Below header

ଚକୋଲେଟ୍‌ରେ ପ୍ରସ୍ତୁତ ହେଲା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ୧.୮୭ ମିଟରର ଷ୍ଟାଚ୍ୟୁ, ତିଆରି ପାଇଁ ଲାଗିଲା ୨୦୦ ଘଣ୍ଟା!

ପର୍ତ୍ତୁଗାଲର ଜଣେ ଚକୋଲେଟ୍‌ ନିର୍ମାତା ଜର୍ଜ କାରଡୋସୋ ଚକୋଲେଟ୍‌ରେ ତିଆରି କରିଛନ୍ତି ଫୁଟ୍‌ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ଏକ ପ୍ରତିମୂର୍ତ୍ତି। ସୁଇଜରଲ୍ୟାଣ୍ଡର ଗିସେଜ୍‌ରେ ତିଆରି ହୋଇଥିବା ଏହି ଷ୍ଟାଚ୍ୟୁର ଉଚ୍ଚତା ରହିଛି ୧.୮୭ ମିଟର। ଏଥିରେ ୧୨୯ କିଲୋ ଚକୋଲେଟ୍‌ ବ୍ୟବହାର କରାଯାଇଥିବା ବେଳେ ଏହାକୁ ତିଆରି ପାଇଁ ଲାଗିଛି ୨୦୦ ଘଣ୍ଟା ସମୟ।

r4

ଏହି ଷ୍ଟାଚ୍ୟୁରେ ରୋନାଲ୍ଡୋଙ୍କ ଜର୍ସି ନମ୍ବର-୭ ସହ ତାଙ୍କ ଟିମ୍‌ ପର୍ତ୍ତୁଗାଲର ବ୍ୟାଜ୍‌ ଲଗାଯାଇଛି। ଷ୍ଟାଚ୍ୟୁଟି ୨୦୧୬ରେ ହୋଇଥିବା ୟୁରୋ କପ୍‌ର ସ୍ମୃତିକୁ ମନେ ପକାଇ ଦେଉଛି। ସେତେବେଳେ ପର୍ତ୍ତୁଗାଲ ଫ୍ରାନ୍ସକୁ ୧.୦ ଗୋଲ୍‌ରେ ହରାଇ ଟାଇଟାଲ ଜିତିଥିଲା।

r43

କାରଡୋସୋ ଏହି ଷ୍ଟାଚ୍ୟୁକୁ ତିଆରି କରିବା ବେଳେ ରୋନାଲ୍ଡୋଙ୍କର ପ୍ରତ୍ୟେକ କଥା ଉପରେ ଧ୍ୟାନ ଦେଇଥିଲେ। ସେ ମ୍ୟାଚ୍‌ରେ କିପରି ଶଟ୍‌ସ ପିନ୍ଧନ୍ତି, ତାଙ୍କ ବୁଟ୍‌ ଏବଂ ଶିନ୍‌ ପ୍ୟାଡ୍‌ କେମିତି ହୋଇଥାଏ, ଏ ସବୁ ଉପରେ କାରଡୋସୋ ଗୁରୁତ୍ୱ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.