ସ୍ପେଶାଲ

ମୋ ବସ୍‌ ରେ ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଯାତ୍ରୀ, ପଛରୁ ପିଟିଲା ଟ୍ରକ୍‌

କଟକ : କାହାର ହାତରେ ଲାଗିଛି ଆଘାତ ତ କାହା ମୁଣ୍ଡରୁ ବାହାରୁଛି ରକ୍ତ । ଅନେକ ଲୋକ ଆହତ ହୋଇ ଦୁର୍ଘଟଣାସ୍ଥଳରେ ଛଟପଟ ହେଉଛନ୍ତି । ସମସ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ଯାତ୍ରା କରୁଥିଲେ । ହେଲେ ସେମାନେ କେବେବି ଭାବିନଥିଲେ ତାଙ୍କ ସହ ଏପରି କିଛି ଘଟିଯିବ ବୋଲି । କିନ୍ତୁ ହଠାତ୍‌ ତାଙ୍କ ସହ ଘଟିଗଲା ଏମିତି କିଛି । ଟିକିଏ ଏହି ବସ୍‌ ର ଚିତ୍ର କୁ ଦେଖନ୍ତୁ ଆଜ୍ଞା, କିଭଳି ଲୋକେ ବସିବା ପାଇଁ ହୋଇଥିବା ଚେୟାର ଗୁଡ଼ିକ ଭାଙ୍ଗି ରୁଜି ଚୁର୍‌ମାର୍‌ ହୋଇଯାଇଛି । ଗାଡ଼ି ଭାଙ୍ଗି ଚେପା ହୋଇଯାଇଛି ।

ଏ ଦୃଶ୍ୟକୁ ଦେଖିଲାରୁ ଛାତି ଥରି ଉଠୁଛି …ଲୋମ ଟାଙ୍କୁରି ଯାଉଛି । ଦେଖି ହେଉନି କି ସହି ହେଉନି ଲୋକଙ୍କ ଦୁଃଖ । ଏ ଦୃଶ୍ୟ କୌଣସି ବାହାର ରାଜ୍ୟର ନୁହେଁ ଆଜ୍ଞା, ଏହି ଦୃଶ୍ୟ ହେଉଛି ଖୋଦ୍‌ ରାଜଧାନୀ ରାଜରାସ୍ତାରୁ କଟକ ସଦର ଯାଉଥିବା ତେଲେଙ୍ଗା ପେଣ୍ଠ ନିକଟର ଦୃଶ୍ୟ । ଯେଉଁଠି ମୋ ବସ୍‌ ରେ ଯାତ୍ରା କରୁଥିଲେ ଅନେକ ଯାତ୍ରୀ । କିନ୍ତୁ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ହଠାତ୍‌ ମୋ ବସ୍ କୁ ପଛରୁ ଧକ୍କା ଦେଇଥିଲା ଟ୍ରକ୍ । କଟକ ତେଲେଙ୍ଗା ପେଣ୍ଠ ନିକଟରେ ଘଟିଗଲା ବଡ଼ ଦୁର୍ଘଟଣା। ଆଉ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । କିଏ ହାତକୁ ଧରି ଆଉଁସୁଛି ତ କିଏ ଗୋଡ଼କୁ ଧରି ଆଉଁସୁଛି। ଆଉ ବାପାଲୋ ବୋଉଲୋ ଚିତ୍କାର କରୁଛନ୍ତି । ଲୋକଙ୍କ ଆର୍ତ୍ତ ଚିତ୍କାରରେ ଫାଟି ପଡ଼ୁଛି ପୂରା ଅଞ୍ଚଳ ।

ତେବେ କଟକ ସଦର ଥାନା ଅନ୍ତର୍ଗତ ନୂଆଗଡ଼ ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ଆହତ ମାନଙ୍କୁ ଏସ ସି ବି ମେଡିକାଲ ନିଆଯାଉଛି। ଏହି ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍‌ରେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ । ବସର ପଛ ପାର୍ଶ୍ୱ ଓ ଟ୍ରକର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି । ଯେଉଁ ଥିରୁ ଅନୁମାନ କରାଯାଉଛି କେତେ ଜୋରରେ ଟ୍ରକ୍‌ଟି ବସ୍‌କୁ ଧକ୍କା ଦେଇଛି ।

ସେପଟେ ଏହି ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ଟ୍ରକ୍ ଡ୍ରାଇଭର । ଏନେଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମୋ ବସ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କହିଛନ୍ତି, ବସ୍‌ଟି ବେଶି ଜୋରରେ ଯାଉନଥିଲା । ଏହା ସାଧାରଣତଃ ସବୁଦିନ ଯେଉଁଭଳି ଯାତ୍ରା କରେ ସେମିତି ହି ଁ ଯାତ୍ରା କରୁଥିଲା । ହେଲେ ବସ୍‌ ଟି ଯାଉଥିବା ବେଳେ ହଠାତ୍‌ ପଛପଟୁ ମାଡ଼ି ଆସିଥିଲା ଟ୍ରକ୍‌ ଆଉ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପାଖାପାଖି ୨୦ ମିଟର ଠେଲି ନେଇଥିଲା ବସ୍‌ଟିକୁ । ତେଣୁ ବସ୍‌ ପଛରେ ବସିଥିବା ଯାତ୍ରୀମାନେ ଅଧିକ ଆହତ ହୋଇଛନ୍ତି । ବସ୍‌ରେ ପାଖାପାଖି ୫୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ୧୦ ରୁ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago