Below header

ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ (କେ ନ୍ୟୁଜ୍‌) : ଆଜି ପବିତ୍ର ମାଘ ମାସ ପୂର୍ଣ୍ଣମୀ ତିଥି । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଲାଗିଛି । ଆଜି ଶ୍ରୀଜୀଉ ଗଜ ଉଦ୍ଧାରଣ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।

GAJA UDHARA
ଗଜ ଉଦ୍ଧାରଣ ବେଶ

ଅପରାହ୍ନରେ ଏହି ବେଶ ଅନୁଷ୍ଠିତ ହେବ । ପୁରାଣରେ ବର୍ଣ୍ଣନା ଅନୁଯାୟୀ ଏକ ହତୀ ପାଣି ପିଇବାକୁ ଯାଇ ନଦୀରେ କୁମ୍ଭୀର ହାବୁଡ଼ରେ ପଡ଼ି ଯାଇଥିଲା । କୁମ୍ଭୀରଟି ହାତୀର ଗୋଡ଼କୁ କାମୁଡ଼ି ଧରିଥିବା ବେଳେ ହାତୀ ବିକଳରେ ମହାପ୍ରଭୁ ନାରାୟଣଙ୍କୁ ଡାକିଥିଲା । ପ୍ରଭୁ ନାରାୟଣ ସୁଦର୍ଶନ ଚକ୍ରକୁ ପଠାଇ କୁମ୍ଭୀରକୁ ମାରିବା ସହ ହାତୀକୁ ଉଦ୍ଧାର କରିଥିଲେ । ସେହି ପୌରାଣିକ କଥା ଅନୁସାରେ ଆଜି ଗଜ ଉଦ୍ଧାରଣ ବେଶରେ ସଜ୍ଜିତ ହେବେ ପ୍ରଭୁ ଜଗନ୍ନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.