ଦିନକୁ ପ୍ରାୟ ୨ ଲକ୍ଷ ରୁଟି ତିଆରି ହୋଇଥାଏ ଏହି ମନ୍ଦିରରେ ! ଜାଣନ୍ତୁ ଆହୁରି ଅନେକ ରୋଚକ କଥା

ଅମ୍ରୁତସରରେ ସବୁଠାରୁ ଖାସ ଏବଂ ପ୍ରସିଦ୍ଧ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ଗୁରୁଦ୍ବାରର ହରମିନ୍ଦର ସାହିବ। ଯାହାକୁ ଅନେକ ଲୋକ ଗୋଲ୍ଡେନ ଟେମ୍ପୁଲ ବା ସ୍ବର୍ଣ୍ଣ ମନ୍ଦିର ନାମରେ ଜାଣିଛନ୍ତି। ଏହି ଗୁରୁଦ୍ବାର ନିଜର ସୁନ୍ଦରତା ଏବଂ ଧାର୍ମିକ ଏକତା ପାଇଁ ସାରା ଦୁନିଆରେ ପ୍ରସିଦ୍ଧ ଅଟେ। ଏହି ଧାର୍ମିକ ସ୍ଥଳ କେବଳ ସୁନ୍ଦର ନୁହେଁ ବରଂ ଇତିହାସରେ ଏହାର ସ୍ବିତନ୍ତ୍ର ପରିଚୟ ରହିଛି। ଆଜି ଆମେ ଆପଣଙ୍କୁ ଏହି ଗୋଲ୍ଡେନ ଟେମ୍ପୁଲ ବା ସ୍ବର୍ଣ୍ଣ ମହଲ ବିଷୟରେ କିଛି ଖାସ କଥା ଜଣାଇବାକୁ ଯାଉଛୁ।

-ଶ୍ରୀ ହରମନ୍ଦିର ସାହିବ ନାମର ଅର୍ଥ ହେଉଛି ‘ଭଗବାନଙ୍କର ମନ୍ଦିର’ ଏବଂ ଏହି ମନ୍ଦିରକୁ ସମସ୍ତ ଜାତିର ଲୋକମାନେ ବିନା କୌଣସି ଭେଦଭାବରେ ଆସିଥାନ୍ତି।

-ସ୍ବର୍ଣ୍ଣ ମନ୍ଦିରକୁ ନିର୍ମାଣ କରିବା ପାଇଁ ମୁସଲିମ ଶାସକ ଆକବର ଜମି ଦାନ କରିଥିଲେ।

golden temple-ମହାରାଜା ରଞ୍ଜୀତ ସିଂହ ମନ୍ଦିର ନିର୍ମାଣର ପ୍ରାୟ ୨ ଶତାବ୍ଦୀ ପରେ ମନ୍ଦିରର ଦ୍ବାରରେ ସୁନା ଚଢ଼ାଇଥିଲେ।

-ପ୍ରଥମ ବିଶ୍ବ ଯୁନ୍ଧ ସମୟରେ ବ୍ରିଟିସ ସରକାର ଜିତିବା ପାଇଁ ସେହି ସ୍ଥାନରେ ଅଖଣ୍ଡ ପାଠ କରିଥିଲେ।

-ଏହି ମନ୍ଦିରର ସ୍ବତନ୍ତ୍ରତା ହେଉଛି ଆପଣ ଚାରୋଟି ଦିଗରୁ ଏହି ମନ୍ଦିରକୁ ପ୍ରବେଶ କରିପାରିବେ। କାରଣ ଦିଗକୁ ନେଇ ଏହି ମନ୍ଦିରର ପ୍ରବେଶ ଦ୍ବାର ନିର୍ମାଣ କରାଯାଇଛି। ଏହା ଲୋକଙ୍କର ଏକତାକୁ ଦର୍ଶାଇଥାଏ।

ଏହା ସହ ପଢ଼ନ୍ତୁ : ଆପଣ ଜାଣିଛନ୍ତି କି, କାହିଁକି ରାତିରେ କରାଯାଇ ନଥାଏ ଶବ ବ୍ୟବଚ୍ଛେଦ ?

-ଅମ୍ରୁତ ସରୋବର ମଝିରେ ହିଁ ଏହି ମନ୍ଦିରକୁ ନିର୍ମାଣ କରାଯାଇଛି, ଏହି ସରୋବରକୁ ସବୁଠୁ ପବିତ୍ର ସରୋବର ବୋଲି କୁହାଯାଏ।

-ଏହି ଗୁରୁଦ୍ବାରରେ ଶିଖ୍ ଧର୍ମର ପ୍ରାଚୀନ ଏୈତିହାସିକ ବସ୍ତୁର ପ୍ରଦର୍ଶନ ମଧ୍ୟ କରାଯାଇଛି। ଯାହାକୁ ଦେଶ ବିଦେଶରୁ ଅସୁଥିବା କୋଟି କୋଟି ଦର୍ଶକ ଦେଖିଥାନ୍ତି।

golden temple-ସଂରଚନାତ୍ମକ ରୂପରେ ଏହି ମନ୍ଦିର ଭୂମି ଠାରୁ ବେଶି ଉଚ୍ଚରେ ତିଆରି ହୋଇନାହିଁ। ଏହା ହିନ୍ଦୁ ମନ୍ଦିରର ପୂରାପୂରୀ ବିରୁଦ୍ଧ ଅଟେ। କାରଣ ହିନ୍ଦୁ ମନ୍ଦିର ଗୁଡିକ ଅଧିକାଂଶ ଭୂମିର ବହୁ ଉଚ୍ଚରେ ତିଆରି ହୋଇଥାଏ।

-ସ୍ବର୍ଣ୍ଣ ମନ୍ଦିରର ମୁଖ୍ୟ ହଲ ଗୁରୁ ଗ୍ରନ୍ଥ ସାହିବଙ୍କର ଘର ଥିଲା।

-ଏଠାରେ ଦୁନିଆର ସବୁଠୁ ବଡ ଲଙ୍ଗର ଲଗାଯାଏ। ପ୍ରାୟ ୭୦୦୦୦ ଲୋକ ସବୁଦିନ ଭୋଜନ କରିଥାନ୍ତି।

-କୁହାଯାଏ ଯେ ମୋଗଲ ବାଦଶାହ ଆକବର ମଧ୍ୟ ଗୁରୁଦ୍ବାରର ଲଙ୍ଗରରେ ବସି ପ୍ରସାଦ ଖାଇଥିଲେ।

golden temple-ଏହି ସ୍ବର୍ଣ୍ଣ ମନ୍ଦିରରେ ୨୪ ଘଣ୍ଟା ହାଲୱାର ବ୍ୟବସ୍ଥା ରହିଥାଏ। ଦିନକୁ ପ୍ରାୟ ୨ ଲକ୍ଷ ରୁଟି ତିଆରି କରାଯାଏ।

-ଏହି ମନ୍ଦୀରର ୩୫ ପ୍ରତିଶତ ପର‌୍ୟ୍ୟଟକ ଶିଖ୍ ଧର୍ମ ବ୍ୟତୀତ ଅନ୍ୟ ଧର୍ମର ହୋଇଥାନ୍ତି।

-ସ୍ବର୍ଣ୍ଣ ମନ୍ଦିର ପୂର୍ବରୁ ପଥର ଏବଂ ଇଟାରେ ନିର୍ମିତ ହୋଇଥିଲା। ପରେ ଏଥିରେ ଧଳା ମାର୍ବଲର ବ୍ୟବହାର କରାଗଲା। ଯାହାକୁ ଅସଲି ସୁନା ଦ୍ବାରା ଢ଼ଙ୍କା ଯାଇଛି।

-ମନ୍ଦିରକୁ କେବେ ନଷ୍ଟ କରାଗଲା ଏବଂ କେବେ ପୁନଃ ନିର୍ମାଣ କରାଗଲା, ତାହା ସେଠାରେ ଥିବା ଶିଳାଲେଖାରୁ ଜଣାପଡେ।

Leave A Reply

Your email address will not be published.