ନିର୍ଭୟା ମାମଲାକୁ ନେଇ ଥମୁନି ଚର୍ଚ୍ଚା, ଆଇନ୍‌ ଜାଲରେ ନ୍ୟାୟକୁ ଛନ୍ଦି ଦେଲେ ଦୋଷୀ

ଆଇନ୍‌ର ଜାଲ ଭିତରେ ଛନ୍ଦି ହୋଇଯାଇଛି ନିର୍ଭୟା ମାମଲା । ୨୨ ତାରିଖରେ ଚାରି ଦୋଷୀଙ୍କୁ ଫାଶୀ ହେବ ନାହିଁ ବୋଲି ନିଶ୍ଚିତ ହୋଇ ସାରିଛି । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଓ ଆଲୋଚନା । ସେପଟେ ସବୁଠୁ ବେଶି ଭାଙ୍ଗି ପଡ଼ିଛନ୍ତି ନିର୍ଭୟାଙ୍କ ପରିବାର ଲୋକେ । କାରଣ ସେମାନେ ଅପେକ୍ଷା କରିଛନ୍ତି ଦୀର୍ଘ ୭ ବର୍ଷ । ନ୍ୟାୟ ପାଇବାର ମୁହୂର୍ତ୍ତ ସ୍ଥିର ପରେ ଏହା ପୁଣି ବିଳମ୍ବିତ ହେବାକୁ ଯାଉଛି । ଯେମିତି ଲକ୍ଷ୍ୟର ପାଖାପାଖି ପହଞ୍ଚି ମଣିଷ ଝୁଣ୍ଟି ପଡ଼ିଲେ ଯେଭଳି ଅନୁଭବ କରେ ଠିକ୍‌ ସେମିତି ଅନୁଭବ କରୁଛନ୍ତି ନିର୍ଭୟାଙ୍କ ମା ବାପା ଓ ସମର୍ଥକମାନେ ।

ଏପଟେ ଆମ ଆଇନ୍‌ ବ୍ୟବସ୍ଥାରେ ଥିବା ଫାଙ୍କ ବା ଦୁର୍ବଳତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବାହାରେ ଚର୍ଚ୍ଚା ଯେତିକି ତାଠାରୁ ଅଧିକ ଚର୍ଚ୍ଚା ସୋସିଆଲ ମିଡିଆରେ ହେଉଛି । ସମସ୍ତେ ଏଭଳି ସ୍ଥିତିକୁ ସମାଲୋଚନା କରୁଛନ୍ତି । କାରଣ ପୂର୍ବରୁ ଯେଉଁ କଥା ରହିଛି ‘ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ’ ଠିକ୍‌ ସେହି କଥା ଘଟିବାକୁ ଯାଛି ବୋଲି ଅନେକ କହୁଛନ୍ତି । ଏମିତିକି ଆଉ କିଛି ଲୋକ ଏଭଳି ଆଶଙ୍କା କରୁଛନ୍ତି ଯେ ହୁଏତ ଦୋଷୀମାନଙ୍କୁ ଆଉ ଫାଶୀ ନହୋଇ ଆଜୀବନ କାରାଦଣ୍ଡ ହେବ ।
ଅନେକ ଲୋକଙ୍କର ମତ ହେଉଛି ଏଭଳି ନ୍ୟାୟକୁ ଜଗିବା ଅପେକ୍ଷା ହାଇଦ୍ରାବାଦ ଘଟଣା ଭଳି ନିର୍ଭୟା ଦୋଷୀଙ୍କୁ ମଧ୍ୟ ସିଧା ଏନ୍‌କାଉଣ୍ଟର କରିଦେବା ଦରକାର । ଆଉ କିଛି ଆମ ନ୍ୟାୟ ବ୍ୟବସ୍ଥାର ସମାଲୋଚନା କରୁଛନ୍ତି । ପୁଣି କିଛି ଏହା ଭିତରେ କୌଣସି ରାଜନୀତି ଅଛି ବୋଲି କହୁଛନ୍ତି । ତେବେ ଯେତେବେଳେ ଆମେ ଏକ ସାମ୍ବିଧାନିକ ବ୍ୟବସ୍ଥାରେ ରହିଛୁ ଅପେକ୍ଷା କରିବାକୁ ହେବ କଣ ହେଉଛି ଆଗକୁ ।

ଆଜି କଣ କହିଲେ କୋର୍ଟ

ଦୋଷୀ ମୁକେଶର କ୍ୟୁରେଟିଭ୍‌ ପିଟିସନ୍‌ ଦିଲ୍ଲୀ ହାଇକୋର୍ଟରେ ଖାରଜ ହେବା ପରେ ସେ ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛି । ଏଠାରେ ଶୁଣାଣି ବେଳେ ମୁକେଶର ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ଜେଲ୍‌ ମାନୁଆଲ ଅନୁସାରେ ତାକୁ ଜାନୁଆରୀ ୨୨ ତାରିଖରେ ଫାଶୀ ହୋଇ ପାରିବ ନାହିଁ । ଫଳରେ କୋର୍ଟ ଏବେ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଜେଲ୍‌ ମାନୁଆଲ୍‌ର ୮୪୦ ଓ ୮୬୩ ଧାରାର ସବିଶେଷ ରିପୋର୍ଟ ମାଗିଛନ୍ତି । ଆସନ୍ତାକାଲି ସୁଦ୍ଧା ଜେଲ୍‌ କର୍ତ୍ତୃପକ୍ଷ ତାଙ୍କ ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି ।

ସେପଟେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ବଡ଼ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଆପ୍‌ ସରକାର ବିରୋଧରେ । ସେ କହିଛନ୍ତି ଦିଲ୍ଲୀ ସରକାରର ଅବହେଳା ଯୋଗୁଁ ନିର୍ଭୟା ଦୋଷୀଙ୍କ ଫାଶୀର ଦିନ ଘୁଞ୍ଚିବା ସ୍ଥିତିରେ ପହଞ୍ଚିଛି ।

ଅନ୍ୟପଟେ ଏଭଳି ସୂଚନା ମଧ୍ୟ ମିଳିଛି ଯେ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ଫାଶୀ ପାଇଁ ନୂଆ ତାରିଖ ନିର୍ଦ୍ଧାରଣ କରିବାକୁ ସରକାରଙ୍କୁ ଚିଠି ଲେଖିଛନ୍ତି ।

KNews Bureau

Recent Posts

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

10 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

11 hours ago