ଦେଶ ବିଦେଶ

ମୋଦିଙ୍କ ଶପଥ ଗ୍ରହଣ ସମାରୋହ : ୭୦୦୦ ହଜାର ବ୍ୟକ୍ତିଙ୍କୁ ନିମନ୍ତ୍ରଣ, ସାମ୍ନାକୁ ଆସିଲା ନିମନ୍ତ୍ରଣ ପତ୍ର ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ହେବାକୁ ଯାଉଛି । ଆସନ୍ତାକାଲି ସନ୍ଧ୍ୟା ୭.୧୫ ମିନିଟରେ ମୋଦି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରାୟ ୭୦୦୦ ହଜାର ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଛି । ଆଉ ପ୍ରଥମ ଥର ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ସାମ୍ନାକୁ ଆସିଛି ।

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଅନେକ ଦେଶର ରାଷ୍ଟ୍ରାଧ୍ୟକ୍ଷ ସାମିଲ ହେବେ । ଏହାକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦିଲ୍ଲୀକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ପ୍ରତି ଛକରେ ପୋଲିସ ପ୍ରହରା ଦେଉଛି ।
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ, ଭୁଟାନ, ନେପାଳ, ମରିସସର ନେତା ସାମିଲ ହେବ । ତେଣୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଷ୍ଟ୍ରପତି ଭବନ ସୁରକ୍ଷା ପାଇଁ ଅର୍ଦ୍ଧସୈନିକ ବଳର ୫ଟି ଫୋର୍ସ, ଏନଏସଜି କମାଣ୍ଡୋ, ଡ୍ରୋନ, ସ୍ନାଇପର ନିୟୋଜିତ କରାଯାଇଛି । ବିଦେଶୀ ଅତିଥିଙ୍କ ପାଇଁ ଲୀଲା, ତାଜ, ଆଇଟିସି ମୌର୍ଯ୍ୟ, କ୍ଲେରିଜସ ଏବଂ ଓବରୟ ହୋଟେଲରେ ରୁମ୍‌ ବୁକ୍‌ ହୋଇଛି । ଏସବୁରେ କଡା ସୁରକ୍ଷା ରହିଛି ।

ସମାରୋହ ଦିନ ଦିଲ୍ଲୀ ପୋଲିସର ସ୍ୱାଟ ଏବଂ ଏନଏସଜି କମାଣ୍ଡୋ ରାଷ୍ଟ୍ରପତି ଭବନ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବେ । ଦିଲ୍ଲୀ ପୋଲିସ ଅଧିକାରୀ ସମାରୋହକୁ ଦୃଷ୍ଟିରେ ରଖି ସୁରକ୍ଷା ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମୁଖ୍ୟାଳୟ ଏବଂ ନୂଆ ଦିଲ୍ଲୀର ବିଭିନ୍ନ ବୈଠକ କରିଛି । ଶପଥ ଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ଭିତରେ ହେବ । ତେଣୁ ଏଠରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଜଣେ ଅଧିକାରୀଙ୍କ କହିବାମୁତାବକ, ଅର୍ଦ୍ଧସୈନିକ ବଳ ଏବଂ ଦିଲ୍ଲୀ ସଶସ୍ତ୍ର ପୋଲିସର ଯବାନ ୫ଟି କମ୍ପାନୀ ସହିତ ପାଖାପାଖି ୨୫୦୦ ପୋଲିସ କର୍ମୀ ମଧ୍ୟ ନିୟୋଜିତ ରହିବେ । ଯେଉଁ ରାସ୍ତା ଦେଇ ଭିଭିଆଇପି ଯିବେ, ସେହି ରାସ୍ତାରେ ସ୍ନାଇପର ଏବଂ ସଶସ୍ତ୍ର ପୋଲିସ ରହିବେ । ନୂଆଦିଲ୍ଲୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଡ୍ରୋନ ରହିବ । ଏହି ସୁରକ୍ଷା ଗତବର୍ଷ ଜି୨୦ ଶିଖର ସମ୍ମିଳନୀ ଭଳି ରହିବ ବୋଲି ସୂଚନା ମିଳିଛି ।

ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଓ ୨୯୩ ସିଟ ହାସଲ କରିଛି । ବିଜେପି ଏକୁଟିଆ ୨୪୦ ସିଟ୍‌ ପାଇଥିବା ବେଳେ ଅନ୍ୟ ସହଯୋଗୀ ଦଳ ସାମିଲ ହୋଇଛନ୍ତି ।

Swagatika

Recent Posts

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି (କେନ୍ୟୁଜ) : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ…

1 min ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

6 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

15 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

33 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

35 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago