ଦେଶ ବିଦେଶ

କୋଚିଂ ସେଣ୍ଟର ପାଇଁ ନୂଆ ଗାଇଡଲାଇନ, ୧୬ ବର୍ଷରୁ କମ୍‌ ପିଲାଙ୍କୁ କୋଚିଂ ସେଣ୍ଟର ମନା

କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କୋଚିଂ ସେଣ୍ଟର ଲାଗି ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ୧୬ ବର୍ଷରୁ କମ୍ ବୟସର ପିଲା ଏବେ ଯାଇପାରିବେନି କୋଚିଂ ସେଣ୍ଟର । ଛାତ୍ରଛାତ୍ରୀଙ୍କ ସୁରକ୍ଷା, ପାଠପଢ଼ା ସମସ୍ୟା ବ୍ୟୟବହୁଳ ଫି ଆଦିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ଗାଇଡଲାଇନ୍ ଆଣିଛନ୍ତି । ଏବେ ଅଭିଭାବକ ୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ସେଣ୍ଟର ପଠାଇପାରିବେ ନାହିଁ ।

ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ । ଗ୍ରାଜୁଏସନ ଠାରୁ କମ୍ ଶିକ୍ଷା ପ୍ରାପ୍ତ କୌଣସି ଶିକ୍ଷକ କୋଚିଂ ସେଣ୍ଟରରେ ପଢ଼ାଇ ପାରିବେ ନାହିଁ । ଏହା ସହିତ ଭଲ ରାଙ୍କ କିମ୍ବା ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶ୍ରୁତି ବି ଦେଇପାରିବେନି ।
କୌଣସି ଅନୈତିକ ଏବଂ ଅପରାଧ ସହିତ ଜଡିତ ଥିବା ଶିକ୍ଷକ ପଢ଼ାଇ ପାରିବେ ନାହିଁ । କୋଚିଂ ସେଣ୍ଟରରେ ଥିବା ଶିକ୍ଷକଙ୍କ ଯୋଗ୍ୟତା, ପାଠ୍ୟକ୍ରମ, ଛାତ୍ରାବାସ ସୁବିଧା ଏବଂ ଫିସ୍‌ ବାବଦରେ ଅପଟେଡ ବିବରଣୀ େଓ୍ଵବସାଇଟରେ ରହିବା ଜରୁରୀ । କୌଣସି ଛାତ୍ରଙ୍କୁ ଶିକ୍ଷାକୁ ନେଇ ଚାପ ପକାଯାଇପାରିବ ନାହିଁ । ସେମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ପାଇଁ ଚାପ ମଧ୍ୟ ପକାଯାଇପାରିବ ନାହିଁ । ବିଭିନ୍ନ ପାଠ୍ୟକ୍ରମ ଏବଂ ଏଥିପାଇଁ ନିଆଯାଉଥିବା ଫିସ୍‌ର ରସିଦ ଦେବା ଜରୁରୀ । ସୂଚନା ଯୋଗ୍ୟ, ଛାତ୍ରଛାତ୍ରୀଙ୍କ ଜୀବନ ହାରିବା ମାମଲା, କୋଚିଂ ସେଣ୍ଟରରେ ନିଆଁ ଘଟଣା ପରେ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।

କୋଚିଂ ସେଣ୍ଟରରେ ନାମ ଲେଖାଇବା ପାଇଁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳି :

୧. ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ନାମ କୋଚିଂ ସେଣ୍ଟରରେ ପଞ୍ଜିକରଣ କରାଯିବ ନାହିଁ । କେବଳ ମାଧ୍ୟମିକ ସ୍କୁଲ ଶିକ୍ଷା ଶେଷ କରିଥିବା ପିଲା କୋଚିଂ ସେଣ୍ଟରରରେ ଭର୍ତ୍ତି ହୋଇପାରିବେ।
୨.କୌଣସି କୋଚିଂ ସେଣ୍ଟରରେ ସ୍ନାତକ ବା ଗ୍ରାଜୁଏସନ୍‌ରୁ କମ୍‌ ଶିକ୍ଷାଗତ ଯୋଗ୍ୟତା ଥିବା କୌଣସି ବ୍ୟକ୍ତି ଶିକ୍ଷକ ହୋଇପାରିବେ ନାହିଁ ।
୩.କୋଚିଂ ସେଣ୍ଟରରେ ପଞ୍ଜିକରଣ ପାଇଁ ଅଭିଭାବକ ଓ ବିଦ୍ୟାର୍ଥୀମାନଙ୍କୁ ଭଲ ରାଙ୍କ୍‌ ବା ଭଲ ମାର୍କର ବିଭ୍ରାନ୍ତିକର ପ୍ରତିଶ୍ରୁତି ଦିଆଯାଇପାରିବ ନାହିଁ ।
୪. କୌଣସି କୋଚିଂ ସେଣ୍ଟର କୋଚିଂର ମାନ, ଦିଆଯାଉଥିବା ସୁବିଧା, ଫଳାଫଳ ନେଇ କୌଣସି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିପାରିବେ ନାହିଁ ।
୫. ପ୍ରତି ବିଦ୍ୟାର୍ଥୀଙ୍କ ପିଛା ଯଦି କମ୍‌ ସ୍ଥାନ ଥିବ ତେବେ କୋଚିଂ ସେଣ୍ଟରଗୁଡ଼ିକ ପଞ୍ଜୀକୃତ ହୋଇପାରିବେ ନାହିଁ।
୬-ପୂରା ଫି’ ଦେଇ ଅଧାରୁ ଛାଡ଼ିଲେ ଫେରସ୍ତ ପାଇବେ ଛାତ୍ରଛାତ୍ରୀ

କେନ୍ଦ୍ର ସରକାର ଜାରି କରିଥିବା ଏହି ନିର୍ଦ୍ଦେଶାବଳିର ଉଦ୍ଦେଶ୍ୟ ହେଲା:

୧. କୋଚିଂ ସେଣ୍ଟରଗୁଡ଼ିକର ପଞ୍ଜିକରଣ ଓ ନିୟନ୍ତ୍ରଣ ପାଇଁ ଏକ ନିର୍ଦ୍ଦିଷ୍ଟ ଢାଞ୍ଚା ସୃଷ୍ଟି କରିବା।
୨. କୋଚିଂ ସେଣ୍ଟରଗୁଡ଼ିକର ପରିଚାଳନା ପାଇଁ ଆବଶ୍ୟକ ସର୍ବନିମ୍ନ ମାନ ସ୍ଥିର କରିବା।
୩. କୋଚିଂ ସେଣ୍ଟରରେ ପଞ୍ଜିକୃତ ବିଦ୍ୟାର୍ଥୀମାନଙ୍କର ସ୍ୱାର୍ଥର ସୁରକ୍ଷା କରିବା।
୪. ବିଦ୍ୟାର୍ଥୀମାନଙ୍କର ସାମଗ୍ରିକ ବିକାଶ ପାଇଁ କୋଚିଂ ସେଣ୍ଟରଗୁଡ଼ିକ କ୍ରୀଡ଼ା ଓ ମନୋରଞ୍ଜନ ଭଳି ଅନ୍ୟାନ୍ୟ ସୁବିଧା ଦେବା।
୫. ବିଦ୍ୟାର୍ଥୀମାନଙ୍କର ମାନସିକ ସୁସ୍ଥତା ପାଇଁ କ୍ୟାରିଅର୍‌ ମାର୍ଗଦର୍ଶନ ସହିତ ମନସ୍ତାତ୍ତ୍ୱିକ ପରାମର୍ଶ ଦେବା।
ନୂଆ ନିର୍ଦ୍ଦେଶାବଳି ଅନୁସାରେ ପିଲାଙ୍କ କ୍ଲାସ୍‌ ସମୟ ବାହାରେକୌଣସି କୋଚିଂ ସେଣ୍ଟରର କ୍ଲାସ୍‌ ହେବ ଏହା ସହ ନିର୍ଦ୍ଦିଷ୍ଟ ସମୟରେ କ୍ଲାସ୍‌ ସରିବ। ପ୍ରତି ସପ୍ତାହରେ ଛୁଟି ଦିଆଯିବ। ପାଠ୍ୟକ୍ରମ ସହିତ କୋ-କରିକୁଲାର କାର୍ଯ୍ୟକ୍ରମ ବା କ୍ରୀଡ଼ା ଓ ମନୋରଂଜନ ଆଦି ସୁବିଧା ରହିବ। ଜୀବନ ଦକ୍ଷତା ଓ ଅନ୍ୟାନ୍ୟ ବିଷୟରେ ପରାମର୍ଶ ଦିଆଯିବ।ତେବେ ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଏହି ନିର୍ଦ୍ଦେଶାବଳି ଜାରି କରିଛନ୍ତି ।

 

Swagatika

Recent Posts

ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ମୋହନ ମାଝିଙ୍କ ରାଜନୈତିକ ଜୀବନ ଯାତ୍ରା

(କେନ୍ୟୁଜ) : ଉଠିଲା ପରଦା । ହଟିଲା ସସପେନସ । ସାମ୍ନାକୁ ଆସିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।…

20 mins ago

କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ଓଡ଼ିଶାର ନୂଆ ଉପ-ମୁଖ୍ୟମନ୍ତ୍ରୀ

କେନ୍ୟୁଜ (ବ୍ୟୁରୋ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀଙ୍କ ନାମ…

23 mins ago

ଦେଖିପାରିଲାନି ଭାଇର ସୁନା ସଂସାର, ଦୀର୍ଘ ଦିନର ରାଗକୁ ସୁଝାଇ ଭାଇବୋହୁକୁ ମାରିଲା ଦେଢ଼ଶୁର

ବାସୁଦେବପୁର (କେନ୍ୟୁଜ) : ଭାଇ ବୋହୂକୁ ମାରିଲା ଦେଢ଼ଶୁର..ଅଛୁଆଁ ଭାଇ ବୋହୁକୁ ମାରିଦେଲା ରାକ୍ଷସ ଦେଢ଼ଶୁର…ଭୁଲିଗଲା ସମ୍ପର୍କ, ଆଉ କରିବସିଲା…

30 mins ago

ଜେଜେବାପାଙ୍କ ପାଇଁ ଡାକ୍ତର ସାଜିବି, ପାଖରେ ଟଙ୍କାଟିଏ ସମ୍ବଳ ନାହିଁ ତଥାପି ପାଇଲେ ଡାକ୍ତରୀ ପଢ଼ିବାର ସୁଯୋଗ

ବେଗୁନିଆ (କେନ୍ୟୁଜ) : ଗରିବ ଦିନ ମଜୁରିଆର ପୁଅ ଆଜି ନିଟ୍ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ । ଜେଜେବାପାଙ୍କ ଅକାଳ…

34 mins ago

ଅଧାରେ ରହିଗଲା ବାହାଘରର ଆଶା, ଝିଅକୁ ଏକା କରି ଚାଲିଗଲା ମା’

ଭୁବନେଶ୍ୱର: ବୋଉ ତୁ ଖାଇଲୁଣି, ହଁ ରେ ଖାଇ ପିଇ ଯାଉଛି କାମକୁ କାମରୁ ଆସିଲେ ଫୋନ କରିଵି ଏତିକ…

41 mins ago

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର । ସବୁ କଳ୍ପନାଜଳ୍ପନାର…

1 hour ago