ଦେଶ ବିଦେଶ

ତୁର୍କୀରେ ଉଦ୍ଧାର ଅଭିଯାନ ପରେ ଭାରତ ଫେରିଲା NDRF ଟିମ୍‌; ରାମ୍ବୋ ଓ ହନିକୁ ମିଳିଲା ଏତେ ଭଲ ପାଇବା

ତୁର୍କୀ ଏବଂ ସିରିୟାରେ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪୦ ହଜାର ଟପିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଭାରତ ‘ଅପରେସନ ଦୋସ୍ତ’ ଅଧୀନରେ ତୁର୍କୀ ଏବଂ ସିରିୟାକୁ ସହାୟତାର ହାତ ବଢ଼ାଇଛି। ଭାରତରୁ ତୁର୍କୀ ଯାଇଥିବା ୪୫ ସଦସ୍ୟ ବିଶିଷ୍ଟ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବହୁ ଲୋକଙ୍କର ଜୀବନ ରକ୍ଷା କରିଛନ୍ତି। ଟିମ୍‌ରେ ଥିବା ଦୁଇ ସନ୍ଧାନୀ କୁକୁର ମଧ୍ୟ ଉଦ୍ଧାର ଅଭିଯାନରେ ଚମତ୍କାର କାର୍ଯ୍ୟ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏନ୍‌ଡିଆର୍‌ଏଫ୍‌ର ସ୍ନିଫର ଡଗ୍‌ ରାମ୍ବୋ ଓ ହନି ଭୂମିକମ୍ପ ପ୍ରଭାବିତ ନୁର୍ଦଗୀରେ ଭଗ୍ନାବଶେଷରେ ଫସିଥିବା ଜଣେ ୬ ବର୍ଷର ବାଳିକାକୁ ରକ୍ଷା କରିଥିଲେ।

୮ମ ବାଟାଲିୟନ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଶୁକ୍ରବାର ଗାଜିଆବାଦ ଫେରି ଆସିଛନ୍ତି। ଟିମ୍‌ ସହିତ ଦୁଇ ସନ୍ଧାନୀ କୁକୁର ରହିଥିଲେ। ଯେତେବେଳେ ଅନ୍ୟ ଦୁଇ ର’ କୁକୁର ଜୁଲି ଓ ରୋମିଓ ଏବେ ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତି। ଗାଜିଆବାଦରେ ବ୍ୟାଣ୍ଡ୍‌, ବାଜା ସହିତ ମାଳା ପିନ୍ଧାଯାଇ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ସ୍ୱାଗତ କରାଯାଇଛି। ଟିମ୍‌ ପହଞ୍ଚିବା ପରେ ‘ଏନ୍‌ଡିଆର୍‌ଏଫ୍‌ କି ଜୟ’ ଏବଂ ‘ଭାରତ ମାତା କି ଜୟ’ ନାରା ଦିଆଯାଇଥିଲା।

ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ୧୦ ଦିନ ପର୍ଯ୍ୟନ୍ତ ରେସ୍‌କ୍ୟୁ ଅପରେସନ ଜାରି ରଖି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଟିମ୍‌ ସେଠାକାର ଲୋକମାନଙ୍କର ବିଶ୍ୱାସ ଏବଂ ବନ୍ଧୁତା ଜିତି ନେଇଛି। କେବଳ ଏତିକି ନୁହେଁ, ତୁର୍କୀର ଅଦାନା ଏୟାରପୋର୍ଟରୁ ଯେତେବେଳେ ଟିମ୍‌ ଭାରତ ଫେରୁଥିଲା, ତ ସେତେବେଳେ ଲୋକେ କିଛି କ୍ଷଣ ପାଇଁ ଭାବୁକ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ସମସ୍ତ ଲୋକ ତାଳି ମାରି ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

9 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

28 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

36 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

53 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago