ଦେଶ ବିଦେଶ

ଆର୍ଯ୍ୟନଙ୍କ ବିରୋଧରେ NCB କୁ ମିଳିଲାନି କୌଣସି ପ୍ରମାଣ, ତଦନ୍ତର ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଆର୍ଯ୍ୟନ ଖାନଙ୍କ ବିରୋଧରେ ମିଳିଲାନି କୌଣସି ପ୍ରମାଣ। ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ବିରୋଧରେ NCBର SITକୁ କୌଣସି ପ୍ରମାଣ ମିଳିନାହିଁ । ଘଟଣାଦିନ ଆର୍ଯ୍ୟନ ଖାନ୍‌ ଡ୍ରଗ୍ସ ରଖିନଥିଲେ । ଏହାସହ ଆନ୍ତର୍ଜାତିକ ଡ୍ରଗ୍ସ କାରବାରରେ ତାଙ୍କର କୌଣସି ଲିଙ୍କ୍‌ ଥିବା ଜଣାପଡିନାହିଁ । ତାଙ୍କ ମୋବାଇଲ ଫୋନ କିମ୍ବା ଚାଟ୍‌ରୁ କୌଣସି ପ୍ରମାଣ ମିଳିନି। ମାତ୍ର ତଦନ୍ତର ଚୂଡାନ୍ତ ରିପୋର୍ଟ ଏଯାଏ ଆସିନି।

କ୍ରୁଜ୍‌ ରେଡ୍‌ ସମୟରେ କେତେକ ଅନିୟମିତତା ହୋଇଥିବା ଜଣାପଡିଛି। NCBର ନିୟମ ମୁତାବକ ରେଡ ସମୟର ଭିଡ଼ିଓ ରେକର୍ଡ କରାଯାଇନି। ତେବେ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ରଖିନଥିଲେ ମଧ୍ୟ ସେବନ କରିବାକୁ ନେଇ ତାଙ୍କ ଉପରେ ଚାର୍ଜ ଲାଗିପାରେ ବୋଲି କହିଛନ୍ତି NCB ଅଧିକାରୀ। ଗତବର୍ଷ ଆର୍ଯ୍ୟନ ମୁମ୍ବାଇ ଏନସିବି ଡ୍ରଗ୍ସ କ୍ରୁଜ ମାମଲାରେ ଗିରଫ ହୋଇଥିଲେ । ୨୮ ଦିନ ଜେଲରେ ରହିବା ପରେ ଜାମିନରେ ମୁକୁଳିଥିଲେ।

ଡ୍ରଗ୍ସ କେସ୍‌ ପରେ ଆର୍ଯ୍ୟନଙ୍କ ଜୀବନ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଯାଇଥିଲା। ସେ ଏହିସବୁ ଝାମେଲାରୁ ବାହାରକୁ ବାହାରିବା ପାଇଁଚେଷ୍ଟା କରୁଛନ୍ତି। ନିକଟରେ ତାଙ୍କୁ ଆଇପିଏଲ୍‌ ନିଲାମୀ ସମୟରେ ଭଉଣୀ ସୁହାନାଙ୍କ ସହିତ ଦେଖିବାକୁ ମିଳିଥିଲା।

Swagatika

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

8 seconds ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

15 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

25 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

36 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago