ଆପାର୍ଟମେଣ୍ଟରୁ ପଡି ନ୍ୟୁଜ୍ ଆଙ୍କରଙ୍କ ସନ୍ଦେହଜନକ ମୃତ୍ୟୁ

ନୋଏଡା(କେନ୍ୟୁଜ୍) : ଦେଶର ଏକ ନାମୀ ଟେଲିଭିଜନ୍ ନ୍ୟୁଜ୍ ଚ୍ୟାନେଲ୍ ରେ ଜଣେ କାର‌୍ୟ୍ୟରତ ମହିଳା ଆଙ୍କରଙ୍କର ସନ୍ଦିଗ୍ଧ ଅବସ୍ଥାରେ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣା ଆଜି ଭୋର ୩ଟା ୩୦ ମିନିଟ୍ ରେ ଘଟିଥିବାବେଳେ ଏହି ଆଙ୍କର ଜଣଙ୍କର ନାମ ରାଧିକା କୌସିକ୍ । ସୋସାଇଟିର ଗାର୍ଡ ଏହି ଘଟଣା ସମ୍ପର୍କରେ ପ୍ରଥମେ ପୋଲିସକୁ ସୂଚନା ଦେଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ୍ ପହଁଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

radhikadelhiସୂଚନାମୁତାବକ ରାଜସ୍ଥାନରେ ରହୁଥିବା ଏହି ମହିଳା ଆଙ୍କର ରାଧିକା ନୋଏଡା ସେକ୍ଟର ୭୭ସ୍ଥିତ ଅନ୍ତରିକ୍ଷ ସୋସାଇଟିର ଫ୍ଲାଟ୍ ରେ ଏକାକି ରହିଆସୁଥିଲେ ।  ତାଙ୍କ ସାଥୀରେ କାମ କରୁଥିବା ରାହୁଲ ନାମକ ଜଣେ ଆଙ୍କର କହିଛନ୍ତି କି, ରାଧିକା କୌସିକ୍ ଆପାର୍ଟମେଣ୍ଟର ୪ର୍ଥ ମହଲାରୁ ପଡିଯାଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି । କାରଣ ସେ ସେହି ସମୟରେ ତାଙ୍କ ଘରେ ଉପସ୍ଥିତ ଥିଲେ । କୁହାଯାଉଛି କି ଘଟଣା ସମୟରେ ରାହୁଲ ବାର୍ଥରୁମରେ ଥିଲେ । ପୋଲିସ୍ ତାଙ୍କୁ ମଧ୍ୟ ପଚରା ଉଚରା କରୁଛି ।

ଏହାଛଡା ଘଟଣାର ସମ୍ପର୍କରେ ରାଧିକାଙ୍କ ପରିବାର ଲୋକଙ୍କୁ ଜଣାଇଦିଆଯାଇଥିବାବେଳେ ରାଜସ୍ଥାନ ଜୟପୁରରୁ ପରିବାର ଲୋକେ ନୋଏଡା ଆସିଛନ୍ତି । ପାଖାପାଖି ସାଙ୍ଗ ଏବଂ ସାଥୀ ଆଙ୍କର ରାହୁଲଙ୍କ କହିବା ମୁତାବକ ରାଧିକା ଗୁରୁବାର ସନ୍ଧ୍ୟାରୁ ମାନସିକ ରୂପେ ବେଶ ଅସ୍ଥିର ଥିଲେ । ଯାହା ସେ ସାଙ୍ଗ ମାନଙ୍କୁ ମଧ୍ୟ କହିଥିଲେ । ସାଥୀ ଆଙ୍କର ମାନେ ଏଭଳି ଏକ ବଡ ପଦକ୍ଷପ ରାଧିକା ନେଇଯିବେ ବୋଲି କେବେ ଆଶା କରିନଥିବା କହିଛନ୍ତି ।

girlradhikaରାତିରେ ବହୁତ ଥର ଘର ଲୋକଙ୍କ ସହିତ କଥା ହୋଇଥିଲେ ରାଧିକା :

ରାହୁଲଙ୍କ କହିବା ମୁତାବକ ରାଧିକା ଖୁବ୍ ଚିନ୍ତା ଥିବା କାରଣରୁ ରାତିରେ ବହୁତ ଥର ନିଜର ପରିବାର ଲୋକଙ୍କ ସହିତ ଫୋନରେ କଥା ହେଉଥିଲେ । ତାଙ୍କର ଏପରି ଅବସ୍ଥା ଦେଖି ସେ ତାଙ୍କ ଫ୍ଲାଟରେ ସେଦିନ ରହିଥିଲେ କାରଣ ତାଙ୍କୁ ଯେପରି ବୁଝାଇପାରିବେ । ରାହୁଲ ଯେତେବେଳେ ବାଥରୁମ୍ ଯାଇଥିଲେ ସେହି ସମୟରେ ରାଧିକା ଏପରି ପଦକ୍ଷପ ନେଇଥିଲେ ।

ରାହୁଲ-ରାଧିକାଙ୍କ ଭିତରେ ହୋଇଥିଲା ଝଗଡା :

ପୋଲିସ୍ ପ୍ରାଥମିକ ସୂଚନା ମୁତାବକ ରାଧିକା ଏବଂ ରାହୁଲଙ୍କ ମଧ୍ୟରେ ନିଶା କାରଣରୁ ଝଗଡା ମଧ୍ୟ ହୋଇଥିଲା । ସେହି ସମୟରେ ରାହୁଲ ଯେତେବେଳେ ବାଥରୁମ୍ ଯାଇଥିଲେ ସେତେବେଳେ ରାଧିକା ବାଲକୁନିରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

kaushikradhikadelhiପୋଲିସ୍ ନେବ ସିସିଟିଭି ଫୁଟେଜର ସାହାର‌୍ୟ୍ୟ  :

ପୋଲିସ୍ ଆଙ୍କର ରାହୁଲଙ୍କ କଥାରେ ପୁରା ବିଶ୍ବାସ କରୁନଥିବାବେଳେ ସୋସାଇଟିରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି ଯେପରି ସତ କଣ ଜଣାପଡିବ । ଏହାପରେ ରାଧିକାଙ୍କ ପଡୋଶୀ ମାନଙ୍କ ସହିତ ମଧ୍ୟ ପୋଲିସ୍ ପଚରାଉଚରା କରିବ ।
ଅନ୍ୟପଟେ ଜଣେ ସାଥୀ ପତ୍ରକାର ସନ୍ଦେହ କରି କରିଛନ୍ତି କି ରାଧିକା କେବେବି ଏଭଳି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇନଥିବେ । ରାଧିକା ବହୁତ ଖୁସି ମଜାକ୍ ସ୍ବଭାବର ହୋଇଥିବା ବେଳେ ଅଫିସ୍ ରେ ସବୁବେଳେ ଉତ୍ସାହିତ ହୋଇ କାମ କରିଥାନ୍ତି ।

Leave A Reply

Your email address will not be published.