ଦେଶ ବିଦେଶ

ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା, ଘୋଷଣା କଲା ଏନଆଇଏ

ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା । ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା । ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ସେହିପରି ଦାଉଦର ସହଯୋଗୀ ଛୋଟା ସକିଲ୍‌ ନାଁରେ ୨୦ ଲକ୍ଷ ପୁରସ୍କାର ଘୋଷଣା ହୋଇଛି ।

ଅନ୍ୟ ଆତଙ୍କବାଦୀ ଅନୀସ୍‌ ଇବ୍ରାହିମ୍‌, ଜାଭେଦ୍‌ ଚିକନା ଓ ଟାଇଗର୍‌ ମେମନ୍‌ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଘୋଷଣା କରିଛି ଏନଆଇଏ । ଦାଉଦ୍‌ ଇବ୍ରାହିମ୍‌ ଓ ଅନ୍ୟ ସହଯୋଗୀ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା, ଜୈସ-ଏ-ମହମ୍ମଦ ଓ ଅଲା କାଏଦା ସହ ସକ୍ରିୟ ସହଯୋଗରେ କାମ କରୁଥିବା କହିଛି ଏନଆଇଏ ।

ପାକିସ୍ତାନ କରାଚିରେ ଲୁଚିଥିବା ଦାଉଦ ଇବ୍ରାହିମ ଭାରତରେ ମୋଷ୍ଟ ଓ୍ଵାଣ୍ଟେଡ ଅପରାଧୀ। ୧୯୯୩ ମୁମ୍ବାଇ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଥିଲା ଦାଉଦ ଇବ୍ରାହିମ। ପାକିସ୍ତାନ ଏଜେନ୍ସି ଓ ଆତଙ୍କବାଦୀ ସଂଗଠନ ସହ ମିଶି ଆତଙ୍କାବାଦୀ ଆକ୍ରମଣ ଯୋଜନା କରିବାରେ ମଧ୍ୟ ଦାଉଦ ସାମିଲ ଅଛି। ଏକାଧିକ ମାମଲାରେ ଦାଉଦକୁ ଖୋଜୁଛି ଭାରତ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

5 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

7 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

8 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

9 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

10 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

10 hours ago