ପୁଣି ଥରେ ନମ୍ବର ୱାନ ମୋଦି, ସୋସିଆଲ୍ ମିଡିଆରେ ବିଶ୍ବର ବଡ଼ ବଡ଼ ନେତାଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ

ପୁଣି ଥରେ ନମ୍ବର ୱାନ ହେଲେ ମୋଦି । ସୋସିଆଲ୍ ମିଡିଆରେ ବିଶ୍ବର ବଡ଼ ବଡ଼ ନେତାଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ । ଫେସବକୁରେ ବିଶ୍ବ ନେତାଙ୍କ ମଧ୍ୟରେ ଟପ୍ ୧ ହୋଇଛନ୍ତି ନରେନ୍ଦ୍ର ମୋଦି ।
୨୦୧୯ ୱାର୍ଲ୍ଡ ଲିଡର୍ସ ଅନ୍ ଫେସବୁକ ନାମକ ଜାରି ହୋଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ତାଲିକାର ଦ୍ୱିତୀୟରେ ରହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବ୍ରାଜିଲର ନୂତନ ରାଷ୍ଟ୍ରପତି ଜାୟର ବୋଲ୍ସୋନାରେ ଫେସବୁକରେ ସବୁଠାରୁ ଅଧିକ ଏନ୍ଗେଜ ନେତା ବୋଲି ଜଣାପଡିଛନ୍ତି ।
ନରେନ୍ଦ୍ର ମୋଦି- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସବୁକ୍ ପେଜରେ ୪.୩୫ କୋଟି ଲାଇକ୍ସ ରହିଥିବା ବେଳେ ତାଙ୍କ ଅଫିସିଆଲ ପେଜକୁ ୧.୩୭ କୋଟି ଲାଇକ ମିଳିଛି । ସେହିପରି ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପେସବୁକ ପେଜରେ ମିଳିଛି ୨.୩୦ କୋଟି ଲାଇକ ।
ଜୋର୍ଡାନର ସୁଲତାନ ଅବଦିଲ୍ଲାଙ୍କ ପତ୍ନୀ କ୍ୱିନ ରାନିଆ ୧.୬୯ କୋଟି ଲାଇକ ସହିତ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଫେସବୁକ ବ୍ୟତୀତ ଟ୍ୱିଟର, ଇଂଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଆକାଉଣ୍ଟ ରହିଛି ।