ଦେଶ ବିଦେଶ

ଆଜି ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା NEET

ଆଜି ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା NEET । କୋଭିଡ୍‌ ୧୯ କଟକଣା ଭିତରେ ହେବ ପରୀକ୍ଷା । ଏଥିପାଇଁ ଭୁବନେଶ୍ୱର, କଟକ,ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ଅନୁଗୁଳରେ ହୋଇଛି ମୋଟ୍‌ ୮୪ଟି ସେଣ୍ଟର । ୩୭ ହଜାର ୪୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାର୍ଥୀଙ୍କ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟବସ୍ଥା କରାଯାଇଛି । ସେହିପରି ନିଟ୍‌ ପରୀକ୍ଷାର୍ଥିଙ୍କ ସୁବିଧା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଛି । ସେଣ୍ଟରକୁ ଛାତ୍ରଛାତ୍ରୀମାନେ ଦିନ ୧୧ଟା ୩୦ ମିନିଟ୍‌ରୁ ପର୍ଯ୍ୟାୟକ୍ରମେ ପ୍ରବେଶ କରିବେ । ସବୁ ପରୀକ୍ଷାର୍ଥୀ ଓ କର୍ମଚାରୀଙ୍କ ହେବ ଥର୍ମାଲ ସ୍କ୍ରିନିଂ ।

ମେଟାଲ ଡିଟେକ୍ଟରରେ ଯାଞ୍ଚ କରାଯିବ । ହେଲେ ଶରୀରକୁ ସ୍ପର୍ଶ କରି ଯାଞ୍ଚ କରିବା ମନା । ସମସ୍ତେ ପିନ୍ଧିବେ ମାସ୍କ, ଗ୍ଲୋବ୍‌ସ । ପରୀକ୍ଷାର୍ଥୀ ନିଜ ସହ ଛୋଟ ହ୍ୟାଣ୍ଡ ସାନିଟାଇଜର ଓ ପରୀକ୍ଷା ସଂପର୍କିତ ଆଡମିଟ କାର୍ଡ, ପରିଚୟପତ୍ର ନେଇପାରିବେ । ସ୍କ୍ରିନିଂ ବେଳେ ଯେଉଁମାନଙ୍କର କୋଭିଡ ଲକ୍ଷଣ ଦେଖାଦେବ ସେମାନଙ୍କୁ ଅଲଗା ଆଇସୋଲେସନ୍‌ ରୁମ୍‌କୁ ପଠାଇ ଦିଆଯିବ । ଗୋଟିଏ ଗୋଟିଏ ହଲରେ ୧୫ ଜଣ ପରୀକ୍ଷାର୍ଥ ପରୀକ୍ଷା ଦେଇପାରିବେ ।

ପଜିଟିଭ୍‌ ଛାତ୍ରଛାତ୍ରୀଙ୍କୁ ହଲ୍‌କୁ ଏଣ୍ଟି୍ ମନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ SOP ଜାରି ହୋଇଛି । ପରୀକ୍ଷା ପୂର୍ବରୁ SOPଜାରି କରିଛି NTA । ଯେଉଁ ପରୀକ୍ଷାର୍ଥୀଙ୍କ ରିପୋର୍ଟ ପଜିଟିଭ୍‌ ଆସିବ ସେମାନଙ୍କୁ ଆଜି ପରୀକ୍ଷା ହଲ୍‌ରେ ପଶିବାକୁ ଅନୁମତି ଦିଆଯିବ ନାହିଁ । ପଜିଟିଭ୍‌ ଛାତ୍ରଛାତ୍ରୀ ଅନ୍ୟ ଦିନରେ ପରୀକ୍ଷା ଦେଇପାରିବେ। ଆଜିି ପରୀକ୍ଷା ପରେ ଏନେଇ ନିଆଯିବ ନିଷ୍ପତ୍ତି ।

Pritiparna

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

9 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

10 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

24 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

25 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago