ଆପାର୍ଟମେଣ୍ଟରୁ ପଡି ନ୍ୟୁଜ୍ ଆଙ୍କରଙ୍କ ସନ୍ଦେହଜନକ ମୃତ୍ୟୁ

ନୋଏଡା(କେନ୍ୟୁଜ୍) : ଦେଶର ଏକ ନାମୀ ଟେଲିଭିଜନ୍ ନ୍ୟୁଜ୍ ଚ୍ୟାନେଲ୍ ରେ ଜଣେ କାର‌୍ୟ୍ୟରତ ମହିଳା ଆଙ୍କରଙ୍କର ସନ୍ଦିଗ୍ଧ ଅବସ୍ଥାରେ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣା ଆଜି ଭୋର ୩ଟା ୩୦ ମିନିଟ୍ ରେ ଘଟିଥିବାବେଳେ ଏହି ଆଙ୍କର ଜଣଙ୍କର ନାମ ରାଧିକା କୌସିକ୍ । ସୋସାଇଟିର ଗାର୍ଡ ଏହି ଘଟଣା ସମ୍ପର୍କରେ ପ୍ରଥମେ ପୋଲିସକୁ ସୂଚନା ଦେଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ୍ ପହଁଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ସୂଚନାମୁତାବକ ରାଜସ୍ଥାନରେ ରହୁଥିବା ଏହି ମହିଳା ଆଙ୍କର ରାଧିକା ନୋଏଡା ସେକ୍ଟର ୭୭ସ୍ଥିତ ଅନ୍ତରିକ୍ଷ ସୋସାଇଟିର ଫ୍ଲାଟ୍ ରେ ଏକାକି ରହିଆସୁଥିଲେ ।  ତାଙ୍କ ସାଥୀରେ କାମ କରୁଥିବା ରାହୁଲ ନାମକ ଜଣେ ଆଙ୍କର କହିଛନ୍ତି କି, ରାଧିକା କୌସିକ୍ ଆପାର୍ଟମେଣ୍ଟର ୪ର୍ଥ ମହଲାରୁ ପଡିଯାଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି । କାରଣ ସେ ସେହି ସମୟରେ ତାଙ୍କ ଘରେ ଉପସ୍ଥିତ ଥିଲେ । କୁହାଯାଉଛି କି ଘଟଣା ସମୟରେ ରାହୁଲ ବାର୍ଥରୁମରେ ଥିଲେ । ପୋଲିସ୍ ତାଙ୍କୁ ମଧ୍ୟ ପଚରା ଉଚରା କରୁଛି ।

ଏହାଛଡା ଘଟଣାର ସମ୍ପର୍କରେ ରାଧିକାଙ୍କ ପରିବାର ଲୋକଙ୍କୁ ଜଣାଇଦିଆଯାଇଥିବାବେଳେ ରାଜସ୍ଥାନ ଜୟପୁରରୁ ପରିବାର ଲୋକେ ନୋଏଡା ଆସିଛନ୍ତି । ପାଖାପାଖି ସାଙ୍ଗ ଏବଂ ସାଥୀ ଆଙ୍କର ରାହୁଲଙ୍କ କହିବା ମୁତାବକ ରାଧିକା ଗୁରୁବାର ସନ୍ଧ୍ୟାରୁ ମାନସିକ ରୂପେ ବେଶ ଅସ୍ଥିର ଥିଲେ । ଯାହା ସେ ସାଙ୍ଗ ମାନଙ୍କୁ ମଧ୍ୟ କହିଥିଲେ । ସାଥୀ ଆଙ୍କର ମାନେ ଏଭଳି ଏକ ବଡ ପଦକ୍ଷପ ରାଧିକା ନେଇଯିବେ ବୋଲି କେବେ ଆଶା କରିନଥିବା କହିଛନ୍ତି ।

ରାତିରେ ବହୁତ ଥର ଘର ଲୋକଙ୍କ ସହିତ କଥା ହୋଇଥିଲେ ରାଧିକା :

ରାହୁଲଙ୍କ କହିବା ମୁତାବକ ରାଧିକା ଖୁବ୍ ଚିନ୍ତା ଥିବା କାରଣରୁ ରାତିରେ ବହୁତ ଥର ନିଜର ପରିବାର ଲୋକଙ୍କ ସହିତ ଫୋନରେ କଥା ହେଉଥିଲେ । ତାଙ୍କର ଏପରି ଅବସ୍ଥା ଦେଖି ସେ ତାଙ୍କ ଫ୍ଲାଟରେ ସେଦିନ ରହିଥିଲେ କାରଣ ତାଙ୍କୁ ଯେପରି ବୁଝାଇପାରିବେ । ରାହୁଲ ଯେତେବେଳେ ବାଥରୁମ୍ ଯାଇଥିଲେ ସେହି ସମୟରେ ରାଧିକା ଏପରି ପଦକ୍ଷପ ନେଇଥିଲେ ।

ରାହୁଲ-ରାଧିକାଙ୍କ ଭିତରେ ହୋଇଥିଲା ଝଗଡା :

ପୋଲିସ୍ ପ୍ରାଥମିକ ସୂଚନା ମୁତାବକ ରାଧିକା ଏବଂ ରାହୁଲଙ୍କ ମଧ୍ୟରେ ନିଶା କାରଣରୁ ଝଗଡା ମଧ୍ୟ ହୋଇଥିଲା । ସେହି ସମୟରେ ରାହୁଲ ଯେତେବେଳେ ବାଥରୁମ୍ ଯାଇଥିଲେ ସେତେବେଳେ ରାଧିକା ବାଲକୁନିରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ପୋଲିସ୍ ନେବ ସିସିଟିଭି ଫୁଟେଜର ସାହାର‌୍ୟ୍ୟ :

ପୋଲିସ୍ ଆଙ୍କର ରାହୁଲଙ୍କ କଥାରେ ପୁରା ବିଶ୍ବାସ କରୁନଥିବାବେଳେ ସୋସାଇଟିରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି ଯେପରି ସତ କଣ ଜଣାପଡିବ । ଏହାପରେ ରାଧିକାଙ୍କ ପଡୋଶୀ ମାନଙ୍କ ସହିତ ମଧ୍ୟ ପୋଲିସ୍ ପଚରାଉଚରା କରିବ ।
ଅନ୍ୟପଟେ ଜଣେ ସାଥୀ ପତ୍ରକାର ସନ୍ଦେହ କରି କରିଛନ୍ତି କି ରାଧିକା କେବେବି ଏଭଳି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇନଥିବେ । ରାଧିକା ବହୁତ ଖୁସି ମଜାକ୍ ସ୍ବଭାବର ହୋଇଥିବା ବେଳେ ଅଫିସ୍ ରେ ସବୁବେଳେ ଉତ୍ସାହିତ ହୋଇ କାମ କରିଥାନ୍ତି ।

Sonalisa

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

19 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

27 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

33 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

42 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

44 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

51 mins ago