ପୁଣି ଥରେ ନମ୍ବର ୱାନ ମୋଦି, ସୋସିଆଲ୍ ମିଡିଆରେ ବିଶ୍ବର ବଡ଼ ବଡ଼ ନେତାଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ

ପୁଣି ଥରେ ନମ୍ବର ୱାନ ହେଲେ ମୋଦି । ସୋସିଆଲ୍ ମିଡିଆରେ ବିଶ୍ବର ବଡ଼ ବଡ଼ ନେତାଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ । ଫେସବକୁରେ ବିଶ୍ବ ନେତାଙ୍କ ମଧ୍ୟରେ ଟପ୍ ୧ ହୋଇଛନ୍ତି ନରେନ୍ଦ୍ର ମୋଦି ।

୨୦୧୯ ୱାର୍ଲ୍ଡ ଲିଡର୍ସ ଅନ୍‌ ଫେସବୁକ ନାମକ ଜାରି ହୋଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ତାଲିକାର ଦ୍ୱିତୀୟରେ ରହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବ୍ରାଜିଲର ନୂତନ ରାଷ୍ଟ୍ରପତି ଜାୟର ବୋଲ୍ସୋନାରେ ଫେସବୁକରେ ସବୁଠାରୁ ଅଧିକ ଏନ୍‌ଗେଜ ନେତା ବୋଲି ଜଣାପଡିଛନ୍ତି ।

ନରେନ୍ଦ୍ର ମୋଦି- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସବୁକ୍ ପେଜରେ ୪.୩୫ କୋଟି ଲାଇକ୍ସ ରହିଥିବା ବେଳେ ତାଙ୍କ ଅଫିସିଆଲ ପେଜକୁ ୧.୩୭ କୋଟି ଲାଇକ ମିଳିଛି । ସେହିପରି ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପେସବୁକ ପେଜରେ ମିଳିଛି ୨.୩୦ କୋଟି ଲାଇକ ।

ଜୋର୍ଡାନର ସୁଲତାନ ଅବଦିଲ୍ଲାଙ୍କ ପତ୍ନୀ କ୍ୱିନ ରାନିଆ ୧.୬୯ କୋଟି ଲାଇକ ସହିତ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଫେସବୁକ ବ୍ୟତୀତ ଟ୍ୱିଟର, ଇଂଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଆକାଉଣ୍ଟ ରହିଛି ।

KNews Bureau

Recent Posts

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

5 mins ago

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା…

8 mins ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

20 mins ago

୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର…

31 mins ago

ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ବୃଦ୍ଧା ପୋଡ଼ି ଗୁରୁତର

ବୌଦ୍ଧ/ହରଭଂଗା : ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ…

45 mins ago

ଆମେରିକାର ଓ୍ଵାଟର ପାର୍କରେ ଫୁଟିଲା ଗୁଳି, ୨ ଶିଶୁଙ୍କ ସମେତ ୮ ଜଣ ଆହତ

ଆମେରିକାରେ ପୁଣି ଫୁଟିଲା ଗୁଳି । ମିଶିଗନର ସବୁଠୁ ବଡ଼ ସହର ଡେଟ୍ରୋଇଟ୍ ନିକଟରେ ଥିବା ଏକ ୱାଟର ପାର୍କରେ…

51 mins ago