂରରେ ରହି କଥା ହୋଇଥିଲେ ।

Pritiparna

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

4 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

7 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

7 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

7 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

8 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

8 hours ago