ଦେଶ ବିଦେଶ

ଭାଇଚାରର ଅନନ୍ୟ ଉଦାହରଣ, ସବୁଠାରୁ ବଡ ରାମାୟଣ ମନ୍ଦିର ପାଇଁ ମୁସଲମାନ ପରିବାର ଦାନ କଲେ ୨.୫ କୋଟି ଟଙ୍କାର ଜମି

ଭାରତ ସର୍ବଧର୍ମ ସମନ୍ଵୟର ଦେଶ। ଏଠାରେ କୌଣସି ଜାତି, ଧର୍ମ, ବର୍ଣ୍ଣ ନେଇ ଲୋକଙ୍କ ମନରେ କୌଣସି କିଛି ଭେଦଭାବ ନଥାଏ। ଏହାର ଜ୍ୱଳନ୍ତ ଉଦାହରଣ ବିହାର ରାଜ୍ୟର ଚମ୍ପାରନ ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଠି ମନ୍ଦିର ପାଇଁ ୨.୫ କୋଟି ଟଙ୍କାର ଜମି ଦାନ କରିଛନ୍ତି ମୁସଲମାନ ପରିବାର।

ବିହାରରେ ନିର୍ମାଣ ହେବାକୁ ଥିବା ଏହି ମନ୍ଦିର ଦୁନିଆର ସବୁଠାରୁ ବଡ଼ ବିରାଟ ରାମାୟଣ ମନ୍ଦିର। ଏଥିପାଇଁ ଜମି ଦାନ କରାଯାଉଛି। ମନ୍ଦିରର ଭବ୍ୟ ନିର୍ମାଣ ପାଇଁ  ଇତିୟାକ ଅହମଦ ଖାନ ୨.୫ କୋଟି ଟଙ୍କାର ଜମି ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ପାଟନା ମହାବୀର ମନ୍ଦିର ଟ୍ରଷ୍ଟ ମୁଖ୍ୟ ଆଚାର୍ଯ୍ୟ କିଶୋର କହିଛନ୍ତି। ଜମି ଦାନ କରିଥିବା ମୁସଲମାନ ପରିବାର ଏବେ ଗୌହ୍ଵାଟୀରେ ରହୁଛନ୍ତି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଅଯୋଧ୍ୟାର ରାମ ମନ୍ଦିର ପରେ ଏବେ ବିହାର ରାମାୟଣ ମନ୍ଦିର ତିଆରି କରାଯିବ। ଚମ୍ପାରଣରେ ହେବାକୁ ଥିବା ‘ବରାଟ ରାମାୟଣ ମନ୍ଦିର’ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି।  ମନ୍ଦିର ନିର୍ମାଣ ଷ୍ଟାଇଲ ଏବଂ ସୌନ୍ଦର୍ଯ୍ୟ ଦେଖିବାା ପରେ ସମସ୍ତଙ୍କ ଆଖି ଲାଖିଯିବ। ଏହି ମନ୍ଦିରର ନିର୍ମାଣ ବଜେଟ ପାଖାପାଖି ୫୦୦ କୋଟି ଟଙ୍କା ରହିବ। ଏହି ମନ୍ଦିରର ନିର୍ମାଣ ନୂଆ ସଂସଦ ଭବନ ନିର୍ମାଣ କରିଥିବା ବାସ୍ତୁକାରଙ୍କ ସାହାଯ୍ୟ ନିଆଯିବ।

ଚମ୍ପାରଣର କେସରିଆରେ ନିର୍ମାଣ ହେବାକୁ ଥିବା ଏହି ମନ୍ଦିରର ଉଚ୍ଚତା ୨୭୦ ଫୁଟ, ଲମ୍ବା ୧୦୮୦, ଚଉଡା ୫୪୦ ଫୁଟ ରହିବ। ଏହି ମନ୍ଦିରକୁ ଭବ୍ୟଭାବେ ନିର୍ମାଣ କରାଯିବ। ମନ୍ଦିର ୧୦୦ ଏକର ଜମିରେ ନିର୍ମାଣ କରାଯିବ ବୋଲି ଖବର ମିଳିଛି।

Swagatika

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

3 seconds ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

27 seconds ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

5 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

27 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

35 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

41 mins ago