ଦେଶ ବିଦେଶ

ଯୁବକଙ୍କ ସୁନ୍ଦର ପେଣ୍ଟିଂ, ମାସ୍କ ଉପରେ ବନାଇଲେ ଭାରତର ୪୪ ଜଣ ଡାକ୍ତରଙ୍କ ଚିତ୍ର

ନୀମଚ : କରୋନା ଯୁଦ୍ଧରେ ଆମ ଦେଶର ନାଗରିକ ପୁରା ତାକତର ସହ ଲଢ଼ିଛନ୍ତି । ତେବେ ଏଥିରେ ଡାକ୍ତରଙ୍କ ଭୂମିକା ସର୍ବୋପରି । ଦେଶର ନାଗରିକ ଏହି କରୋନା ଯୋଦ୍ଧାଙ୍କୁ ବିଭିନ୍ନ ଢ଼ଙ୍ଗରେ ସମ୍ମାନ ପ୍ରଦର୍ଶନ କରିଛନ୍ତି । ମଧ୍ୟପ୍ରଦେଶର ଜଣେ ଯୁବକ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରି ଏମିତି କିଛି କରିଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମଧ୍ୟ ପ୍ରଦେଶ ନୀମଚ ଜିଲ୍ଲାର କୁଚଦୌଡ ନାମକ ଏକ ଛୋଟ ଗାଁରେ ରୁହନ୍ତି ୩୦ ବର୍ଷୀୟ ରାହୁଲ ଲୋହାର । ରାହୁଲ ଏକ ମାସ୍କ ଉପରେ ୪୪ ଜଣ ଡାକ୍ତରଙ୍କ ଚିତ୍ର ଆଙ୍କିଛନ୍ତି ଯେଉଁମାନେ କରୋନା ଯୁଦ୍ଧରେ ଲଢ଼ି କରି ସହିଦ ହୋଇଯାଇଛନ୍ତି । ଚୀନ୍‌ର ବୁହାନରେ ସହିଦ ହୋଇଥିବା ଡାକ୍ତରଙ୍କ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ଭାଗରେ ସହିଦ ହୋଇଥିବା ୪୪ ଜଣ ଡାକ୍ତରଙ୍କ ପୋଟ୍ରେଟ୍‌ ଅତି ସୁନ୍ଦର ଭାବରେ ଏକ ମାସ୍କ ଉପରେ ଆଙ୍କିଛନ୍ତି । କରୋନା ସମୟରେ ବିଭିନ୍ନ ପ୍ରକାର ମାସ୍କ ଡିଜାଇନ୍‌ କରାଯାଇଛି ।

photo credit: punjabkesari.in

ତେବେ ଲୋହାରଙ୍କ ଏହି ପେଣ୍ଟିଂ ମାସ୍କ କିଛି ଭିନ୍ନ ପ୍ରକାରର । ରାହୁଲ ପ୍ରାୟ ୧୨ ଘଣ୍ଟା ପରିଶ୍ରମ କରି ଏହି ପେଣ୍ଟିଂ ବନାଇଛନ୍ତି । ସେ ଏଥିରେ ଇକୋ ଫ୍ରେଣ୍ଡ୍‌ଲି ଓ୍ଵାଟର କଲର୍‌ ବ୍ୟବହାର କରିଛନ୍ତି । ରାହୁଲଙ୍କ ଏହି ମାସ୍କ ଇଣ୍ଟରନେଟ୍‌ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବା ପରେ ଏହାକୁ ଖୁବ୍‌ ପ୍ରଶଂସା କରାଯାଇଛି ।

ରାହୁଲ ଏକ ମଧ୍ୟମ ବର୍ଗ ପରିବାରରୁ ଆସିଥିବା ବେଳେ ପିଲାଦିନରୁ ତାଙ୍କର ପେଣ୍ଟିଂ ପ୍ରତି ଆକର୍ଷଣ ଥିଲା । ଆଜି ସେ ଏକ ୫x ୮ ଇଞ୍ଚ୍‌ର ମାସ୍କରେ ୧୨ ଘଣ୍ଟା ପରିଶ୍ରମ କରି ଏହି ସୁନ୍ଦର ମାସ୍କ ତିଆରି କରିପାରିଛନ୍ତି । ରାହୁଲ ଏହି ପେଣ୍ଟିଂ ମାଧ୍ୟମରେ ସବୁଠି ପରିଚିତ ହେବାକୁ ଲାଗିଛନ୍ତି ।

Niharanjan

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

6 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

36 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

43 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago