ଦେଶ ବିଦେଶ

ବର୍ଷେ ଯାଏଁ ଚାଲିପାରେ ରୁଷ-ୟୁକ୍ରେନ୍‌ ଯୁଦ୍ଧ, ନାଟୋର ସେକ୍ରେଟାରୀ ଜେନେରାଲ ଦେଲେ ଚେତାବନୀ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧକୁ ଇତି ମଧ୍ୟରେ ୪୨ ଦିନ ହେଲାଣି। ଉଭୟ ଦେଶ ମଧ୍ୟରେ ବାରମ୍ବାର ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରିପାରୁନାହିଁ। ରୁଷ ଆକ୍ରମଣରେ ୟୁକ୍ରେନ୍‌ର ସବୁ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଏବେ ଯାଏଁ କୋଟିଏରୁ ଊର୍ଦ୍ଧ୍ୱ ୟୁକ୍ରେନ୍‌ବାସୀ ଦେଶ ଛାଡ଼ି ସାରିଲେଣି। ତେବେ ନାଟୋର ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟେଲ୍ଟେନ୍‌ବର୍ଗ ଚେତାବନୀ ଦେଇଛନ୍ତି ଯେ ୟୁକ୍ରେନ୍‌ ବିରୋଧରେ ରୁଷ୍‌ର ଯୁଦ୍ଧ ମାସେ କି ଦୁଇ ମାସ ନୁହେଁ, ବର୍ଷେ ଯାଏଁ ଚାଲିପାରେ। ଏଣୁ ସମସ୍ତେ ଏବେ ୟୁକ୍ରେନ୍‌କୁ ସାହାଯ୍ୟ କରିବା ଉଚିତ୍‌।

ଏହା ପୂର୍ବରୁ ମାର୍ଚ୍ଚ ୨୪ରେ ନାଟୋ ସେକ୍ରେଟାରୀ କହିଥିଲେ, ଆମେ ଦେଖୁଛୁ ଯେ ରୁଷ ଏବେ ୟୁକ୍ରେନ୍‌ ଉପରେ ଆମେରିକା ଓ ନାଟୋର ସହଯୋଗରେ ରାସାୟନିକ ଓ ଜୈବିକ ଅସ୍ତ୍ର ବ୍ୟବହାର କରିବା ଲାଗି ପ୍ରସ୍ତୁତି କରୁଥିବା ନେଇ ଅଭିଯୋଗ କରୁଛି। ଏହି ଅଭିଯୋଗ କରି ସେ ନିଜେ ଏହାକୁ ବ୍ୟବହାର କରିବାକୁ ବାଟ ଖୋଜୁଛି। ସେ କହିଛନ୍ତି, ରାସାୟନିକ ଅସ୍ତ୍ରର ବ୍ୟବହାରର ପରିଣାମ ବହୁତ ଖରାପ ହେବ।

ସୂଚନାଯୋଗ୍ୟ ଯେ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଏବେ ଭୟାବହ ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍‌ର ବୁଚା ସହରରୁ ଲୋମଟାଙ୍କୁରି ଉଠିବା ଭଳି ଫଟୋ ଏବେ ସାମ୍ନାକୁ ଆସୁଛି। ୟୁକ୍ରେନ୍‌ ଦାବି କରୁଛି ଯେ ବୁଚାରେ ରୁଷ ସେନା ସାଧାରଣ ଜନତାଙ୍କୁ ହତ୍ୟା କରୁଛନ୍ତି। ମୃତ ଲୋକଙ୍କ ଶବ ରାସ୍ତାରେ ଏଣେତେଣେ ପଡ଼ିଛି। ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଏହାକୁ ‘ନରସଂହାର’ ବୋଲି କହିଛନ୍ତି।

ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ଆପଣ ଦେଖୁଛନ୍ତି ବୁଚାରେ କଣ ହୋଇଛି। ପୁଟିନ୍‌ ଜଣେ ଓ୍ଵାର କ୍ରିମିନାଲ। ସେ କହିଛନ୍ତି ଯେ ପୁଟିନ୍‌ଙ୍କ ବିରୋଧରେ ଓ୍ଵାର କ୍ରିମିନାଲ ଅନୁସାରେ ମକଦ୍ଦମା ହେବା ଦରକାର।

Also Read: ୯୦ ଥର ଟିକା ନେଇ ସାରିଲେଣି ୬୦ ବର୍ଷର ବ୍ୟକ୍ତି, ଜାଲ୍‌ ସାର୍ଟିଫିକେଟ୍‌ ବିକି କରୁଛନ୍ତି ମୋଟା ଅଙ୍କର ରୋଜଗାର

WCW 11

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

17 mins ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

19 mins ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

53 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

1 hour ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago