ଆଇଏସ୍‌ଆଇଏସ୍‌ ସଂଗଠନରେ କେରଳର ଯୁବତୀ, ଫଟୋ ଦେଖି ଚିହ୍ନିଲେ ମା

ତିରୁବନନ୍ତପୁରମ୍‌ : ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ରେ ଭାରତୀୟ ଯୁବତୀ । କେରଳର ଜଣେ ଯୁବତୀ ଗତ ୨୦୧୬ରୁ ନିଖୋଜ ଥିଲେ । ନିକଟରେ ଆଫଗାନିସ୍ତାନରେ ଆତ୍ମସମର୍ପଣ କରିଥିବା କିଛି ଆଇଏସ୍‌ଆଇଏସ୍‌ ସଦସ୍ୟଙ୍କ ମଧ୍ୟରେ କେରଳର ଜଣେ ଯୁବତୀର ଫଟୋ ଦେଖି ତାର ମା ତାକୁ ଚିହ୍ନି ପାରିଛନ୍ତି । ବିନ୍ଦୁ ସମ୍ପତ୍‌ ନାମକ ଏହି ମହିଳା ଏନ୍‌ଆଇଏ (ନେସନାଲ ଇନଭେଷ୍ଟିଗେସନ୍‌ ଏଜେନସି) ଦ୍ୱାରା ଦିଆଯାଇଥିବା ଫଟୋରେ ନିଜ ଝିଅ ନିମିଶା ଓରଫ ଫାତିମାକୁ ଚିହ୍ନି ପାରିଛନ୍ତି ।
ସୂଚନା ଅନୁଯାୟୀ ନିମିଶା ୨୦୧୬ରେ ସିରିୟା ବାଟ ଦେଇ ଆଫଗାନିସ୍ତାନ ଯାଇଥିଲା । ସେ ସେତେବେଳେ କାସାରଗଡ଼ରେ ବିଡିଏସ୍‌ ଛାତ୍ରୀ ଥିଲା । ସେଠାରେ ବେକ୍ସେନ୍‌ ନାମକ ଜଣେ ଏମ୍‌ବିଏ ଛାତ୍ରଙ୍କୁ ବାହା ହୋଇଯାଇଥିଲା । ସେତେବେଳେ ନିମିଶା ମୁସଲମାନ ଧର୍ମ ଗ୍ରହଣ କରିଥିଲା । ପରେ ଉଭୟ ସ୍ୱାମୀ ସ୍ତ୍ରୀ ଆଫଗାନିସ୍ତାନ ଚାଲି ଯାଇଥିଲେ । ତେବେ ସେମାନେ ବିନ୍ଦୁଙ୍କ ସହ ସମ୍ପର୍କ ରକ୍ଷା କରୁଥିଲେ ଏବଂ ମଝିରେ ମଝିରେ ଫଟୋ ମଧ୍ୟ ପଠାଉଥିଲେ । ପରେ ନିମିଶା ଏକ ଝିଅକୁ ଜନ୍ମ ଦେଇଥିଲେ । ଗତ ବର୍ଷ ନଭେମ୍ବର ୨୬ ତାରିଖରେ ନିମିଶା ଝିଅର ଫଟୋ ପଠାଇଥିଲା । ଯାହାକୁ ଦେଖି ଏବେ ଏନ୍‌ଆଇଏ ଫଟୋରୁ ଝିଅ ଓ ଜ୍ୱାଇଁକୁ ବିନ୍ଦୁ ଚିହ୍ନି ପାରିଛନ୍ତି । ସେମାନେ କିଭଳି ସୁରକ୍ଷିତ ଭାବେ ଭାରତ ଫେରି ପାରିବେ ସେଥିଲାଗି ସେ ନିବେଦନ କରିଛନ୍ତି ।

ଗତ ସପ୍ତାହରେ ପ୍ରାୟ ୯୦୦ ଆଇଏସ୍‌ଆଇଏସ୍‌ କ୍ୟାଡର ପରିବାର ଆଫଗାନିସ୍ତାନ ସେନା ଆଗରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ଅଛନ୍ତି । ସେହି ଫଟୋ ସବୁ ଏନ୍‌ଆଇଏ ସଂଗ୍ରହ କରି ଦେଖାଇଛି । ସେଥିରୁ ନିମିଶାଙ୍କ ମା ଓ ବେକ୍ସେନ୍‌ଙ୍କ ମା ସେମାନଙ୍କୁ ଚିହ୍ନି ପାରିଛନ୍ତି ।
ସେହିଭଳି ବିନ୍ଦୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । କିଛି ମାସ ପୂର୍ବରୁ ଆମେରିକାରେ ବୋମା ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ଅବଦୁଲ ରସିଦ ଅବଦୁଲ୍ଲା କେରଳରୁ ଏକ ୨୧ ଜଣିଆ ଟିମ୍‌ ନେଇ ଆଫଗାନିସ୍ତାନ ଯାଇଥିଲା । ନିଜ ଝିଅ ବିଷୟରେ ଜାଣିବା ପାଇଁ ସେ ଆଗରୁ ଅବଦୁଲ୍ଲାକୁ ଫୋନ୍‌ କରୁଥିଲେ । ଯଦିଓ ଏବେ ସେ ମରି ଯାଇଛି ବୋଲି କୁହାଯାଉଛି ତଥାପି ଟେଲିଗ୍ରାମ୍‌ ଆପ୍‌ରେ ଅବଦୁଲ୍ଲା ଏବେବି ସମ୍ପର୍କ ରଖିଛି ବୋଲି ବିନ୍ଦୁ କହିଛନ୍ତି ।

 

KNews Bureau

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

21 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

43 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

1 hour ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

1 hour ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago