ପରିବାର ଠାରୁ ଅଲଗା କରୁଛି କରୋନା ; ଭାଇରସ୍ ଭୟରେ ଝିଅ ସହିତ ମିଶି ପାରୁନି ମା’, ଦେଖନ୍ତୁ ଭାବବିହ୍ବଳ ଭିଡିଓ

କରୋନା ଭାଇରସ ବର୍ତ୍ତମାନ ସାରା ବିଶ୍ଵରେ ଆତଙ୍କ ଖେଳାଇ ରଖିଛି। ଏହି ଭାଇରସକୁ ନେଇ ସବୁ ଆଡେ ଆତଙ୍କ । ଏହି ମହାମାରୀ ରୋଗର ଭୟ ଏବେ ସାରା ବିଶ୍ୱରେ ଦେଖାଦେଇଛି। ଚୀନରେ କରୋନା ଭାଇରସ୍ ଆତଙ୍କ ବଢ଼ିବାରେ ଲାଗିଛି। ହଜାର ହଜାର ଲୋକ ଏହି ଭାଇରସରେ ମୃତ୍ୟୁବରଣ କରିସାରିଲେଣି। ଏହାସହିତ ୩୦ ହାଜରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଏଥିଯୋଗୁଁ ଚୀନ ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି।

Coronaକିଏ ବନ୍ଦୀ ଅବସ୍ଥାରେ ଜୀବନ କାଟୁଛି ତ, କିଏ ନିଜ ପରିବାରଠାରୁ ଦୂରେଇ ରହୁଛି । ଏହି ସବୁ ମଧ୍ୟରେ ଚୀନରୁ ଆସିଛି ଏକ ଭାବବିହ୍ଵଳ କଲାଭଳି ଭିଡ଼ିଓ । ଯେଉଁଠି ଜଣେ ନର୍ସ, ନିଜ ଝିଅ ସହିତ ମିଶି ପାରୁ ନାହିଁ । ସଂକ୍ରମଣ ଭୟରେ ଦୂରରେ ରହିଛି କଥା ହେଉଛନ୍ତି । ହିନାନ ପ୍ରଦେଶର କରୋନା ସଂକ୍ରମିତକୁ ଚିକିତ୍ସା କରୁଥିବା ଜଣେ ନର୍ସଙ୍କୁ ତାଙ୍କ ଝିଅ ଭେଟିବାକୁ ଆସିଥିଲେ । କିନ୍ତୁ ସଂକ୍ରମଣ ଭୟରେ ଝିଅ ସହିତ ମିଶିଲେ ନାହିଁ । ଝିଅ ଜଣକ ମିଶିବାକୁ ଚାହୁଁଥିଲେ ମଧ୍ୟ ସେ ଦୂରରେ ରହି କଥା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.