ଭାଇଚାରର ଅନନ୍ୟ ଉଦାହରଣ, ସବୁଠାରୁ ବଡ ରାମାୟଣ ମନ୍ଦିର ପାଇଁ ମୁସଲମାନ ପରିବାର ଦାନ କଲେ ୨.୫ କୋଟି ଟଙ୍କାର ଜମି
ଭାରତ ସର୍ବଧର୍ମ ସମନ୍ଵୟର ଦେଶ। ଏଠାରେ କୌଣସି ଜାତି, ଧର୍ମ, ବର୍ଣ୍ଣ ନେଇ ଲୋକଙ୍କ ମନରେ କୌଣସି କିଛି ଭେଦଭାବ ନଥାଏ। ଏହାର ଜ୍ୱଳନ୍ତ ଉଦାହରଣ ବିହାର ରାଜ୍ୟର ଚମ୍ପାରନ ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଠି ମନ୍ଦିର ପାଇଁ ୨.୫ କୋଟି ଟଙ୍କାର ଜମି ଦାନ କରିଛନ୍ତି ମୁସଲମାନ ପରିବାର।
ବିହାରରେ ନିର୍ମାଣ ହେବାକୁ ଥିବା ଏହି ମନ୍ଦିର ଦୁନିଆର ସବୁଠାରୁ ବଡ଼ ବିରାଟ ରାମାୟଣ ମନ୍ଦିର। ଏଥିପାଇଁ ଜମି ଦାନ କରାଯାଉଛି। ମନ୍ଦିରର ଭବ୍ୟ ନିର୍ମାଣ ପାଇଁ ଇତିୟାକ ଅହମଦ ଖାନ ୨.୫ କୋଟି ଟଙ୍କାର ଜମି ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ପାଟନା ମହାବୀର ମନ୍ଦିର ଟ୍ରଷ୍ଟ ମୁଖ୍ୟ ଆଚାର୍ଯ୍ୟ କିଶୋର କହିଛନ୍ତି। ଜମି ଦାନ କରିଥିବା ମୁସଲମାନ ପରିବାର ଏବେ ଗୌହ୍ଵାଟୀରେ ରହୁଛନ୍ତି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଅଯୋଧ୍ୟାର ରାମ ମନ୍ଦିର ପରେ ଏବେ ବିହାର ରାମାୟଣ ମନ୍ଦିର ତିଆରି କରାଯିବ। ଚମ୍ପାରଣରେ ହେବାକୁ ଥିବା ‘ବରାଟ ରାମାୟଣ ମନ୍ଦିର’ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମନ୍ଦିର ନିର୍ମାଣ ଷ୍ଟାଇଲ ଏବଂ ସୌନ୍ଦର୍ଯ୍ୟ ଦେଖିବାା ପରେ ସମସ୍ତଙ୍କ ଆଖି ଲାଖିଯିବ। ଏହି ମନ୍ଦିରର ନିର୍ମାଣ ବଜେଟ ପାଖାପାଖି ୫୦୦ କୋଟି ଟଙ୍କା ରହିବ। ଏହି ମନ୍ଦିରର ନିର୍ମାଣ ନୂଆ ସଂସଦ ଭବନ ନିର୍ମାଣ କରିଥିବା ବାସ୍ତୁକାରଙ୍କ ସାହାଯ୍ୟ ନିଆଯିବ।
ଚମ୍ପାରଣର କେସରିଆରେ ନିର୍ମାଣ ହେବାକୁ ଥିବା ଏହି ମନ୍ଦିରର ଉଚ୍ଚତା ୨୭୦ ଫୁଟ, ଲମ୍ବା ୧୦୮୦, ଚଉଡା ୫୪୦ ଫୁଟ ରହିବ। ଏହି ମନ୍ଦିରକୁ ଭବ୍ୟଭାବେ ନିର୍ମାଣ କରାଯିବ। ମନ୍ଦିର ୧୦୦ ଏକର ଜମିରେ ନିର୍ମାଣ କରାଯିବ ବୋଲି ଖବର ମିଳିଛି।