ଗଞ୍ଜେଇ ବେପାରରେ ବ୍ୟାଙ୍କ କର୍ମଚାରୀ: ୨ ଚୋରା ଚାଲାଣକାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF

ଭୁବନେଶ୍ବର(କେନ୍ୟୁଜ୍): ଗଞ୍ଜେଇ ବେପାରରେ ବ୍ୟାଙ୍କ କର୍ମଚାରୀ। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କ୍ଲର୍କ କମ କ୍ୟାସିୟର ସୁଶାନ୍ତ କୁମାର ସାହୁ କରୁଥିଲେ ଚୋରା ଗଞ୍ଜେଇ ଚାଲାଣ। ଦୁଇ ଜଣ ଚୋରା ଚାଲାଣକାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ STF।

ଗଞ୍ଜେଇ ଚୋରା ଚାଲାଣ ବେଳେ ଅନୁଗୁଳ ଜିଲ୍ଲା ବାଙ୍କ ପଳାସ ଗାଁ ନିକଟରେ ମାଡିବସିଲା STF। ସେମାନଙ୍କ ନିକଟରୁ ୧୬୫କେଜି ଗଞ୍ଜେଇ, ଗୋଟିଏ ବନ୍ଧୁକ, ମହିନ୍ଦ୍ରା ଗାଡ଼ି ଓ ଗୋଟିଏ ପଲସର ଜବତ ହୋଇଛି।

ଏକ ବର୍ଷ ମଧ୍ୟରେ STF ୫୦କେଜି ବ୍ରାଉନସୁଗାର, ୯୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୧୩୦ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.